ମାଁ ଭୈରବୀ ମହୋତ୍ସବ ପ୍ରସ୍ତୁତି ବୈଠକ ଓ ନୂତନ କର୍ମକର୍ତ୍ତା ଚୟନ

0 244

ହରଭଙ୍ଗା,୧୪/୫:- ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ମିନି ଷ୍ଟାଡିୟମ ଠାରେ ମାଁ ଭୈରବୀ ମହୋତ୍ସବ ୨୦୨୩ର ଆଜି ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହେବାସହ କମିଟିର ନୂତନ କର୍ମକର୍ତ୍ତା ଚୟନ ହୋଇଯାଇଛି । କମିଟିର ସଭାପତି ଅଶୋକ କୁମାର ଅଗ୍ରୱାଲଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ପ୍ରଥମେ ଗତବର୍ଷ ହୋଇଥିବା ମହୋତ୍ସବର ଆୟବ୍ୟୟ ହିସାବ ପରେ ଚଳିତବର୍ଷ ମହୋତ୍ସବର ନୂତନ କମିଟି ଗଠନ କରାଯାଇଥିଲା । ଏଥିରେ ସର୍ବସମ୍ମତି କ୍ରମେ ପ୍ରଥମେ ମହୋତ୍ସବର ସଭାପତି ଭାବେ ଅଶୋକ କୁମାର ଅଗ୍ରୱାଲଙ୍କୁ ଚୟନ କରାଯାଇଥିବାବେଳେ ସମ୍ପାଦକ ଭାବେ ସ୍ଥାନୀୟ ସରପଞ୍ଚ ଅଶୋକ କୁମାର ସେଠୀଙ୍କୁ ଚୟନ କରାଯାଇଥିଲା । ସେହିପରି କମିଟିର ଉପ ସଭାପତି ଭାବେ ପୁରୁଣାକଟକ ସମିତିସଭ୍ୟ ସରୋଜ ପ୍ରଧାନ, ସହ ସମ୍ପାଦକ ସୁବାସ ପ୍ରଧାନ, କୋଷାଧକ୍ଷ ମନୋଜ ସାହୁ, ସାଂଗଠନିକ ସମ୍ପାଦକ ପ୍ରାଣବନ୍ଧୁ ସାହୁ, ମହୋତ୍ସବ ଆବାହକ ବିଭୁଦତ୍ତ ବୋଷଙ୍କୁ ଚୟନ କରାଯାଇଥିଲା । ଉପଦେଷ୍ଟା ମଣ୍ଡଳୀରେ ହରଭଙ୍ଗା ବ୍ଲକ ଉପାଧକ୍ଷ ସରୋଜ ପ୍ରଧାନ, ଅକ୍ରୁର ସେଠି, ନିହାର ଘୋଷ, ସତୀଶ ବେହେରା, କୈଳାସ ଅଗ୍ରୱାଲା ରହିଥିବା ବେଳେ ମହୋତ୍ସବର ସାଂସ୍କୃତିକ ବିଭାଗର ସମ୍ପାଦକ ଶୁଭର୍ଜିତ ପ୍ରଧାନ, ଖାଦ୍ୟ ବିଭାଗର ସମ୍ପାଦକ ଅଜିତ ଦେହୁରୀ, ଷ୍ଟେଜ ଓ ମିନାବଜାର ସମ୍ପାଦକ ସୁକାନ୍ତ ପଟ୍ଟନାୟକ, ମହୋତ୍ସବର ସ୍ମରଣିକା ସମ୍ପାଦକ ଅଧ୍ୟାପକ ପ୍ରମୋଦ ମହାପାତ୍ର, ଷ୍ଟଲ ସମ୍ପାଦକ ସୁକାନ୍ତ ଦାସ, ଅଭ୍ୟର୍ଥନା କମିଟିରେ ଓ ଶ୍ରୀବନ୍ତ ମେହେର, ବିପ୍ଳବ ଗାଇଗୌରିଆ, ମିଡ଼ିଆ ସମ୍ପାଦକ ଭାବେ ସାମ୍ବାଦିକ ଭାଗବତ ମେହେର, ହିମାଂଶୁ ଶେଖର ସାହୁ, ଧିରେନ ପ୍ରଧାନ, ପରିମଳ ଓ ପରିବେଶ ସ୍ୱଚ୍ଛତା ପାଇଁ ଅଧ୍ୟାପକ ରଞ୍ଜିତ ସାମଲ, ଦର୍ଶକ ଗ୍ୟାଲେରୀ ପରିଚାଳନା ସମ୍ପାଦକ ଦାୟିତ୍ୱ ଅମୁଲ୍ୟ ମିଶ୍ର, ବିନୋଦ ବିହାରୀ, ଶୃଙ୍ଖଳା କମିଟିରେ ବିଜୟ କହଁର, ଫାଷ୍ଟଆଡ଼ ଦାୟିତ୍ୱରେ ଟୁଲୁ ଅଗ୍ରୱାଲ, ସାଂସ୍କୃତିକ ଶୋଭାଯାତ୍ରା ଭୈରବୀ କନିଷ୍ଠ ମହାବିଦ୍ୟାଳୟ ଅଧ୍ୟାପକ ପ୍ରଶାନ୍ତ ସେଠି, ସମ୍ବର୍ଦ୍ଧନା କମିଟିରେ ଚିତ୍ତ ପ୍ରଧାନ , ବିରଞ୍ଚି ମହାରଣା, ପାନୀୟ ଜଳ ବ୍ୟବସ୍ଥା ପାଇଁ ଗୋବିନ୍ଦ ଯୋଶୀଙ୍କୁ ଦାୟିତ୍ୱ ବଣ୍ଟନ କରାଯାଇଥିଲା । ମହୋତ୍ସବର କାର୍ଯ୍ୟକାରୀ କମିଟିରେ ଅମୂଲ୍ୟ ମିଶ୍ର, ସଜନ ଅଗ୍ରୱାଲ, ମନୋଜ ପାଢ଼ୀ, ବିକାଶ ମିଶ୍ର, ଚିତ୍ତରଂଜନ ପ୍ରଧାନ, ଡିଗ୍ରୀ କଲେଜ ଅଧକ୍ଷ ରମେଶ ଚନ୍ଦ୍ର ତାରେଣିଆଁଙ୍କୁ ମନୋନୀତ କରାଯାଇଥିଲା । ବୈଠକରେ ଚଳିତବର୍ଷ ହେବାକୁ ଥିବା ମାଁ ଭୈରବୀ ମହୋତ୍ସବ କିପରି ସରସ ସୁନ୍ଦର ଓ ଆକର୍ଷଣୀୟ ହେବ ଏବଂ ସଦସ୍ୟଙ୍କ ଭିତରେ ପାଣ୍ଠି ସଂଗ୍ରହ ସହ ମହୋତ୍ସବ ଶାନ୍ତି ଶୃଙ୍ଖଳା ସହ କିପରି ହେବ ସେନେଇ ବିସ୍ତୃତ ଆଲୋଚନା ହୋଇଥିଲା । ଶେଷରେ ସାଙ୍ଗଠନିକ ସମ୍ପାଦକ ପ୍ରାଣବନ୍ଧୁ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

hiranchal ad1
Leave A Reply

Your email address will not be published.

15 + six =