ସାମ୍ଭାବ୍ୟ ବାତ୍ୟା ‘ଡିଆଁମୁ’କୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲ୍ଲାପାଳଙ୍କ ସାମ୍ବାଦିକ ସମ୍ମିଳନୀ

0 85

ଆସନ୍ତା ୨୬ ତାରିଖ ଦିନ ବାତ୍ୟା ‘ଡିଆଁମୁ’ ସ୍ଥଳଭାଗ ଛୁଇଁବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛନ୍ତି । ଘଣ୍ଟାପ୍ରତି ୫୦ ରୁ ୬୦ କିଲୋମିଟର ବେଗରେ ପବନ ବହିବ । ପବନର ଗତି ବେଳେବେଳେ ୯୦ କିଲୋମିଟର ରହିବ । ଆଜି ସାମ୍ବାଦିକ ସମ୍ମିଳନୀରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ସତର୍କ ରହିବାକୁ ସୂଚନା ଦେଇଛନ୍ତି । ଗତଦିନର ଲଘୁଚାପ ଜନିତ ବର୍ଷାରେ ପ୍ରତ୍ୟେକ ନଦୀରେ ଜଳସ୍ତର ବୃଦ୍ଧି ରହିଛି । ଏହି ବାତ୍ୟାରେ ଜଳସ୍ତର ପ୍ରବଳରୁ ପ୍ରବଳ ବୃଦ୍ଧି ପାଇବ ସେଥିପାଇଁ ସଜାଗ ରୁହନ୍ତୁ ସଚେତନ ରହିବା ପାଇଁ ପରାମର୍ଶ ଦେଇଛନ୍ତି । ଗଞ୍ଜାମ ଜିଲ୍ଲାରେ ରେଡ୍ ଓ୍ଵାର୍ଣ୍ଣି ଜାରି କରାଯାଇଛି । ତଳିଆ ଅଞ୍ଚଳକୁ ସଜାଗ ରହିବା ପାଇଁ ସତର୍କ କରିଛନ୍ତି । ନଦୀ ତଟ ପୋଖରୀ ତଟକୁ ଯିବା ପାଇଁ ମନା କରାଯାଇଛି । କେତେକ ସ୍ଥାନରେ ଡ଼ାକବାଜି ଯନ୍ତ୍ର ଦ୍ୱାରା ସତର୍କ କରାଯାଉଛି । ୨୬ ଓ ୨୭ ଏହି ଦୁଇ ଦିନ ବାତ୍ୟାର ସମ୍ଭାବନା ରହିଛି । ବାତ୍ୟାରେ ରାସ୍ତାରେ ଗଛ ପଡିଲେ ତାକୁ ସଫା କରିବା ପାଇଁ ଜେସିବି ଏବଂ କାଠକଟା ଯନ୍ତ୍ର ପ୍ରସ୍ତୁତ କରି ରଖାଯାଇଛି । ଚିକିଟି ,ପାତ୍ରପୁର ,ଆନ୍ଧ୍ର ବୋର୍ଡର କନ୍ଧମାଳ ବୋର୍ଡର ରେ ଅଧିକରୁ ଅଧିକ ବର୍ଷାର ସୂଚନା ମିଳିଛି ସେଥିପାଇଁ ସେହି ଅଞ୍ଚଳକୁ ତୀକ୍ଷ୍ଣ ଦୃଷ୍ଟି ରଖାଯାଇଛି । ପାହାଡିଆ ଅଞ୍ଚଳ, ତଳିଆ ଅଞ୍ଚଳର ଲୋକମାନଙ୍କୁ ସଜାଗ ରହିବା ପାଇଁ କୁହାଯାଇଛି । ଯଦି ଦରକାର ପଡେ ବାତ୍ୟା ଆଶ୍ରୟ ସ୍ଥଳକୁ ସ୍ଥାନାନ୍ତର କରାଯିବ । ୨୬ ଓ ୨୭ ତାରିଖ ପାଇଁ ବେଳାଭୂମି ବନ୍ଦ ରଖାଯାଇଛି । ଖବର ସଂଗ୍ରହ ବେଳେ ନିଜ ମୂଲ୍ୟବାନ ଜୀବନକୁ ସୁରକ୍ଷିତ ରଖି ଖବର ସଂଗ୍ରହ କରିବା ପାଇଁ ଜିଲ୍ଲାପାଳ ଅନୁରୋଧ କରିଛନ୍ତି ।

hiring

hiranchal ad1
Leave A Reply

Your email address will not be published.

sixteen − 6 =