ନର୍ଦ୍ଦମା ପାଲଟିଛି ହବାକ ହାଇସ୍କୁଲ ଖେଳ ପଡିଆ, କର୍ତ୍ତୃପକ୍ଷଙ୍କ ନିଘାନାହିଁ

0 63

ଜି ଉଦୟଗିରି : ବ୍ରିଟିଶ ଅମଳର ହବାକ ହାଇସ୍କୁଲ ଖେଳ ପଡିଆ ସାରା ଅଞ୍ଚଳରେ ପ୍ରସିଦ୍ଧି ଲାଭ କରିଥିଲା, ତାହା ଏବେ ଲିଭିବାକୁ ବସିଲାଣି । ବ୍ରିଟିଶ ଅମଳରେ ପ୍ରଥମ ରାଜ୍ୟପାଳ ସାର ଜହନ ହଷ୍ଠୀନ ହବାକଙ୍କ ନାମରେ ନାମିତ ହୋଇଥିବା ସ୍ଥାନୀୟ ଅଞ୍ଚଳର ଏକ ସୁନାମଧନ୍ୟ ହାଇସ୍କୁଲ । ପାଠପଢା ଯେମିତି ଖେଳକୁଦ ପାଇଁ ମଧ୍ୟ ବେଶ ସୁନାମ ଅର୍ଜନ କରିଥିଲା । ଏହି ଖେଳ ପଡିଆ ଉପରେ ସାରା ଅଂଚଳର ଖେଳାଳି ନିର୍ଭର କରନ୍ତି । କ୍ରିକେଟ,ଫୁଟବଲ ଭଳି ଖେଳ ଏହି ପଡ଼ିଆରେ ହେଉଥିବା ବେଳେ ପୂର୍ବରୁ ଏହି ପଡ଼ିଆରେ ରାଜ୍ୟସ୍ତରୀୟ କ୍ରିକେଟ,ଫୁଟବଲ ମ୍ୟାଚ ଅନୁଷ୍ଠିତ ହେଉଥିଲା । ବର୍ତ୍ତମାନ ଏହି ଖେଳ ପଡିଆ ନିଜର ସତା ହରେଇବାକୁ ବସିଲାଣି । ପଡ଼ିଆର ଦୁଇ ପାର୍ଶ୍ୱରେ ପାଣି ପଶୁଛି । କହିବାକୁ ଗଲେ ପଡିଆଟି ନର୍ଦ୍ଦମା ପାଲଚି ଗଲାଣି । ଅନ୍ୟପଟେ ଖୋଲା ଶୌଚାଳୟ ପାଲଟିଛି । ଏହି ପଡିଆ ପ୍ରତି କାହାର ନଜର ନାହିଁ । ପଡ଼ିଆର ଚାରିପାଖ ସୁରକ୍ଷିତ ପାଚେରୀ ନାହିଁ ।ଖୋଲା ମେଲା ପଡିଛି । ଯିଏ ଯେମିତି ଅବାଧରେ ପ୍ରବେଶ କରିପାରୁଛନ୍ତି । ସନ୍ଧ୍ୟା ହେଲେ ଖୋଲା ଆକାଶ ତଳେ ମଦୁଆଙ୍କ ଆଡ୍ଡା ଜମୁଛି । ମଦ ପିଇ ଗ୍ଲାସ ଭାଙ୍ଗି ଏଣେତେଣେ ଫିଙ୍ଗିବା ସହ ଗଦାଗଦା ପ୍ଲାଷ୍ଟିକ ଗ୍ଲାସ ଜରି ପଡିଥିବା ଦେଖବାକୁ ମିଳିଛି । ପଡ଼ିଆର ଦୁଇ ପଟେ ପାଣି ପଶି ପଡିଆ ନଷ୍ଟ ହେବାରେ ଲାଗିଲାଣି । ଏହି ଖେଳ ପଡ଼ିଆ ପ୍ରତି ସ୍ୱତନ୍ତ ଧ୍ୟାନ ଦେଇ ଏହାର ପୁନରୁଦ୍ଧାର କରିବାକୁ ସାଧାରଣରେ ଦାବି ହୋଇଛି ।

hiranchal ad1
Leave A Reply

Your email address will not be published.

two × one =