ମହାନଦୀରେ ୩୫ ଜଣ ନୂଆ ଅତିଥି:
ମହାନଦୀ ବନ୍ୟପ୍ରାଣୀ ସୁନା ଖଣିଆ ଅଞ୍ଚଳରେ ନୂତନ ଜନ୍ମଜ କୁମ୍ଭୀର ଶାବକ

0 80

ହରଭଙ୍ଗା,୨୯/୫:- କୁମ୍ଭୀରଙ୍କ ସୁରକ୍ଷା ବାସସ୍ଥଳୀ କୁହାଯାଉଥିବା ମହାନଦୀ ବନ୍ୟପ୍ରାଣୀ ବନଖଣ୍ଡ କୁଶଙ୍ଗ ରେଞ୍ଜ ଅନ୍ତର୍ଗତ ସୁନାଖଣିଆ ବିଟ୍‌ ଅଞ୍ଚଳରେ ମହାନଦୀ ଭିତରେ ଗତ ୫ ଦିନ ହେଲା ଘଡିଆଳ ପ୍ରଜାତିର କୁମ୍ଭୀର ଅଣ୍ଡା ଦେବାସହ ୩୫ ଟି ଘଡିଆଳ ଶାବକ ଜନ୍ମ ଦେଇଥିବା ନେଇ ବିଭାଗ ପକ୍ଷରୁ ସୂଚନା ମିଳିଛି । ମହାନଦୀ ବନ୍ୟପ୍ରାଣୀ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକ କୁଶଙ୍ଗ ରେଞ୍ଜ ଅନ୍ତର୍ଗତ ସୁନା ଖଣିଆ ବିଟ ମହାନଦୀ ଅଞ୍ଚଳରେ ରହୁଥିବା ଘଡିଆଳ କୁମ୍ଭୀର ପ୍ରଜାତିର ମା କୁମ୍ଭୀର ବଂଶ ବୃଦ୍ଧି ପାଇଁ ଗତ ମାର୍ଚ୍ଚ ମାସ ୬ ତାରିଖରେ ଅଣ୍ଡା ଦେବା ଆରମ୍ଭ କରିଥିଲା ପରେ ମେ ୨୪ ତାରିଖ ଅଣ୍ଡାରୁ ଛୁଆ ଜନ୍ମ ମଧ୍ୟ ହୋଇଥିଲା କ୍ଷ ଏପରିକି ମା କୁମ୍ଭୀର ଅଣ୍ଡା ଦେବା ଆରମ୍ଭ ଦିନଠୁ ଛୁଆ ଜନ୍ମ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ସୁରକ୍ଷା ପାଇଁ ମହାନଦୀ ଭିତରେ ମାଛମରା ଡ଼ଙ୍ଗା, ଓ ପାସେଞ୍ଜର ବୋଟକୁ ବାରଣ କରାଯାଇଥିଲା । ଏହାର ସୁରକ୍ଷା ଦାୟିତ୍ୱରେ ଡିଏଫଓ ସାତକୋଶିଆ ଏବଂ ଡିଏଫଓ ମହାନଦୀ ବନ୍ୟପ୍ରାଣୀ ବିଭାଗର ଦାୟିତ୍ୱ ରହିଥିବାବେଳେ ବିଶେଷକରି ଘଡିଆଳ ମା କୁମ୍ଭୀର ସୁରକ୍ଷା ଦାୟିତ୍ୱ ତଦାରଖରେ ନନ୍ଦନକାନନ ରିସର୍ଚ୍ଚ ଟିମ ଥିବାବେଳେ ସହଯୋଗରେ ଟିକରପଡା ରେଞ୍ଜ ଓ କୁଶଙ୍ଗ ରେଞ୍ଜ ଅଧିକାରୀ ଥିଲେ । ସୁନାଖଣିଆ ବିଟ୍‌ ଅଞ୍ଚଳରେ କୁଶଙ୍ଗ ରେଞ୍ଜ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡାକଡି ରହିଥିଲା । ଉକ୍ତ କୁମ୍ଭୀର ଶାବକମାନେ ମହାନଦୀ ବଢ଼ି ହେଲେ ଚଳପ୍ରଚଳ ପାଇଁ ବାହାରକୁ ଚାଲି ଆସିବେ ଏବଂ ଲୋକଙ୍କ ମୁହଁରେ ପଡିଯିବା ସହ ତାଙ୍କ ସୁରକ୍ଷାନେଇ ଚଳିତବର୍ଷ ମହାନଦୀରେ ବନ୍ୟା ବଢ଼ି ପୂର୍ବରୁ ନଦୀ ତଳିଆ ଥିବା ଗ୍ରାମ ଗୁଡିକରେ କୁମ୍ଭୀର ସୁରକ୍ଷା ପାଇଁ ଲୋକଙ୍କୁ ଏବେଠୁ ସଚେତନତା କାର୍ଯ୍ୟକ୍ରମ ଜାରି ରହିଥିବାବେଳେ ଏହା କୁଶଙ୍ଗ ରେଞ୍ଜ ସୁନାଖଣିଆ ଠାରୁ ମହାନଦୀ ତଳ ମୁଣ୍ଡ ବଡମୂଳ, ଛାମୁଣ୍ଡିଆ ପର୍ଯ୍ୟନ୍ତ ନଦୀକୂଳବାସୀଙ୍କୁ ସଚେତନତା କରାଯାଉଥିବା ନେଇ ରେଞ୍ଜ ଅଧିକାରୀ ଲକ୍ଷ୍ମୀ ନାରାୟଣ ପଣ୍ଡା ସୂଚନା ଦେଇଛନ୍ତି ।

hiranchal ad1
Leave A Reply

Your email address will not be published.

four × 2 =