ଫାଇଲେରିଆ ନିରାକରଣ ଅଭିଯାନ ନିମନ୍ତେ ସମୂହ ଔଷଧ ସେବନ କାର୍ଯ୍ୟକ୍ରମ

0 12

ବରଗଡ଼ : ଫାଇଲେରିଆ ନିରାକରଣ ଅଭିଯାନ ନିମନ୍ତେ ସମୂହ ଔଷଧ ସେବନ କାର୍ଯ୍ୟକ୍ରମ (MDA) ର ଶୁଭାରମ୍ଭ ସହରାଞ୍ଚଳ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର, ଷ୍ଟେସନପଡା ଠାରେ ଅନୁଷ୍ଠିତ ହୋଇଯାଇଛି I ଉକ୍ତ କାର୍ଯ୍ୟକ୍ରମରେ ବରଗଡ଼ ଜିଲ୍ଲାପାଳ ଆଦିତ୍ୟ ଗୋୟଲ, ପ୍ରଥମେ ଔଷଧ ସେବନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ I ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ବାସ୍ଥ୍ୟ ଅଧୂକାରୀ, ଡ. ନିରୁପମା ଷଡ଼ଙ୍ଗୀ, ଜିଲ୍ଲା ଅତିରିକୁ ଜନସ୍ବାସ୍ଥ୍ୟ ଅଧିକାରୀ (ଭେକ୍ଟର ବାହିତ ରୋଗ) ଡ. ସାଧୁ ଚରଣ ଦାଶ ଓ ଶ୍ରୀ ପ୍ରହଲ୍ଲାଦ ଖୋସଲା, ଜିଲ୍ଲା ସୂଚନା ଅଧୂକାରୀ ମଧ୍ୟ ଉପସ୍ଥିତ ରହି ଔଷଧ ସେବନ କରିଥିଲେ I ଶ୍ରୀ ଗିରିଜା ପ୍ରସାଦ ମିଶ୍ର, ଜିଲ୍ଲା ପ୍ରକଳ୍ପ ପରିଚାଳକ (DPM NHM ) ଏବଂ ଅନ୍ୟାନ୍ୟ ଜିଲ୍ଲା ସ୍ତରୀୟ ଅଧିକାରୀ ତଥା ଆଶା ଓ ଅଙ୍ଗନବାଡି ସମୂହ ଔଷଧ ସେବନ କରିଥିଲେ | ଅଗଷ୍ଟ ୧୦ ରୁ ୧୯ ତାରିଖ ପଯ୍ୟନ୍ତ ସମୂହ ଔଷଧ ସେବନ କାର୍ଯ୍ୟକ୍ରମ (MDA) ଚାଲୁ ରହିବ I ତାଲିମପ୍ରାପ୍ତ ଔଷଧ ସେବନକାରୀ (ଆଶା, ଅଙ୍ଗନବାଡି ମାନେ) ଘରକୁ ଘର ଏବଂ ସମସ୍ତ ସରକାରୀ ଓ ବେସରକାରୀ ଶିକ୍ଷ୍ୟାନୁଷ୍ଠାନ ଏବଂ କାଯ୍ୟଳୟରେ ଔଷଧ ଖୁଆଇବେ I ବରଗଡ଼ ଜିଲ୍ଲାର ପ୍ରାୟ ୧୪ ଲକ୍ଷ୍ୟ ଲୋକଙ୍କୁ ଏହି ଔଷଧ ଖୁଏଇବାର ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି I ଏହି କାର୍ଯ୍ୟକ୍ରମକୁ ସଫଳ କରି ଜିଲ୍ଲାକୁ ଫାଇଲେରିଆ ମୁକ୍ତ କରିବା ପାଇଁ ଜିଲ୍ଲାପାଳ ମହୋଦୟ ଭିଡ଼ିଓ ବାର୍ତ୍ତା ମାଧ୍ୟମରେ ସମସ୍ତଙ୍କୁ ଅନୁରୋଧ କରିଛନ୍ତି।

hiranchal ad1
Leave A Reply

Your email address will not be published.

nineteen + 1 =