ଆଦର୍ଶ ବିଦ୍ୟାଳୟକୁ ନାହିଁ ରାସ୍ତା, କାଦୁଅ ରାସ୍ତାରେ ୨କିଲୋମିଟର ଚାଲିଲେ ଛାତ୍ରଛାତ୍ରୀ

0 255

ହରଭଙ୍ଗା,୨୭/୬:- ସରକାର ଗମନା ଗମନର ବିକାଶ ଦିଗରେ ବିଭିନ୍ନ ଯୋଜନା କ୍ଷେତ୍ରରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି କିନ୍ତୁ ଆଜିପର୍ଯ୍ୟନ୍ତ ହରଭଙ୍ଗା ବ୍ଲକ ମଣିପୁର ଆଦର୍ଶ ବିଦ୍ୟାଳୟ ଭଳି ଶିକ୍ଷା ଅନୁଷ୍ଠାନକୁ ୭ବର୍ଷ ହେଲା ଭଲ ସ୍ଥାୟୀ ରାସ୍ତା ଖଣ୍ଡେ ନଥିବା ଦେଖିବାକୁ ମିଳିଛି । ଫଳରେ ପ୍ରତ୍ୟେକ ବର୍ଷ ବର୍ଷାଋତୁ ସମୟରେ ରାସ୍ତା ସମସ୍ୟା ଦେଖାଯିବା ସହ ଛାତ୍ରଛାତ୍ରୀଠୁ ଆରମ୍ଭକରି ଶିକ୍ଷକ ଶିକ୍ଷୟିତ୍ରୀ, ଅଭିଭାବକ ଓ ସ୍ଥାନୀୟ ଗ୍ରାମବାସୀମାନେ ସମସ୍ୟାର ସମ୍ମୁଖୀନ ନେଇ ଅଭିଯୋଗ ହେଉଛି । ପ୍ରକାଶ ଥାଉକି ଉକ୍ତ ବିଦ୍ୟାଳୟ ଆରମ୍ଭ ଦିନଠୁ ଭଲ ରାସ୍ତା ଖଣ୍ଡେ ନ ଥିବାରୁ ସବୁବର୍ଷ ପରି ଚଳିତବର୍ଷ ମଧ୍ୟ୍ୟ ବର୍ଷାଋତୁ ଆରମ୍ଭରୁ ରାସ୍ତା ସମସ୍ୟା ଦେଖାଯାଇଛି । ତିନି ଦିନ ହେଲା ବିଦ୍ୟାଳୟର ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ, ଅଭିଭାବକ ମାନେ କାଦୁଅ ପଚପଚ ରାସ୍ତାରେ ବିଦ୍ୟାଳୟକୁ ଯାଉଛନ୍ତି । ରାସ୍ତା ନିର୍ମାଣ ପାଇଁ ବିଭିନ୍ନ ସମୟରେ ଦାବି କରିଆସୁଥିଲେ ମଧ୍ୟ୍ୟ କେହି କର୍ଣ୍ଣପାତ କରୁନଥିବାରୁ ପ୍ରଶାସନର ଅବହେଳା ପାଇଁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି । ତେଣୁ ତୁରନ୍ତ ବିଦ୍ୟାଳୟକୁ ସ୍ଥାୟୀ ରାସ୍ତା ନିର୍ମାଣ ପାଇଁ ପ୍ରଶାସନ ଦୃଷ୍ଟି ଦେବା ସହ ସ୍ଥାନୀୟ ଜନସାଧାରଣ, ଛାତ୍ରଛାତ୍ରୀ, ଅଭିଭାବକ, ବୁଦ୍ଧିଜୀବୀ ମହଲରେ ଦାବି ହେଉଛି । ଏନେଇ ବୌଦ୍ଧ ଜିଲ୍ଲାପାଳ ସତ୍ୟରଞ୍ଜନ ସାହୁଙ୍କୁ ଆମ ପ୍ରତିନିଧି ରାସ୍ତା ସମସ୍ୟା ଉପରେ ପଚାରିବାରୁ ରାସ୍ତର ସମାଧାନ କ୍ଷେତ୍ରରେ ଜିଲ୍ଲାପାଳ ଅବଗତ ଥିବା ସହ ସଂପୃକ୍ତି ରାସ୍ତାର ଉନ୍ନତି କରଣ ପାଇଁ ୫୭ନଂ ଜାତୀୟ ରାଜପଥ ଠାରୁ ସ୍କୁଲ ପର୍ଯ୍ୟନ୍ତ ଦୀର୍ଘ ୪କିଲୋମିଟର ସ୍ଥାୟୀ.ରାସ୍ତା ପାଇଁ ଆମେ ଆରଡି ବିଭାଗ ସହ ଆଲୋଚନା କରି ଏକ ପ୍ରସ୍ତାବ ପଠାଯାଇଛି । ଏହି ପ୍ରସ୍ତାବଟିକୁ ଓଡିଶା ସରକାର ଯେତେ ଶୀଘ୍ର ମଞ୍ଜୁର କରିବେ ଖୁବ ଶୀଘ୍ର ରାସ୍ତା ଉନ୍ନତି କରଣ ହୋଇପାରିବ ବୋଲି ଗଣମାଧ୍ୟମ ଆଗରେ ପ୍ରକାଶ କରିଥିଲେ ।

hiranchal ad1
Leave A Reply

Your email address will not be published.

ten − eight =