ଗୁରୁ ଦିବସ ଅବସରରେ ପ୍ରଥମ ଟିଚର୍ସ କପ ହ୍ୟାଣ୍ଡବଲ ପ୍ରତିଯୋଗିତା ଆୟୋଜିତ

0 126

ଗଞ୍ଜାମ/ବ୍ରହ୍ମପୁର: ଗୁରୁ ଦିବସ ଅବସରରେ ଗଞ୍ଜାମ ଜିଲ୍ଲା ହ୍ୟଣ୍ଡବଲ ସଂଘ ପକ୍ଷରୁ ଦିନିକିଆ ହ୍ୟାଣ୍ଡ ବଲ୍‌ ଟୁର୍ଣ୍ଣାମେଣ୍ଟର ଆୟୋଜନ କରାଯାଇଛି । ସ୍ଥାନୀୟ ଖଲ୍ଲିକୋଟ କଲେଜ ଖେଳ ପଡ଼ିଆରେ ଆୟୋଜିତ ପ୍ରଥମ ଟିଚର୍ସ କପ ହ୍ୟାଣ୍ଡବଲ ପ୍ରତିଯୋଗିତା ଆୟୋଜିତ ହୋଇଯାଇଛି । ପ୍ରତିଯୋଗୀତାରେ ବ୍ରହ୍ମପୁର, ଗଞ୍ଜାମ, ଗୋପାଳପୁର ଓ ଗୋଲବନ୍ଧ ଆଦି ୪ଟି ଦଳ ଅଂଶଗ୍ରହଣ କରିଥିଲେ । ଲିଗ୍‌ ପ୍ରକ୍ରିୟାରେ ହୋଇଥିବା ସମସ୍ତ ମ୍ୟାଚରେ କଡ଼ା ମୁକାବିଲା ହୋଇଥିଲା । ଗଞ୍ଜାମ ଓ ଗୋଳାବନ୍ଧ ମଧ୍ୟରେ ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଥିଲା । ଉଭୟ ଟିମକୁ ଯୁଗ୍ମ ବିଜେତା ଘୋଷଣା କରଯାଇଥିଲା ।ପ୍ରତିଯୋଗିତାର ପୁରସ୍କାର ବିତରଣ ଉତ୍ସବରେ ମୁଖ୍ୟଅତିଥି ଭାବେ ବ୍ରହ୍ମପୁର ବିଧାୟକ ତଥା ଗଞ୍ଜାମ ଜିଲ୍ଲା ହ୍ୟାଣ୍ଡବଲ୍‌ ସଂଘର ସଭାପତି ବିକ୍ରମ କୁମାର ପଣ୍ଡା ଯୋଗ ଦେଇ ଖେଳାଳୀଙ୍କୁ କପ୍‌ ପ୍ରଦାନ କରିବା ସହ ଉତ୍ସାହିତ କରିଥିଲେ । ସମ୍ମାନିତ ଅତିଥି ଭାବେ ବରିଷ୍ଠ କ୍ରୀଡା ଶିକ୍ଷକ ପ୍ରକାଶ ପଣ୍ଡା, ସଂଘର କାର୍ଯ୍ୟକାରୀ ସଭାପତି ତଥା ଆଇନଜୀବୀ ଅଶୋକ ଶୁକ୍ଳା, ସଦସ୍ୟ ସରୋଜ କୁମାର ସାମନ୍ତ, ସାଂଗଠନିକ ସମ୍ପାଦକ ଶକ୍ତିଧର ରାଜଗୁରୁ,କୋଷାଧ୍ୟକ୍ଷ ଡାକ୍ତର ମନୋଜ କୁମାର ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ । ଆଜିର ଏହି ପ୍ରତିଯୋଗିତାକୁ ଜାତୀୟ ରେଫେରୀ ପ୍ରଶାନ୍ତ ରଥ ଓ ବିନାୟକ ହୋତା ପରିଚାଳନା କରିଥିଲେ । ଖେଳ ଶେଷରେ ସଂଘର ସମ୍ପାଦକ ସୁରେଶ ଚନ୍ଦ୍ର ପାଢ଼ୀଙ୍କ ସଂଯୋଜନାରେ ଆୟୋଜିତ ପୁରସ୍କାର ବିତରଣ ଉତ୍ସବରେ ସ୍ଥାନୀୟ ବିଧାୟକଙ୍କ ସମେତ ସଂଘର ସମସ୍ତ ବରିଷ୍ଠ ଖେଳାଳୀ ଓ କର୍ମକର୍ତ୍ତାଙ୍କୁ ସଂଘ ପକ୍ଷରୁ ଉପଢୌକନ ଓ ପୁଷ୍ପମାଲ୍ୟ ପ୍ରଦାନ କରି ସମ୍ବର୍ଦ୍ଧନା କରଯାଇଥିଲା ।

hiranchal ad1
Leave A Reply

Your email address will not be published.

three × three =