ଘୁ ଉଦୟଗିରି ଲ୍ୟାମ୍ପ ପରିସରରେ ଆରମ୍ଭ ହେଲା ଧାନ କିଣା

0 54

ଘୁ ଉଦୟଗିର: କନ୍ଧମାଳ ଜିଲ୍ଲା ଘୁ ଉଦୟଗିରି ଲ୍ୟାମ୍ପରେ ଆଜି ଚାଷୀ ମାନଙ୍କର ଧାନ କିଣା ପ୍ରକ୍ରିୟାର ଶୁଭାରମ୍ଭ କରାଯାଇଛି । ଦୀର୍ଘ ୪୧ ଦିନ ଲ୍ୟାମ୍ପ କର୍ମଚାରୀଙ୍କ କଲମଛାଡ଼ ଆନ୍ଦହଳନ ପରେ ଗତମାସ ୨୭ ତାରିଖ ଦିନ ସରକାର ଲିଖିତ ପ୍ରତିଶ୍ରୁତି ଦେଇଥିଲେ ତାପରେ ଆନ୍ଦୋଳନରୁ କର୍ମଚାରୀ ଓହରି ଯାଇଥିଲେ । ଆଜି ଲ୍ୟାମ୍ପ ପରିସରରେ ଏହି ବର୍ଷର ନୂତନ ଭାବରେ ଧାନ କିଣା ପ୍ରକ୍ରିୟା ଡିଆରସିଏସ ପ୍ରଭାତ କୁମାର ଜେନାଙ୍କ ଦ୍ୱାରା ଉଦଘାଟନ କରାଯାଇଥିଲା ।

hiring

ଏହି ଉଦଘାଟନ କାର୍ଯ୍ୟକ୍ରମରେ ୧୩ଜଣ ଚାଷୀଙ୍କ ସମେତ ଏଆରସିଏସ ବାଲିଗୁଡା ଗଙ୍ଗାଧର କହଁର,ଏସଆରସିଏସ ଜି ଉଦୟଗିରି ଲ୍ୟାମ୍ପ ଶ୍ରୀମତି ଜ୍ୟୋତିର୍ମୟୀ ପ୍ରଧାନ, ଏମଡ଼ିଜି ଉଦୟଗିରି ଲ୍ୟାମ୍ପ ସିସିରକାନ୍ତ ତ୍ରିପାଠୀ । ଆସିଷ୍ଟାଣ୍ଡ ଏମଡ଼ି ପିତାମ୍ବର ସାହୁ, ଡ଼ିଇଓ ପିଙ୍କୁ କୁମାର ପ୍ରଧାନ, ପିଅନ ଧର୍ମରାଜ ପ୍ରଧାନ ସମେତ ବିଜେଡି ଜିଲ୍ଲା ସାଧାରଣ ସମ୍ପାଦକ କିଶୋର କୁମାର ନାୟକ ଉପସ୍ଥିତ ରହିଥିଲେ । ଏଥି ମଧ୍ୟରୁ ସ୍ଥାନୀୟ ୧୩ଜଣ ଚାଷୀ ମଧ୍ୟରୁ ଶାନ୍ତନୁ କୁମାର ପ୍ରଧାନ କନବାଗିରି ନିବାସୀ ପ୍ରକାଶ କରିଛନ୍ତି ଯେ ଏହି ବର୍ଷ ବିଳମ୍ବରେ ଧାନ କିଣା ହେଉଛି, ମୋ ନିକଟକୁ ୧ ତାରିଖରେ ଧାନ ବିକ୍ରି ପାଇଁ ସରକାର ପକ୍ଷରୁ ଟୋକେନ୍‌ ଆସିଥିଲା କିନ୍ତୁ ମୁ ଆଜି ଲ୍ୟାମ୍ପକୁ ଆଣିଛି ଓ ବହୁ ବିଳମ୍ବରେ ଧାନ ଲ୍ୟାମ୍ପ ଦ୍ୱାରା କିଣା ଯାଇଥିବା କହିଛନ୍ତି ।ସେପଟେ ସରକାରଙ୍କ କ୍ୱିଣ୍ଟାଲ ପିଛା ୧୯୪୦ଟଙ୍କା ଦର ରହିଥିବାବେଳେ ଏହି ଧାନ ମା ବରାଳଦେବୀ ଆଗ୍ର ଫୁଡ଼ ପ୍ରବେଶ ରାଇସ ମିଲ,ପିକରଡ଼ିକୁ ନେଉଥିବା ସୂଚନା ରହିଛି ।

hiranchal ad1
Leave A Reply

Your email address will not be published.

3 + fifteen =