ଗୋଚ୍ଛାପଡା ବନ ବିଭାଗ ପକ୍ଷରୁ ଜଙ୍ଗଲରେ ଚାରା ରୋପଣ ଓ ଜଙ୍ଗଲରେ ନିଆଁ ସମ୍ପର୍କିତ କର୍ମଶାଳା

0 117

ଫୁଲବାଣୀ:କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବନବିଭାଗ ରେଞ୍ଜ ଅଧିନରେ ଥିବା ଗୋଛାପଡା ବନବିଭାଗ ତରଫରୁ ଚାରା ରୋପଣ କାର୍ଯ୍ୟକ୍ରମ ଓ ଜଙ୍ଗଳକୁ ନିଆଁ ଦାଉରୁ କିଭଳି ରକ୍ଷା କରାଯାଇପାରିବ ସେନେଇ ଏକ ସଚେତନାତା କର୍ମଶାଳା ସହ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଯାଇଛି । ଗୋଚ୍ଛାପଡା ଫରେଷ୍ଟର ପ୍ରଶାନ୍ତ କୁମାର ସାହୁଙ୍କ ଅଧକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଫିରିଙ୍ଗିଆ ବ୍ଲକ ସଲାଗୁଡା ପଞ୍ଚାୟତ ଟଣାଶୁ ଖସରା ଜଙ୍ଗଲ ମଧ୍ୟରେ ମହାତ୍ମା ଗାନ୍ଧୀ କର୍ମନିଯୁକ୍ତି ଯୋଜନାରେ ଏହି କାର୍ଯ୍ୟକ୍ରମ କରାଯାଇଥିବା ବେଳେ ୨୦୨୧/୨୨ ଆର୍ଥିକ ବର୍ଷପାଇଁ ସମୁଦାୟ ୫୦ ହେକ୍ଟର ଜଙ୍ଗଲରେ ୧୦ ହଜାର ମୂଲ୍ୟବାନ ଚାରା ରୋପଣ କରାଯାଇଛି । ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଅଂଚଳର ଅନେକ ଶ୍ରମିକ ମଧ୍ୟ କାମ ପାଇପାରିଛନ୍ତି । ଅନ୍ୟପଟେ ସଲାଗୁଡା ପଂଚାୟତ କାର୍ଯ୍ୟାଳୟ ଠାରେ ଫରେଷ୍ଟର ଶ୍ରୀ ସାହୁଙ୍କ ଅଧକ୍ଷତାରେ ଜଙ୍ଗଲରେ ନିଆଁ ଲାଗିବା ସମ୍ପର୍କିତ ଏକ ସଚେତନତା କର୍ମଶାଳା ମଧ୍ୟ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ସଳାଗୁଡା ସରପଂଚ ସୁଭଦ୍ରା କହଁର ମୁଖ୍ୟଅତିଥି ଭାବରେ ଯୋଗଦେଇଥିବା ବେଳେ ପଞ୍ଚାୟତ କାର୍ଯ୍ୟନିର୍ବାହି ଅଧିକାରୀ ବନବିହାରି ତ୍ରିପାଠୀ, ସମାଜ ସେବୀ ରୋହିତ କହଁର ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ବନରକ୍ଷୀ ଅଚ୍ୟୁତାନନ୍ଦ ପଣ୍ଡା, ଡି.ଇ.ଓ ରଘୁନାଥ ରଥଙ୍କ ସହ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା, ବନସୁରକ୍ଷା ସମିତିର ସମସ୍ତ ସଭାପତି ସମ୍ପାଦକଙ୍କ ସହ କର୍ମକର୍ତ୍ତା ମାନେ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମରେ ଜଙ୍ଗଲକୁ କିଭଳି ଭାବରେ ନିଆଁ ଦାଉରୁ ରକ୍ଷା କରାଯାଇପାରିବ ସେନେଇ ଆଲୋଚନା ହୋଇଥିଲା ।

hiranchal ad1
Leave A Reply

Your email address will not be published.

5 × 1 =