ପରିତ୍ୟକ୍ତ ସୁଲଭ ଶୌଚାଳୟର ପୁନରୁଦ୍ଧାର ପାଇଁ ବିଡ଼ିଓଙ୍କ ପରିଦର୍ଶନ

0 60

ହରଭଙ୍ଗା,୨୯/୫:- ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକର ସଦର ମହାକୁମା ଚାରିଛକ ଠାରେ ଦିନକୁ ଦିନ ଜନଗହଳି ବଢିଚାଲିଥିବାବେଳେ ଏଠାରେ ବ୍ଲକ କାର୍ଯ୍ୟାଳୟଠୁ ଆରମ୍ଭକରି ତହସିଲ କାର୍ଯ୍ୟାଳୟ, ଜେଏମଏଫସି କୋର୍ଟ ଭଳି ବିଭିନ୍ନ ସରକାରୀ କାର୍ଯ୍ୟାଳୟ ରହିଛି । ପ୍ରତିଦିନ ବ୍ଲକର କୋଣ ଅନୁକୋଣରୁ ଲୋକମାନେ ବିଭିନ୍ନ କାର୍ଯ୍ୟରେ ଏଠାକୁ ଆସିଥାନ୍ତି । ଦୈନିକ ଶହଶହ ଯାନବାହନ ଏହି ବାଟ ଦେଇ ଯିବାଆସିବା କରୁଥିବାବେଳେ ରାତି ସମୟରେ ସରକାରୀ ବେସରକାରୀ ଯାତ୍ରୀବାହୀ ବସ୍‌ ଗୁଡିକ ମଧ୍ୟ ଅଟକିଥାଏ । କିନ୍ତୁ ଏଭଳି ଜନଗହଳି ସ୍ଥାନରେ ସରକାରଙ୍କ ସ୍ୱଚ୍ଛଭାରତ ମିଶନ ପକ୍ଷରୁ ଯାତ୍ରୀମାନଙ୍କ ସୁବିଧା ପାଇଁ କୌଣସି ସୁଲଭ ଶୌଚାଳୟଟିଏ ନଥିବାରୁ ଲୋକେ ବିଭିନ୍ନ ସମୟରେ ନାହିଁନଥିବା ଅସୁବିଧା ସମ୍ମୁଖୀନ ହେଉଥିବାବେଳେ ବିଶେଷ କରି ମହିଳାମାନେ ସମସ୍ୟାର ସମ୍ମୁଖୀନ ହେଉଥିବା ଅଭିଯୋଗ ହେଉଛି । ଏ ଭଳି ସମସ୍ୟା ନେଇ ପୂର୍ବରୁ ଅନେକଥର ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇନଥିବାରୁ ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି । ସୂଚନା ଥାଉକି ପୂର୍ବରୁ ଛାରିଛକସ୍ଥିତ ଏକ ସୁଲଭ ଶୌଚାଳୟ ଥିଲା, କିନ୍ତୁ ସମୟକ୍ରମେ ତାର ରକ୍ଷଣବେକ୍ଷଣ ଅଭବ ସହ ପ୍ରସାଶନର ଇଛାଶକ୍ତି ଅଭାବ ହେତୁ ତାହା ଧୀରେ ଧୀରେ ଜରାଜୀର୍ଣ୍ଣ ଅବସ୍ଥାରେ ବର୍ତ୍ତମାନ ପଡିରହିଛି । ଏଭଳି ସମସ୍ୟାକୁ ନେଇ ଆଜି ଅଞ୍ଚଳର କିଛି ବୁଦ୍ଧିଜୀବୀ ଓ ହରଭଙ୍ଗାବ୍ଲକ ସାମ୍ବାଦିକ ବନ୍ଧୁ ମାନେ ହରଭଙ୍ଗା ବ୍ଲକ ବିଡ଼ିଓ ସ୍ୱପ୍ନିତା ନାଏକଙ୍କ ଦୃଷ୍ଟି ଆକର୍ଷଣ କରିବାସହ ଏକ ନୂତନ ଗୋଷ୍ଠୀ ଶୌଚାଳୟ ନିର୍ମାଣ ପାଇଁ ବିଡ଼ିଓଙ୍କୁ ଅନୁରୋଧ କରିଥିଲେ । ପରେ ସମସ୍ୟାକୁ ଭିତ୍ତିକରି ଆଜି ଅପରାହ୍ନ ସମୟରେ ବିଡ଼ିଓ ସ୍ୱପ୍ନିତା ନାଏକ ପରିତ୍ୟକ୍ତ ହୋଇ ପଡ଼ିରହି ଥିବା ଶୌଚାଳୟର ସ୍ଥିତି ପରଖିଥିବା ସହ ପୁନଃରୁଦ୍ଧାର କରି କିପରି ତାହା ଲୋକଙ୍କ କାମରେ ନିୟୋଜିତ ହୋଇପାରିବ ସେନେଇ ବ୍ଲକ ଜଳ ପରିମଳ ଯନ୍ତ୍ରୀ ପ୍ରଦୀପ ଜେନା ଓ ବ୍ଲକ ଆସିଷ୍ଟାଣ୍ଟ ଯନ୍ତ୍ରୀ ମନୋରଞ୍ଜନ ପାତ୍ରଙ୍କୁ ନିର୍ଦ୍ଦେଶ ଦେଇଥିବା ଜଣାପଡିଛି । ଅନ୍ୟପଟେ ଚାରିଛକ ଠାରେ ଏକ ନୂତନ ଗୋଷ୍ଠୀଭିତ୍ତିକ ଶୌଚାଳୟ ନିର୍ମାଣ ପାଇଁ ଜମି ଚିହ୍ନଟ ହୋଇଥିବା ସୂଚନା ମିଳିଛି ।

hiranchal ad1
Leave A Reply

Your email address will not be published.

eleven + 19 =