ମା ଭୈରବୀ ମହୋତ୍ସବ ଓ ପଲିଶ୍ରୀ ମେଳାର ପଞ୍ଚମ ସନ୍ଧ୍ୟା: ସାମିଲ ହେଲେ ଖଣି ଇସ୍ପାତ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ: ସମ୍ବଲପୁରୀ ଗୀତ ନୃତ୍ୟରେ ଝୁମିଲେ ଦର୍ଶକ

0 187

ହରଭଙ୍ଗା,୨୦/୧୧:- ବୌଦ୍ଧ ଜିଲ୍ଲାର ଅଧିଷ୍ଠାତ୍ରୀ ବାଉଁଶବଣର ରାଣୀ ଦେବୀ ମା ଭୈରବୀଙ୍କ ନାମରେ ଆୟୋଜିତ ତୃତୀୟ ମା ଭୈରବୀ ମହୋତ୍ସବର ପଞ୍ଚମ ସନ୍ଧ୍ୟା ଆଜି ଅନୁଷ୍ଠିତ ହୋଇଯାଇଛି । ମା’ଙ୍କ ଠାରେ ସନ୍ଧ୍ୟା ଆଳତୀ ଅର୍ପଣ କରାଗଲା ପରେ ଆଞ୍ଚଳିକ ଲୋକଗୀତ ସହିତ ପଶ୍ଚିମ ଓଡିଶା ପାରାୟଣ ଗାୟିକା ବିଜ୍ଞାସି ବାରିକଙ୍କ ପୌରାଣିକ ମତ କିଛି ସମୟ ପାଇଁ ଦର୍ଶକଙ୍କ ମନରେ ଏକ ଭକ୍ତିମୟ ମନୋଭାବ ସୃଷ୍ଟି କରିଥିଲା । ତା ପରେ ମଞ୍ଚକୁ ନିମନ୍ତ୍ରିତ ଅତିଥିଙ୍କୁ ଆମନ୍ତ୍ରିତ କରାଯାଇ ପରିଚୟ ପ୍ରଦାନ କରାଯାଇଥିଲା । ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଓଡିଶା ସରକାରଙ୍କ ଖଣି ଇସ୍ପାତମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିିକ,ସମ୍ମାନୀତ ଅତିଥି ଭାବେ ଦୈନିକ ହୀରାଞ୍ଚଳ ଖବର କାଗଜର ସଂପାଦକ ତଥା ଜିଲ୍ଲା କ୍ରିକେଟ ଆସୋସିଏସନର ସଂପାଦକ ଯୁଗଳ କିଶୋର ସାମଲ ,ହରଭଙ୍ଗା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀମତୀ ସ୍ୱପ୍ନିତା ନାୟକ, ବହୁପରିଚିତ ସ୍ଥାନୀୟ ସମାଜସେବୀ ସୁବାଷ ପ୍ରଧାନ ଓ ମହୋତ୍ସବ କମିଟିର ସଭାପତି ଅଶୋକ କୁମାର ଅଗ୍ରୱାଲ ପ୍ରମୁଖ ମଞ୍ଚାସୀନ ରହିଥିଲେ ।

hiring

ଉକ୍ତ ମଞ୍ଚ ପରିଚାଳନା କାର୍ଯ୍ୟକ୍ରମ ଅଧ୍ୟାପକ ଡ଼.ରମେଶ ଚନ୍ଦ୍ର ତାରେଣିଆ ତୁଲାଇଥିବା ବେଳେ ସାଂସ୍କୃତିକ କାର୍ଯ୍ୟକ୍ରମର ମଞ୍ଚ ପରିଚାଳନା କରିଥିଲେ ମନୋଜ ପାଠୀ । ସନ୍ଧ୍ୟାରେ ରଙ୍ଗା ରଙ୍ଗ କାର୍ଯ୍ୟକ୍ରମରେ ମା ଇଷ୍ଟଦେବୀ ମେଲୋଡ଼ି ଉମାକାନ୍ତ ବାରିକ୍‌ ଓ ସାଥୀ ସମ୍ବଲପୁରଙ୍କ ନୃତ୍ୟ ଗୀତ ରେ ମହୋତ୍ସବ ପଡ଼ିଆ ମୁଖରିତ ହୋଇଥଲା । ଉକ୍ତ କାର୍ଯ୍ୟକ୍ରମରେ ଉପସଭାପତି ସରୋଜ କୁମାର ପ୍ରଧାନ, ଆବାହକ ବିଭୂଦତ୍ତ ବୋଷ, ସଂପାଦକ ଅଶୋକ ସେଠି,ସହସଂପାଦକ ସୁବାଷ ପ୍ରଧାନ, ସାଂଗଠନିକ ସଂପାଦକ ପ୍ରାଣବନ୍ଧୁ ସାହୁ , ଶୁଭ୍ରଜିତ୍‌ ପ୍ରଧାନ, ସଦସ୍ୟ ସତୀଶ ବେହେରା, ବିଜୟ କହଁର, ସୁକାନ୍ତ ପଟ୍ଟନାୟକ, କୈଳାଶ ଅଗ୍ରୱାଲ, ସରୋଜ ପ୍ରଧାନ, ଭୈରବୀ କ୍ଳବର ସଭାପତି ଅକ୍ରୁର ସେଠି, ସମ୍ପାଦକ ତୁଷାରକାନ୍ତ ସାହୁ ଓ କ୍ଳବର ସମସ୍ତ ସଦସ୍ୟ, ପୋଲିସ ବାହିନୀ ସଂପୂର୍ଣ୍ଣ ସହଯୋଗ କରିଥିଲେ । ସରକାରୀ ଷ୍ଟଲ ଓ ସୁସ୍ୱାଦୁ ଖାଦ୍ୟରେ ଦର୍ଶକଙ୍କ ଭିଡ଼ ଜମି ରହିଥିବା ବେଳେ ସମ୍ବଲପୁରୀ ନୃତ୍ୟରେ ମଞ୍ଚ ଦୁଲୁକିବା ସହ ଦର୍ଶକ ଝୁମି ଥିଲେ ।

hiranchal ad1
Leave A Reply

Your email address will not be published.

4 + five =