ହରଭଙ୍ଗା: ଭ୍ରମ୍ୟମାଣ ଗାଡିରେ ଅତ୍ୟାବଶ୍ୟକୀୟ ସାମଗ୍ରୀ ଯୋଗାଣ, ବନ୍ଦ କରିବାକୁ ଚାଲିଛି ମସୁଧା

0 174

ହରଭଙ୍ଗା: ହରଭଙ୍ଗା ବ୍ଲକର ଦୁର୍ଗମ ପଞ୍ଚାୟତବାସୀଙ୍କ ପାଇଁ ହରଭଙ୍ଗା ବ୍ଲକ ଯୋଗାଣ ବିଭାଗ ପକ୍ଷରୁ ଅତ୍ୟାବଶକୀୟ ସାମଗ୍ରୀ ଚାଉଳ, ଗହମ ଯୋଗାଇବା ନିମନ୍ତେ ନିୟୋଜିତ ଭ୍ରାମ୍ୟମାଣ ଗାଡିରେ ସାମଗ୍ରୀ ପରିବହନ କରି ଦୁର୍ଗମ ପଞ୍ଚାୟତ କାର୍ଯ୍ୟାଳୟଠାରେ ପହଞ୍ଚାଇବାରେ ଏକ ପ୍ରମୁଖ ଦାୟିତ୍ୱ ଗ୍ରହଣ କରିଛି । ଫଳରେ ହିତାଧିକାରୀମାନେ ଠିକ୍ ଭାବେ ସାମଗ୍ରୀ ପାଇପାରୁଛନ୍ତି । କେତେକ ଖଳ ପ୍ରକୃତର ଲୋକ ଭ୍ରାମ୍ୟାମାଣ ସେବାକୁ ବନ୍ଦ କରିବାର ମସୁଧା କରୁଥିବା ଅଭିଯୋଗ ହେଉଛି । ହରଭଙ୍ଗା ପଞ୍ଚାୟତର ସରପଞ୍ଚ ସୁମଜିଲାଲ କହିଛନ୍ତି ଭ୍ରାମାମାଣ ଗାଡି ଠିକ୍‌ଭାବେ ସାମଗ୍ରୀ ଯୋଗାଣ କରୁଛି । ଏଣୁ ହରଭଙ୍ଗା ବ୍ଲକରେ ଭ୍ରମ୍ୟମାଣ ଗାଡି ଦ୍ୱାରା ସେବା ଠିକ୍ ମିଳୁଛି ଏବଂ ହିତାଧିକାରୀ ଉନ୍ନତମାନର ଚାଉଳ, ଗହମ ପାଇପାରୁଛନ୍ତି । ଭ୍ରାମ୍ୟମାଣ ଗାଡିରେ ଅତ୍ୟାବଶକୀୟ ସାମଗ୍ରୀ ଯୋଗାଣକୁ ନିରନ୍ତର ଚାଲୁ ରଖିବା ପାଇଁ ବୌଦ୍ଧ ଜିଲ୍ଲାପାଳ ଦୃଷ୍ଟି ଦେବାକୁ ସ୍ଥାନୀୟ ଜନସାଧାରଣ ଦାବି କରିଛନ୍ତି ।

hiranchal ad1
Leave A Reply

Your email address will not be published.

19 − three =