ବ୍ରହ୍ମପୁର ଠାରେ ବିଶ୍ୱ ପର୍ଯ୍ୟଟନ ଦିବସ ପାଳିତ

0 78

ଗଞ୍ଜାମ ,୨୭/୯- ଆଜି ବିଶ୍ୱପର୍ଯ୍ୟଟନ ଦିବସ ଦି ମୟୂରୀ ସମିଳନୀ କକ୍ଷ ବ୍ରହ୍ମପୁର ଠାରେ ପାଳନ ହୋଇଯାଇଛି । ସରକାରଙ୍କ କୋଭିଡ କଟକଣା ମଧ୍ୟରେ ପାଳନ କରାଯାଇ ଏଥିରେ ଦୈ÷ନିକ ଖବର କାଗଜ ଦୈନିକଆଶା , ପର୍ଯ୍ୟଟନ ଭାରତ ,ଓ.ଆଇ.ସି, ଏବଂ ଗଂଜାମ ଜିଲ୍ଲା ହୋଟେଲ ସଂଘ ମିଳିତ ଆନୁକୂଲ୍ୟରେ “ସାମାଜିକ ଅନ୍ତର୍ଭୁକ୍ତ ଅଭିବୃତ୍ତି ପର୍ଯ୍ୟଟନ ” ଶିର୍ଷକ ଆଲୋଚନାରେ ଶ୍ରୀ ପ୍ରମୋଦ କୁମାର ପଣ୍ଡାଙ୍କ ସଭାପତିତ୍ୱରେ ଗଞ୍ଜାମ ଜିଲ୍ଲାର ଉନ୍ନୟନମୂଳକ ପର୍ଯ୍ୟଟନ ଓ ତାର ଭିତ୍ତିଭୂମି ଉପରେ ଆଲୋଚନା ହୋଇଥିଲା । ଗଞ୍ଜାମ ଜିଲ୍ଲା କଳା ଓ ସଂସ୍କୃତିର ଗନ୍ତାଘର ଏବଂ ବିଭିନ୍ନ ପର୍ଯ୍ୟଟନ ସ୍ଥଳରେ ସୁଶୋଭିତ ଯଥା ମା ତାରାତାରିଣୀ ,ଭୈରବୀ,ôବିଶ୍ୱପ୍ରସିଦ୍ଧ ମା ବୁଢୀଠକୁରାଣୀ ଇତ୍ୟାଦି ୨୨ ଗୋଟି ପୀଠର ଏନ୍ତୁଡିଶାଳ ଯାହାକି ସାରା ବିଶ୍ୱର ଏକ ଉଦଜୀବିତ ଉଦାହରଣ । ଏଥି ସହିତ ଲୋକକଳା ଅନୁକ୍ରମରେ ,ଦଣ୍ଡନୃତ୍ୟ, ଭାରତଲିଳା ,ଦାସକାଠିଆ ,ସଖିନାଚ,ନବରଙ୍ଗ ଇତ୍ୟାଦି ବିଭିନ୍ନ କଳାକୁ ଜୀବନ୍ତକାରୀ ରଖିବା ଉଦ୍ଦେଶ୍ୟରେ ମତ ରଖାଯାଇଥିଲା । ଏହି ଶୁଭ ଅବସରରେ ଦଣ୍ଡପାଣି ସାହୁଙ୍କ ଲିଖିତ ମା ତାରାତାରିଣୀ ଦର୍ଶନ କଥା ଉନ୍ମୋଚିତ ହୋଇଥିଲା ।ଏଥିରେ ମୁଖ୍ୟଅତିଥି ଭାବେ ଇଂ. ଉମାଶଙ୍କର ପାଣିଗ୍ରାହୀ, ସମ୍ମାନୀତ ଭାବେ ଅତିଥି ଶ୍ରୀ ଭଗବାନ ଗନ୍ତାୟତ, ପର୍ଯ୍ୟଟନ ଭାରତର ସମ୍ପାଦକ ନାରାୟଣ ମହାଙ୍କୁଡ, ମୁଖ୍ୟବକ୍ତା ଭାବେ କୃଷ୍ଣଚନ୍ଦ୍ର ନିଶଙ୍କ ପ୍ରାକ୍ତନ ସହ ନିର୍ଦ୍ଦେଶକ ସଂସ୍କୃତି ବିଭାଗ, ଅନୁପମ ଭାରତ ଓ ୟୁଟିଭିର ବରିଷ୍ଠ ସାମ୍ବାଦିକ ସୁଦୀପ କୁମାର ସାହୁ ସଭା ପରିଚାଳନା କାର୍ଯ୍ୟକ୍ରମ କରିଥିଲେ । ଶ୍ରୀ ପ୍ରଭାକର ସାହୁଙ୍କ ପୌରହିତ୍ୟରେ ସମାଜରେ ବିଭିନ୍ନ ଦିଗରେ ପର୍ଯ୍ୟଟନ ଓ ସଂସ୍କୃତି, ସାମ୍ବାଦିକତା କ୍ଷେତ୍ରରେ ସୁନାମ ଅର୍ଜନ କରିଥିବା ବିଭିନ୍ନ ପ୍ରତିଭାଧାରୀ ବ୍ୟକ୍ତିମାନଙ୍କ ମଧ୍ୟରେ ଶ୍ରୀ ଗୋପାଳ ପଟ୍ଟନାୟକ, ଧର୍ମା ରାଓ, ସୁଦୀପ ସାହୁ, ମୃତ୍ୟୁଞ୍ଜୟ ସାହୁ, ପ୍ରଶାନ୍ତ ଦାସ, ଆଶୀର୍ବାଦ ରାଉତ, ସ୍ୱାଧିନ ସାହୁଙ୍କୁ ସମ୍ମାନୀତ କରାଯାଇଥିଲା । ଅନ୍ୟମାଙ୍କ ମଧ୍ୟରେ ସୁବ୍ରମନ୍ୟୁ ସ୍ୱାମୀ ,ଗୋପାଳ ରେଡି, ଅଭିରାମ ପାତ୍ର ,ଲିକୁ ଡାକୁଆ, କ୍ଷୀରସିନ୍ଧୁ ମହାନ୍ତି ,ସରୋଜ ମହାରଣା ,ଗୌରୀଶଙ୍କର ମିଶ୍ର ,ନିର୍ମଳ ସାହୁ କାଳୀ ପ୍ରସାଦ ରଥ ,ପ୍ରଶାନ୍ତ ପ୍ରତିନିଧି, ରବି,ସଚ୍ଚିନ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରଥିଲେ । ଶେଷରେ ସାମ୍ବାଦିକ ସରୋଜ କୁମାର ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ ।

hiranchal ad1
Leave A Reply

Your email address will not be published.

6 + sixteen =