ବେଆଇନ ମାଟି ଖୋଳି ଚାଲିଛି ନୂତନ ବସଷ୍ଟାଣ୍ଡ କାର୍ଯ୍ୟ

0 131

ହରଭଙ୍ଗା,୨୮/୮:- ବୌଦ୍ଧ ଜିଲ୍ଲା ପୁରୁଣାକଟକ ଠାରେ ନିର୍ମାଣଧୀନ ଥିବା ନୂତନ ବସଷ୍ଟାଣ୍ଡ କାର୍ଯ୍ୟରେ ଠିକାଦାରଙ୍କ ମନମୁଖୀ କାର୍ଯ୍ୟକୁ ନେଇ ସ୍ଥାନୀୟ ଅଞ୍ଚଳ ଜନସାଧାରଣଙ୍କ ଭିତରେ ଅସନ୍ତୋଷ ବୃଦ୍ଧି ପାଉଛି । ପୁରୁଣାକଟକ ଗ୍ରାମର ଶ୍ମଶାନ ଘାଟ ନିକଟରୁ ରାତିଅଧିଆ ମାଟିଖୋଳି ବେଆଇନ୍‌ ଭାବେ ୬ ଫୁଟ୍‌ ଗଭୀରର ଗର୍ତ୍ତ କରାଯାଇଥିବାବେଳେ ଗ୍ରାମବାସୀ ଠିକାଦାରଙ୍କ ଏଭଳି ବେଆଇନ କାର୍ଯ୍ୟକୁ ବିରୋଧ କରିଥିଲେ । ଏପରିକି ଠିକା ସଂସ୍ଥାର ଜେସିବି ମେସିନ୍‌କୁ ଅଟକ୍‌ ରଖିବାସହ ବସଷ୍ଟାଣ୍ଡ କାର୍ଯ୍ୟରେ କାହା ଅନୁମତି ନେଇ କିପରି ଭାବରେ ମାଟି ଖୋଳି ରାତିଅଧିଆ ନିମ୍ନମାନର କାର୍ଯ୍ୟ କରାଯାଉଛି ବୋଲି ଠିକା ସଂସ୍ଥାକୁ ପ୍ରଶ୍ନ କରିଥିଲେ । ଅନ୍ୟପଟେ ଏପରିକି ଘଟଣାକୁ ନେଇ ପ୍ରଶାସନ ନିରବଦ୍ରଷ୍ଟା ସାଜିଥିବାରୁ ଠିକାଦାରଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ ଦାବିକରି ଆଜି ସ୍ଥାନୀୟ ରାଜସ୍ୱ ନିରୀକ୍ଷକ ସୁଶ୍ରୀ ଲକ୍ଷ୍ମୀପ୍ରିୟା ସାହୁଙ୍କ ଜରିଆରେ ତହସିଲଦାରଙ୍କୁ ଏକ ଲିଖିତ ଅଭିଯୋଗ କରାଯାଇଥିବା ଜଣାପଡିଛି । ଦାବିପତ୍ର ପ୍ରଦାନ ସମୟରେ ହରଭଙ୍ଗା ବ୍ଲକ ସରପଞ୍ଚ ସଙ୍ଘ ସମ୍ପାଦକ ତଥା ସ୍ଥାନୀୟ ସରପଞ୍ଚ ଅଶୋକ ସେଠି, ପୁରୁଣା କଟକ ଉନ୍ନୟନ କମିଟି ସଂପାଦକ ଦୀପ୍ତି ପ୍ରକାଶ ସାହୁଙ୍କ ସମେତ ଶୁଭେନ୍ଦୁ ଭୋକ୍ତା, ସରୋଜ ସାହୁ, ଶ୍ରବଣ ଆପଟ, ଅଭିମନ୍ୟୁ କର୍ମି, ରାଜକିଶୋର ଅମାତ, ବୁଢା ଦନାୟକ, ରାକେଶ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ ।

hiranchal ad1
Leave A Reply

Your email address will not be published.

twenty − 12 =