୩୩ ପିଇଓଙ୍କ ଜିଲ୍ଲାରେ ଅଦଳ ବଦଳ, ଜାଣନ୍ତୁ କିଏ କେଉଁଠି କି ଗଲେ

0 296

ହରଭଙ୍ଗା,୨୭/୦୬:- ବୌଦ୍ଧଜିଲ୍ଲା ଗ୍ରାମପଞ୍ଚାୟତ ସ୍ତରରେ ସରକାରୀ କାର୍ଯ୍ୟକ୍ଷେତ୍ରରେ ସ୍ୱଚ୍ଛତା ଆଣିବା ନେଇ ଜିଲ୍ଲାପାଳ ସତ୍ୟରଞ୍ଜନ ସାହୁଙ୍କ ନିର୍ଦ୍ଦେଶମତେ ପତ୍ର ସଂଖ୍ୟା ୪୭୭ଅନୁଯାୟୀ ୨୩/୦୬/୨୦୨୩ରେ ଜିଲ୍ଲାର ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ (ପିଇଓ)ଙ୍କ ଏକ ଅଦଳ ବଦଳ ହୋଇଥିବା ନେଇ ବିଜ୍ଞପ୍ତି ଜାରି ହୋଇଥିବା ଜଣାପଡିଛି । ନିର୍ଦ୍ଦେଶ ହୋଇଥିବା ପତ୍ରସଂଖ୍ୟା ଅନୁଯାୟୀ ବୌଦ୍ଧ ବ୍ଲକରେ କାର୍ଯ୍ୟରତ ଥିବା ଆଲ୍ଲାଦିନୀ ଭୋଇଙ୍କୁ କଣ୍ଟାମାଳ ବ୍ଲକ ଗୁଡ଼ଭେଲିପଦର, ଚିତ୍ତରଞ୍ଜନ ବାଘଙ୍କୁ ହରଭଙ୍ଗା ବ୍ଲକ ବାମଣ୍ଡା ଓ ସରସରା, ଦିବ୍ୟ ଲୋଚନ ବେହେରା ବୌଦ୍ଧ ବ୍ଲକ ଅଅଁଳାପାଲି ଓ ଶଗଡା, ଗୌରୀଶଙ୍କର ପ୍ରଧାନ ବୌଦ୍ଧ ବ୍ଲକ ପଦ୍ମନପୁର ଓ ବଢ଼ିଗାଁ, ଗୋକୁଳା ବିହାରୀ ଭୋଇ କଣ୍ଟାମାଳ ବ୍ଲକ ଦପଲା ଓ ଲମ୍ବସରୀ ପଞ୍ଚାୟତ, କ୍ଷୀରୋଦ କୁମାର ମେଣ୍ଡୁଳିଙ୍କୁ କଣ୍ଟାମାଳ ବ୍ଲକ ପଲସାଗୋରା ଓ ଶିମିଳି ପଦର, ପଙ୍କଜିନୀ ତାଣ୍ଡି କଣ୍ଟମାଳ ବ୍ଲକର ଶୁଣ୍ଢିପଦର, ରେଲିଫ ନାଏକ କଣ୍ଟାମାଳ ବ୍ଲକର କଣ୍ଟାମାଳ ଓ ଖଲିଆପାଲି, ସୌଦାମିନୀ ନାଏକଙ୍କୁ ବୌଦ୍ଧବ୍ଲକ ମୁଣ୍ଡିପଦର, ସୁଦାମ ପ୍ରଧାନଙ୍କୁ ହରଭଙ୍ଗା ବ୍ଲକ ଲୁଣି ବାହାଲ ଓ ବୀରନରସିଂପୁରକୁ ବଦଳି କରାଯାଇଛି । ସେହିପରି ହରଭଙ୍ଗା ବ୍ଲକରେ କାର୍ଯ୍ୟରତ ଥିବା ଅନନ୍ତ ବେହେରାଙ୍କୁ କଣ୍ଟାମାଳ ବ୍ଲକ ଯୋଗୀନ୍ଦ୍ରପୁର ଓ ଖଟଖଟିଆ, ବିରଞ୍ଚି କଲାସେଙ୍କୁ କଣ୍ଟାମାଳ ବ୍ଲକ ଉମା ଓ ଖୁଣ୍ଟିଗୋରା, ଗୁରୁଚରଣ ସେଠିଙ୍କୁ କଣ୍ଟାମାଳ ବ୍ଲକ ଘଣ୍ଟାପଡା ଓ କୁଲତାଜୋର, ଜଗଦିଶ ମଲ୍ଲିକଙ୍କୁ ହରଭଙ୍ଗା ବ୍ଲକ ଛତ୍ରଙ୍ଗ ଓ ସଂକୁଲେଇ, ଯତୀନ୍ଦ୍ର କୁମାର ମିଶ୍ରଙ୍କୁ ବୌଦ୍ଧ ବ୍ଲକ ବ୍ରାହ୍ମଣୀପାଲି ଓ ମୁଣ୍ଡାପଡା, ଜ୍ଞାନ ରଞ୍ଜନ ମିଶ୍ରଙ୍କୁ କଣ୍ଟାମାଳ ବ୍ଲକ ରୁଣ୍ଡିମହୁଲ ଓ ବିଳାସ ପୁର, ନମିତାରାଣୀ ସାହୁଙ୍କୁ କଣ୍ଟାମାଳ ବ୍ଲକ ବରଗୋଚ୍ଛା, ପ୍ରଣୀତ ଗୋପାଳଙ୍କୁ ବୌଦ୍ଧ ବ୍ଲକ ବହିରା ଓ ତାଳସରଡ଼ା, ପୁରନ୍ଦର ଠେଲାଙ୍କୁ କଣ୍ଟାମାଳ ବ୍ଲକ ଖମାମୁଣ୍ଡା ଓ ଆମ୍ବ ଗାଁ, ରାଘବା ନନ୍ଦ କ୍ଷେତୀଙ୍କୁ ବୌଦ୍ଧ ବ୍ଲକ ଆମ୍ବଝରି, ସନ୍ତୋଷ ରଣାଙ୍କୁ ହରଭଙ୍ଗା ବ୍ଲକ କରଞ୍ଜକଟା ଓ ପୁରୁଣାକଟକ, ଶରତ କୁମାର ପୁରୋହିତଙ୍କୁ ତେଲିବନ୍ଧ ଓ ଲକ୍ଷ୍ମୀପ୍ରସାଦ, ସତ୍ୟବାନ ବେଜିଙ୍କୁ ବୌଦ୍ଧ ବ୍ଲକ ଗୋଛାପଡା ଓ ମନୁପାଲି ଦାୟିତ୍ୱ ଦିଆଯାଇଛି । କଣ୍ଟାମାଳ ବ୍ଲକରେ କାର୍ଯ୍ୟରତ ଥିବା ପିଇଓ ଭୁଲେଶ୍ୱର ନାଗଙ୍କୁ କଣ୍ଟାମାଳ ବ୍ଲକ ନାରାୟଣ ପ୍ରସାଦ ଓ ବରଗାଁ, ଦିଲ୍ଲୀପ କୁମାର ମଲିକଙ୍କୁ ହରଭଙ୍ଗାର ଆଡେଣୀଗଡ଼ ଓ ତଳଗାଁ, ହିମାଂଶୁ ଶେଖର ସେଠୀଙ୍କୁ ବୌଦ୍ଧ ବ୍ଲକ ରକ୍ସା ଓ ଖୁସୁରୁବନ୍ଧ, ଇନ୍ଦ୍ରମଣି ସାହୁ ହରଭଙ୍ଗା ବ୍ଲକ ବାଣିଭୂଷଣପୁର, ଜୟଦେବ ପ୍ରଧାନ କଣ୍ଟାମାଳ ବ୍ଲକ ଘିକୁଣ୍ଡି ଓ ମନମୁଣ୍ଡା, ଲଡ଼ୁକେଶ୍ୱର ସାହୁଙ୍କୁ ହରଭଙ୍ଗା ବ୍ଲକର ତିଲେଶ୍ୱର ଓ ପିତାମ୍ବରପୁର, ନବଘନ ପ୍ରଧାନ ହରଭଙ୍ଗା ବ୍ଲ ର ରାଧାନାଗର ଓ ବନ୍ଧାପଥର, ସନ୍ତୋଷ ମଲିକ ବୌଦ୍ଧ ବ୍ଲକର ଗୁନ୍ଦୁଳିଆ, ଶେଷଦେବ ଯାନୀ ହରଭଙ୍ଗା ବ୍ଲକ ସାଂପୋଚ ଓ ଧଳପୁର, ସେହିପରି ଶ୍ରୀକାନ୍ତ ପ୍ରଧାନଙ୍କୁ କୁଶଙ୍ଗ ଓ ହରଭଙ୍ଗା ପଞ୍ଚାୟତକୁ ବଦଳି ହୋଇଥିବା ବେଳେ ବୌଦ୍ଧ ବ୍ଲକରେ କାର୍ଯ୍ୟରତ ପିଇଓ ଶୀତଳ କୁମାର ପଟ୍ଟନାୟକ ଚାକିରିରୁ ଅବସର ପରେ ଗୋଛାପଡା ଓ ବଢ଼ିଗାଁ ପଞ୍ଚାୟତ କୁ ୩୦/୦୬/୨୦୨୩ସୁଦ୍ଧା କାର୍ଯ୍ୟ ଭାର ହସ୍ତାନ୍ତର କରିବାପାଇଁ ନିର୍ଦ୍ଦେଶ ଦିଆଯାଇଛି । ଜିଲ୍ଲାରେ ପିଇଓଙ୍କର ଏଭଳି ଅଦଳ ବଦଳ ହୋଇଥିବା ଜିଲ୍ଲାପାଳଙ୍କ ନିର୍ଦ୍ଦେଶନାମାକୁ ସାଧାରଣରେ ପ୍ରଶଂସା କରାଯାଇଛି ।

hiranchal ad1
Leave A Reply

Your email address will not be published.

2 × 4 =