ଆଠମଲିକ – ଗତ ମାସରେ ଆସିଥିବା କାଳବୈଶାଖୀର ତାଣ୍ଡବରେ ଆଠମଲିକ ଉପଖଣ୍ଡ ଅନ୍ତର୍ଗତ ଘୋଡ଼ାଗାଡ଼ି ଶିବ ମନ୍ଦିରର ଦଧି ନଉତି ଭାଙ୍ଗି ଯାଇଥିଲା l ଘୋଡାଗାଡି ଗ୍ରାମବାସୀ, ସେବାୟତ ଓ ଅଂଚଳର ଭକ୍ତ ମାନଙ୍କର ସହଯୋଗରେ ଆଜି ମନ୍ଦିର ଚୂଡ଼ାରେ ନୂତନ ଦଧି ନଉତି ସ୍ଥାପନ କରାଯାଇଛି | କୋଭିଡ ପାଇଁ ଜନ ଗହଳି ବାରଣ ଥିବାରୁ ସ୍ବଳ୍ପ ସଂଖ୍ୟକ ସେବାୟତ, ଗ୍ରାମବାସୀ ଓ ଭକ୍ତ ମାନଙ୍କୁ ନେଇ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା | ସେବାୟତ ଚତୁର୍ଭୁଜ ଖମାରୀ ଓ ସୁରମା ଖମାରୀ ସପତ୍ନୀକ ପୂଜାରେ କର୍ତ୍ତା ଭାବରେ ବସିଥିବା ବେଳେ ରାମଚନ୍ଦ୍ର ପଣ୍ଡା ଓ ଶ୍ରବଣ ପଣ୍ଡା ପୁରୋହିତ ଦାଇତ୍ୱ ତୁଲାଇ ଥିଲେ l ସମସ୍ତ କାର୍ଯକ୍ରମରେ ସେବାୟତ କେଶବ ଖମାରୀ, ମଙ୍ଗଳୁ ଖମାରୀ, ବିପିନ ଖମାରୀ, ମଂଟୁ ଖମାରୀ, ପିଂଟୁ ଖମାରୀ ଓ ବିନୋଦ ଖମାରୀ ଉପସ୍ଥିତ ରହି ସହଯୋଗ କରିଥିଲେ | ଘୋଡାଗାଡି ବିରାଜିତ ଶ୍ରୀ ଶ୍ରୀ ସ୍ୱପ୍ନେଶ୍ୱର ମହାଦେବଙ୍କ ଏହି ମନ୍ଦିର ଆଠମଲିକ ଗଡଜାତର ପ୍ରାଚୀନ ମନ୍ଦିର ମାନଂକ ମଧ୍ୟରୁ ଅନ୍ଯତମ ଅଟେ l ଆଠମଲିକ ରାଜ୍ୟର ପ୍ରାଚୀନ ଶୈବ ପିଠ ଭାବରେ ଘୋଡାଗାଡି ଶିବ ମନ୍ଦିରକୁ ଗଣନା କରାଯାଏ |