ପଞ୍ଚାୟତସ୍ତରୀୟ ସମବାୟ ବ୍ୟାଙ୍କିଙ୍ଗ ସେବା ଓ ଋଣ କର୍ମଶାଳା

0 131

ହରଭଙ୍ଗା,୧୪/୩:- ହରଭଙ୍ଗା ବ୍ଲକ ସାଂପୋଚ ସମବାୟ ସମିତି ଲିଃ ଆନୁକୂଲ୍ୟରେ ଦୁଇ ଗୋଟି ପଂଚାୟତ ର ଚାଷୀଭାଇ ମାନଙ୍କୁ ନେଇ ଆଜି ପଂଚାୟତ ସ୍ତରୀୟ ବ୍ୟାଙ୍କିଙ୍ଗ ସେବା ଓ ଋଣ କର୍ମଶାଳା ସମିତିର ସଭାପତି ବିଶ୍ୱଜିତ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଅତିଥିଭାବେ ପୁରୁଣା କଟକ ସମବାୟ ସମିତି ଲିଃର ଶାଖା ପରିଚାଳକ ସୌମ୍ୟଜିତ ନାଏକ ଓ ବୌଦ୍ଧ ସମବାୟ ସମିତିର ସହକାରୀ ସାଧାରଣ ଶାଖା ପରିଚାଳିକା ସସ୍ମିତା ପ୍ରଧାନ ଉପସ୍ଥିତ ରହି ଚାଷୀମାନଙ୍କୁ ସମବାୟ ବ୍ୟାଙ୍କ ସେବା ଓ ଋଣ ଉପରେ ଆଲୋକ ପାତ କରିଥିଲେ । ସାଧାରଣତଃ ଚାଷୀ ଋଣ ଉପରେ ୧ଲକ୍ଷ ଭିତରେ ଜଣେ ଚାଷୀ ଲୋନ କଲେ ଜିରୋ ପ୍ରତିଶତ ସୁଧ ହାର ଓ ମହିଳା ଏସ ଏଚ ଜି ଗ୍ରୁପ ମା ମାନଙ୍କୁ ୫ ଲକ୍ଷ ପର୍ଯ୍ୟନ୍ତ ଜିରୋ ପ୍ରତିଶତ ସୁଧ ହାର ରିହାତି ରହିଥିବା ସହ ବ୍ୟଙ୍କିଙ୍ଗ ସେବାରେ ଅଗ୍ରାଧିକାର ମିଳିବା ଦର୍ଶାଇ ଥିଲେ । ଏହି କର୍ମଶାଳାରେ ସାଂପୋଚ ସମବାୟ ସମିତି ଲିଃ ଅନ୍ତର୍ଗତ ସାଂପୋଚ ଓ ବିରନରସିଂପୁର ପଂଚାୟତ ର ପ୍ରାୟ ୮୦ଜଣ ଚାଷୀ ଉପସ୍ଥିତ ଥିବାବେଳେ ସଫଳ ଚାଷୀ ଭାବେ ୬ଜଣ ଚାଷୀଙ୍କୁ ସମ୍ମାନିତ କରାଯାଇଥିଲା । କାର୍ଯ୍ୟକ୍ରମ ଶେଷରେ ସମିତିର ସମ୍ପାଦକ ବ୍ରଜେନ୍ଦ୍ର ମହାପାତ୍ର ସମସ୍ତଙ୍କୁ ଧନ୍ୟବାଦ ଦେଇ ଥିଲେ । ଉକ୍ତ କାର୍ଯ୍ୟକ୍ରମରେ ସମିତିର ଡିଇଓ ଚନ୍ଦନ ସ୍ୱାଇଁ ଓ ଅନ୍ୟ କର୍ମଚାରୀମାନେ ସକ୍ରିୟ ଭାବେ ସହଯୋଗ କରିଥିଲେ ।

hiranchal ad1
Leave A Reply

Your email address will not be published.

three × one =