ବିବାହ ମଣ୍ଡପରୁ ବରକୁ ଉଠାଇ ଆଣିଲା ପୁଲିସ, ବରଯାତ୍ରୀଙ୍କୁ ବନ୍ଧକ ରଖିଲେ ଗ୍ରାମବାସୀ

0 108

ଗାଜିଆବାଦ : ପ୍ରେମିକାର ଅଭିଯୋଗକ୍ରମେ ବିବାହ ମଣ୍ଡପରୁ ବରକୁ ଉଠାଇ ନେଇଛି ପୁଲିସ । ଏମିତି ଏକ ଘଟଣା ଘଟିଛି ଉତ୍ତରପ୍ରଦେଶ ରାଜ୍ୟର ଗାଜିଆବାଦ ଜିଲ୍ଲାର ସିଖୌଣ୍ଡା ଗ୍ରାମରେ । ଏହି ଗ୍ରାମର ବାସିନ୍ଦା ରବିନ୍ଦ୍ର କୌଲିଙ୍କ ଭଉଣୀର ବିବାହ ଲାଇନ କଲୋନୀ ନିବାସୀ ଅଙ୍କିତ ପୁତ୍ର ମୋହନଲାଲଙ୍କ ସହ ଠିକ୍‌ ହୋଇଥିଲା । ସୋମବାର ଦିନ ଅଙ୍କିତ ନିଜ ପରିବାର ଓ ବରଯାତ୍ରୀ ସହ ସିଖୌଣ୍ଡା ଗ୍ରାମରେ ପହଞ୍ଚିଥିଲେ । ଝିଅର ପରିବାର ଲୋକେ ବରଯାତ୍ରୀଙ୍କୁ ସ୍ୱାଗତ କରିଥିଲେ । ବରଯାତ୍ରୀମାନେ ଜଳଖିଆ ଓ ଖାଦ୍ୟ ଖାଇବା ସାରିବା ପରେ ବର ମଣ୍ଡପରେ ପହଞ୍ଚିଥିଲେ । ପ୍ରଥମେ ମାଳ ଅଦଳବଦଳ କାର୍ଯ୍ୟକ୍ରମ ହୋଇଥିଲା । ଏହାପରେ ସାତଫେରା ପାଇଁ ପ୍ରସ୍ତୁତି ଚାଲିଥିଲା । ବର ମଣ୍ଡପରେ ବସିଥିଲେ ଓ ପଣ୍ଡିତ ମନ୍ତ୍ର ଉଚ୍ଚାରଣ କରୁଥିଲେ । ଏହି ସମୟରେ ନିୱାଡି ପୁଲିସ ଷ୍ଟେସନରୁ ଦୁଇଟି ଗାଡି ସାଇରନ ବଜାଇ ଗ୍ରାମରେ ପହଞ୍ଚିଥିଲା । ତିନିଜଣ ପୁଲିସ କର୍ମଚାରୀଙ୍କ ସହ କେତେକ ମହିଳା କନଷ୍ଟେବଳ ଗାଡିରୁ ଓହ୍ଲାଇ ବରକୁ ମଣ୍ଡପରୁ ଉଠାଇ ନେଇ ଗାଡିରେ ବସାଇ ଦେଇଥିଲେ । ଏହା ଦେଖି ଘଟଣାସ୍ଥଳରେ ଉପସ୍ଥିତ ଲୋକଙ୍କ ମଧ୍ୟରେ ଉତ୍ତେଜନା ଦେଖାଦେଇଥିଲା । ପୁଲିସ ସେମାନଙ୍କୁ କହିଥିଲା ବର ଠକେଇ କରି ବିବାହ କରୁଛନ୍ତି ।
ନିୱାଡି ପୋଲିସ ଏସଏସଆଇ ମହେଶ କୁମାର ରାଣା କହିଛନ୍ତି ଯେ ଡାଏଲ ୧୧୨ ରେ ସାହାରନପୁରରୁ ଏକ କଲ ଆସିଥିଲା । ଫୋନ କରିଥିବା ଯୁବତୀ ଜଣକ କହିଛନ୍ତି ଯେ ସାହାରନପୁରର ବାସିନ୍ଦା ଯୁବକ ଅଙ୍କିତ ବିବାହର ପ୍ରଲୋଭନ ଦେଖାଇ ତାଙ୍କ ସହ ଦୀର୍ଘ ସମୟ ଧରି ଶାରୀରିକ ସଂପର୍କ ରଖିଥିଲା ଏବଂ ବର୍ତ୍ତମାନ ସେ ଗୁପ୍ତ ଭାବରେ ସିଖୌଣ୍ଡି ଗ୍ରାମରେ ବିବାହ କରୁଛି । କେବଳ ଏତିକି ନୁହେଁ, ଯୁବତ ଜଣକ ଡାଏଲ ୧୦୯୦ ରେ ସାହାରନପୁର ପୋଲିସ ନିକଟରେ ମଧ୍ୟ ଅଭିଯୋଗ କରିଥିଲା । ଅଭିଯୋଗ ପାଇବା ପରେ ପୋଲିସ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ପୋଲିସ ଷ୍ଟେସନରେ ପହଞ୍ଚିବା ପରେ ବର ଅଙ୍କିତ ପୋଲିସକୁ କହିଥିଲେ ଯେ ଗତ ପାଞ୍ଚ ବର୍ଷ ଧରି କଲୋନୀରେ ରହୁଥିବା ଯୁବତୀ ସହିତ ତାଙ୍କର ସମ୍ପର୍କ ଥିଲା । ଯୁବତୀଙ୍କ ଅଭିଯୋଗ ପରେ ଏ ନେଇ ଏକ ମାମଲା ରୁଜୁ କରି ପୁଲିସ ତାହାର ତଦନ୍ତ କରୁଥିବା ମୋଦିନଗର ସିଓ ସୁନୀଲ କୁମାର ସିଂ କହିଛନ୍ତି ।
ଯୁବକ ଜଣକ ପ୍ରତାରଣା କରି ବିବାହ କରୁଛନ୍ତି ବୋଲି ଗ୍ରାମବାସୀ ଜାଣିବା ପରେ ବରର ପରିବାର ସଦସ୍ୟଙ୍କ ସହ ଗ୍ରାମବାସୀଙ୍କୁ ବନ୍ଧକ ରଖିଥିଲେ । ସେହିପରି କନ୍ୟା ମଧ୍ୟ ବିବାହ କରିବାକୁ ମନା କରିଦେଇଥିଲେ । ଏହି ସମୟରେ ଉଭୟ ପକ୍ଷ ମଧ୍ୟରେ ତୀବ୍ର ସଂଘର୍ଷ ହୋଇଥିଲା । ପୋଲିସ ଉଭୟ ପକ୍ଷଙ୍କୁ ନିୱାଡି ପୋଲିସ ଷ୍ଟେସନକୁ ଆଣିଥିଲା ।

hiranchal ad1
Leave A Reply

Your email address will not be published.

fifteen − 1 =