ହରଭଙ୍ଗା,୪/୩:- ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଳକ ତିଲେଶ୍ୱର ପଞ୍ଚାୟତ ଅନ୍ତର୍ଗତ ତାକୁଡ଼ ଗ୍ରାମର ଗୌନ୍ତିଆ ତଥା ବିଶିଷ୍ଠ ସମାଜସେବୀ ତ୍ରିଲୋଚନ ଦେହୁରୀଙ୍କ ପରଲୋକ ଘଟିଛି । ଗତ କିଛି ଦିନ ହେବ ଶ୍ରୀ ଦେହୁରୀ ରକ୍ତ କର୍କଟ ରୋଗରେ ପୀଡିତ ହେବା ସହ ଚିକିତ୍ସିତ ହେଉଥିଲେ । ତେବେ ଶୁକ୍ରବାର ଅପରାହ୍ନ ୫ ଟା ବେଳେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । ସେ ନିଜ ଗାଁ ସହ ଆଖପାଖ ଅଂଚଳ ଲୋକଙ୍କ ସମସ୍ୟାକୁ ସମାଧାନ କରିବା ସହ ଏନେଇ ସରକାରୀ ସ୍ତରରେ ଆବଶ୍ୟକ ସାହାଯ୍ୟ ଯୋଗାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରୁଥିଲେ । କେବଳ ସେ ଜଣେ ସମାଜସେବୀ ଭାବେ ନୁହେଁ ମିଷ୍ଟଭାଷୀ ଓ ମେଳାପୀ ମଣିଷ ଭାବେ ଅଂଚଳରେ ବେଶ ଲୋକପ୍ରିୟ । ତାଙ୍କର ଅକାଳ ବିୟୋଗରେ ସାରା ଅଂଚଳରେ ଶୋକର ଛାୟା ଖେଳିଯାଇଛି । ତାଙ୍କୁ ଶେଷ ଦର୍ଶନ ପାଇଁ ବହୁ ଦୁରଦୂରାନ୍ତରୁ ମାନ୍ୟଗଣ୍ୟ ବ୍ୟକ୍ତି ମାନେ ପହଁଚିଥିଲେ । ବଡ଼ ପୁଅ ମୁଖାଗ୍ନି ଦେଇଥିଲେ ।