ହରଭଙ୍ଗା,୫/୮- ପୁଣି ସର୍ପାଘାତରେ ଚାଲିଗଲା ଆଉ ଏକ ନିରୀହ ବାଳକର ଜୀବନ । ଏହି ଖବର ପ୍ରଚାର ହେବାପରେ ଗ୍ରାମରେ ଖେଳିଯାଇଛି ଶୋକାକୁଳ ପରିବେଶ । ସୂଚନା ଅନୁଯାୟୀ ଲଗାଣ ବର୍ଷାରେ ବନ୍ୟା ଆସିବା ଫଳରେ ସରୀସୃପ ପ୍ରଜାତିର ଜୀବ ଗାଁ ମୁହାଁ ହୋଇ ବିଭିନ୍ନ ସ୍ଥାନରେ ଅଘଟଣ ଘଟୁଛି । ହରଭଙ୍ଗା ବ୍ଲକ ସଂକୁଲୋଇ ପଞ୍ଚାୟତ ଅନ୍ତର୍ଗତ ରାଉତପଡା ଗ୍ରାମର ସୁଶୀଳ ବେହେରାଙ୍କ ପୁତ୍ର ଅଂଶୁମାନ ଶୋଇଥିବାବେଳେ ଗତକାଲି ବିଳମ୍ବିତ ରାତ୍ରୀରେ ଏକ ବିଷାକ୍ତ ସାପ କାମୁଡି ଦେଇଥିଲା ଫଳରେ ଅଂଶୁମାନ ପାଟି କରିବାରୁ ପରିବାର ଲୋକେ ଉଠି କଣ ହେଲା ବୋଲି ପଚାରି ଘଟଣା ଜାଣିବା ପରେ ସଙ୍ଗେ ସଙ୍ଗେ ରାତ୍ର୨ଘଣ୍ଟା ସମୟରେ ଆଠମଲ୍ଲିକ ଡାକ୍ତରଖାନାକୁ ଚିକିତ୍ସା ପାଇଁ ନେଇଥିଲେ । ସେଠାରେ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ ଡାକ୍ତର ଅନୁଗୁଳ ଡାକ୍ତରଖାନାକୁ ପଠାଇଥଲେ କିନ୍ତୁ ଏହି ସମୟ ଭିତରେ ଶରୀର କିଷାକ୍ତ ହୋଇଯାଇଥିବାରୁ ଚିକିତ୍ସିତ ଅବସ୍ଥାରେ ଅଂଶୁମାନ ମୃତ୍ୟୁବରଣ କରିଥିଲେ । ତାଙ୍କ ମୃତ୍ୟୁରେ ପରିବାର ଓ ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।