ମହାନଦୀରେ ଦ୍ୱିତୀୟ ବନ୍ୟା : ଅଧା ହରଭଙ୍ଗା ବ୍ଲକ ଜଳମଗ୍ନ, ବ୍ୟାପକ କ୍ଷୟକ୍ଷତି

0 515

ହରଭଙ୍ଗା: ତିନିଦିନ ଧରି ହରଭଙ୍ଗା ବ୍ଲକ ଅଂଚଳରେ ଲଘୁଚାପଜନିତ ଲଗାଣ ବର୍ଷା ହେବା ସହ ତେଲନଦୀ ଓ ମହାନଦୀରେ ବନ୍ୟା ଆସି ହରଭଙ୍ଗା ବ୍ଲକ ଅଂଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଏହି ବନ୍ୟାରେ ଏକର ଏକର ଧାନ ଜମି ଜଳମଗ୍ନ ହୋଇଛି । ବନ୍ୟା ଯୋଗୁଁ ହରଭଙ୍ଗା-ବୌଦ୍ଧ ମଧ୍ୟରେ ଥିବା ଜଗନ୍ନାଥ ସହକ ଉପରେ ୫ଫୁଟ ଉଚ୍ଚର ବନ୍ୟାଜଳ ପ୍ରବାହିତ ହେଉଥିବା ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ହରଭଙ୍ଗା ବ୍ଲକର ୯ଟି ପଞ୍ଚାୟତର ୫୫ଟି ଗ୍ରାମ ବନ୍ୟାରେ ପ୍ରବାହିତ ହୋଇଛି ।

hiring

ବନ୍ୟାରେ ହରଭଙ୍ଗା, କୁଡାଶିଙ୍ଗା, ମାରଡା, କୁତୁରୀ, କୁମାରୀ, ଖଣ୍ଡିଧଳପୁର, ଖଣ୍ଡି କଙ୍କଣା ଆଦି ଗ୍ରାମ ଗୁଡିକ ଜଳବନ୍ଦୀରେ ଅଛନ୍ତି ଗତ ଦୁଇଦିନ ହେଲାଣି । ବନ୍ୟାରେ ହରଭଙ୍ଗା ମହାନଦୀ କୂଳରେ ବହୁ ସ୍ଥାନ ଘାଇ ହୋଇଛି । ଏହି ଘାଇ ବାଟ ଦେଇ ବନ୍ୟା ଜଳ ଗାଁକୁ ପ୍ରବେଶ କରୁଛି । ଅନବରତ ବର୍ଷା ଲାଗି ରହିଥିବାରୁ ବହୁ କଚ୍ଚାଘର ଭାଙ୍ଗିଯାଇଛି । ୩ ଦିନ ଧରି ହରଭଙ୍ଗା ଅଂଚଳରେ ବିଦ୍ୟୁତ ଓ ଜଳଯୋଗାଣ ଠପ୍ ହୋଇଛି । ଏହି ବନ୍ୟାରେ ୨୦ହଜାର ଲୋକ ବିପନ୍ନ ହୋଇଛନ୍ତି । ୩ଦିନଧରି ଲଗାଣ ବର୍ଷା ଲାଗି ରହିଥିବାରୁ ଶ୍ରମଜୀବିମାନେ କାମଧନ୍ଦା ନପାଇଁ ଭୋକଉପାସରେ ଦିନ କାଟୁଛନ୍ତି । ଗୋରୁଗାଈମାନେ ମଧ୍ୟ ଚରିବାକୁ ଯାଇ ନପାରି ଭୋକରେ ରହୁଛନ୍ତି । ଏଣୁ ପ୍ରଶାସନ ଏ ଦିଗରେ ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ଅଂଚଳବାସୀ ଦାବି କରିଛନ୍ତି ।

hiranchal ad1
Leave A Reply

Your email address will not be published.

three × 3 =