ବ୍ଲକସ୍ତରୀୟ ମେଗା ସ୍ୱାସ୍ଥ୍ୟ ମେଳା

0 65

ଗଞ୍ଜାମ,୨୩/୪ : ଭାଟ କୁମରଡ଼ା ଡକ୍ଟର ମନୋଜ ଦାଶଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଥିଲା । ମୁଖ୍ୟଅତିଥି ଭାବେ ଆସ୍କା ସାଂସଦ ପ୍ରମିଳା ବିଶୋଇ ଏହି ସ୍ୱାସ୍ଥ୍ୟ ମେଳାକୁ ଉଦଘାଟନ କରିଥିଲେ । ଏହି ମେଳାରେ ଅତିଥିଭାବେ ଖଲ୍ଲିକୋଟ ବିଧାୟିକା ସୂର୍ଯ୍ୟମଣି ବୈଦ୍ୟ, ପୁରୁଷୋତ୍ତମପୁର ବ୍ଲକ ବିଡ଼ିଓ ବିଜୟ କୁମାର ବେହେରା, ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ସୌମ୍ୟ ରଞ୍ଜନ ମିଶ୍ର, ଏନଏସି ଅଧକ୍ଷା ପ୍ରିୟଙ୍କା ଗୌଡ଼, ଉପାଧ୍ୟକ୍ଷ କୃଷ୍ଣ ପଣ୍ଡା, ବ୍ଲକ ଅଧକ୍ଷା ପିଙ୍କି ବେହେରା, ଉପାଧ୍ୟକ୍ଷା ମମତା ବାରିକ, ସିଡିପିଓ ସବିତା ଚ୍ୟାଉପଟ୍ଟନାୟକ, ଫାୟାର ବିଭାଗମୁଖ୍ୟ ଉମା ଚରଣ ଭଟ୍ଟମିଶ୍ରଙ୍କ ସମେତ ସବୁ ବିଭାଗର ଡାକ୍ତର, ସ୍ୱାସ୍ଥ୍ୟ ବିଭାଗର ସମସ୍ତ ଷ୍ଟାଫ, ଅଙ୍ଗନୱାଡି କର୍ମୀ, ଆଶାମାନେ ଉପସ୍ଥିତ ରହିଥିଲେ । ଏହି ମେଳାରେ ସ୍ତ୍ରୀ ଓ ପ୍ରସୂତି, ଡେଣ୍ଟାଲ, ମେଡ଼ିସିନ, ସର୍ଜରୀ, ନେରୋଲୋଜି, ସ୍କିନ, ଡାଇବେଟିସ, ଆୟୁର୍ବେଦିକ, ହୋମିଓପାଥିକ ଭଳି ଅଭିଜ୍ଞ ଡାକ୍ତରମାନେ ଆସି ରୋଗୀମାନଙ୍କ ଚିକିତ୍ସା କରିବା ସହିତ ସେମାନଙ୍କୁ ମାଗଣାରେ ଔଷଧ, ଏକ ଗ୍ଲୁକୋଜପଣା ସହିତ ଏକ ବିସ୍କେଟ ପ୍ୟାକେଟ ଦିଆଯାଇଥିଲା । ୭୨୩ ଜଣ ବ୍ୟକ୍ତି ପଞ୍ଜିକରଣ କରିଥିଲେ । ସାତ୍ତ୍ୱିକ ସୋଲ ଫାଉଣ୍ଡେସନର କର୍ମକର୍ତ୍ତାମାନେ ଉପସ୍ଥିତ ରହି ଏହାକୁ ପରିଚାଳନା କରିଥିଲେ । ଏଥିରେ ପୁରୁଷୋତ୍ତମପୁର ମେଡିକାଲ ଇନଚାର୍ଜ ହୃଷିକେଶ ମହାନ୍ତ, ଡକ୍ଟର ନମିତା ପାତ୍ର, ଡକ୍ଟର ବିସ୍ମିତା ମଲ୍ଲିକ, ଡକ୍ଟର ଚନ୍ଦ୍ରଶେଖର ଦାଶ, ଡକ୍ଟର ରବୀନ୍ଦ୍ର ଗନ୍ତାୟତ, ଡକ୍ଟର ରାଜେନ୍ଦ୍ର ଦାଶ, ଡକ୍ଟର ସିଦ୍ଧୟେ ଶତପଥୀ, ଡକ୍ଟର ମୋନାଲିନ ଷଡ଼ଙ୍ଗୀ, ଡକ୍ଟର ପ୍ରଭାତ କୁମାର ଦାଶ, ବିପିଏମ ରାଧାକୃଷ୍ଣ ସାବତ, ଅନିତା ପଟନାୟକଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ ।

hiranchal ad1
Leave A Reply

Your email address will not be published.

19 + thirteen =