ଗଞ୍ଜାମ ସହରରେ ବିଜୁ ଯୁବଛାତ୍ର ଜନତା ଦଳ ପକ୍ଷରୁ ସ୍ୱଚ୍ଛତା କାର୍ଯ୍ୟକ୍ରମ

0 120

ଗଞ୍ଜାମ,୧୦/୧୦: ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ଗଞ୍ଜାମ ସହରରେ ବିଜୁ ଯୁବ, ଛାତ୍ର ଜନତାଦଳ ପକ୍ଷରୁ ଏକ ସ୍ୱଚ୍ଛତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା ଯୋଗଦେଇ ଉକ୍ତ ସାମାଜିକ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବା ସହ ସ୍ୱଚ୍ଛତା ହିଁ ସମ୍ମାନର ସନ୍ତକ ବୋଲି କହିଥିଲେ । ଗଞ୍ଜାମ ନଗର ଯୁବ ସଭାପତି ସୁଧିର କୁମାର ପାଢୀ ଓ ନଗର ଛାତ୍ର ସଭାପତି ରାକେଶ ରଞ୍ଜନ ଦାଶଙ୍କ ତତ୍ୱାବଧାନରେ ସହରସ୍ଥିତ ବାଳିକା ବିଦ୍ୟାଳୟ ପରିସର ଓ ବଡ଼ବଜାରସ୍ଥିତ ମିନି ଷ୍ଟାଡିୟମ ପରିସର ସଫେଇ କରାଯାଇଥିଲା । ରାଜ୍ୟ ଛାତ୍ର ସମ୍ପାଦକ ବିଭୂତି ଭୂଷଣ ଦାଶ, ପୌରାଞ୍ଚଳ ବରିଷ୍ଠ ନାଗରିକ ପରିଷଦ ସଭାପତି ଲିଙ୍ଗରାଜ ପଟନାୟକ, ଜିଲ୍ଲା ଛାତ୍ର ସଭାପତି ଭବାନୀକାନ୍ତ ସାହୁ, ଜିଲ୍ଲା ସମ୍ପାଦକ ରାଜେଶ ମହାରଣା, ଛାତ୍ର ଜିଲ୍ଲା ସମ୍ପାଦକ ଜଗତେଶ୍ୱର ରାଓ, ଜିଲ୍ଲା ଉପସଭାପତି ଶିବ ପ୍ରସାଦ ସ୍ୱାଇଁ, ସନାତନବେହେରା, ଗୌରୀଶଙ୍କର ବାରିକ, ପି.ରାଜୁ ରେଡି, ସୁଦାମ ଚରଣ ପଲାଇ, ଦଣ୍ଡପାଣି ପରିଡା, ଜିତୁ ପଣ୍ଡା, ସୁରେନ୍ଦ୍ର ବାରିକ, ଅକ୍ଷୟ ସ୍ୱାଇଁ, ନିରଞ୍ଜନ ପରିଡା, ମନୋଜ ପ୍ରଧାନ, ଶାନ୍ତନୁ ବିଶ୍ୱାଳ, ଲିଙ୍ଗରାଜ ମହାପାତ୍ର, ବାଦଲ ପ୍ରଧାନ । ଛାତ୍ର ଡିଜିଟାଲ ସମ୍ପାଦକ ଆଶୁତୋଷ ଦାଶ, ଯୁବ ଡିଜିଟାଲ ସମ୍ପାଦକ ପ୍ରୀତମ ମହାରଣା ପ୍ରମୁଖଙ୍କ ସମେତ ବହୁ ସଂଖ୍ୟାରେ ବିଜେଡିନେତା ଓ କର୍ମୀମାନେ ଉପସ୍ଥିତ ରହି ସଫେଇ କାର୍ଯ୍ୟକ୍ରମରେ ସାମିଲ ଥିଲେ ।

hiranchal ad1
Leave A Reply

Your email address will not be published.

11 − 1 =