ଜିଲ୍ଲାସ୍ତରୀୟ ବାଲ ବୈଜ୍ଞାନିକ ପ୍ରଦର୍ଶନୀ ଉଦଯାପିତ, ରାଜ୍ୟସ୍ତରୀୟ ୫ଗୋଟି ସଟଥିମ ମନୋନୀତ….

0 181

ହରଭଙ୍ଗା,୧୩/୧୨:- ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ସାଂପୋଚ ସରକାରୀ ଉନ୍ନୀତ ଉଚ୍ଚ଼ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ଜିଲ୍ଲାସ୍ତରୀୟ ବାଲ ବୈଜ୍ଞାନିକ ପ୍ରଦର୍ଶନୀ ଆଜି ଉଦଯାପିତ ହୋଇଯାଇଛି । ଉକ୍ତ ଉଦଯାପିତ ଦିବସ ଅବସରରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ଅନୁଷ୍ଠିତ ସଭାରେ ଜିଲ୍ଲା ଶିକ୍ଷାଧିକାରୀ ଗେନ୍ଦରା କୁଜୁର ସଭାପତିତ୍ୱ କରିଥିବାବେଳେ ମୁଖ୍ୟ ଅତିଥିଭାବେ ହରଭଙ୍ଗା ବ୍ଲକ ଉପାଧ୍ୟକ୍ଷା ସ୍ନେହଲତା ପ୍ରଧାନ ଯୋଗ ଦେଇଥିଲେ । ସମ୍ମାନିତ ଅତିଥିଭାବେ ୭ନଂ ଜୋନ ଜିଲ୍ଲା ପରିଷଦ ବିଶ୍ୱଜିତ ମିଶ୍ର ଅନ୍ୟତମ ଅତିଥିଭାବେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଘନଶ୍ୟାମ ମେହେର, ଗୋଷ୍ଠୀ ଶିକ୍ଷା ଅଧିକାରୀ ବୌଦ୍ଧ -ଉପେନ୍ଦ୍ର ପ୍ରଧାନ, ହରଭଙ୍ଗା ଗୋଷ୍ଠୀ ଶିକ୍ଷାଅଧିକାରୀ ଅଜୟ କୁମାର ଲୁହା, ପ୍ରଧାନ ଶିକ୍ଷକ ରଜନୀକାନ୍ତ ପ୍ରଧାନ, ଜିଲ୍ଲା ବିଜ୍ଞାନ ନିରୀକ୍ଷକ ଜୟନ୍ତ ପ୍ରଧାନ ଉପସ୍ଥିତ ରହିଥିଲେ । ଉକ୍ତ ବାଲ ବୈିଜ୍ଞାନିକ ପ୍ରଦର୍ଶନୀ କାର୍ଯ୍ୟକ୍ରମରେ ଜିଲ୍ଲାର ୩ଗୋଟି ବ୍ଲକର ବୈଜ୍ଞାନିକ ଜ୍ଞାନ କୌଶଳର ୪୫ଟି ଦଳ ଭାଗ ନେଇଥିବାବେଳେ ଏହି କାର୍ଯ୍ୟକ୍ରମ ୨ଦିନ ଧରି ଚାଲୁରହିଥିଲା । ଆଜି ଉଦଯାପନୀ ଦିବସ ଅବସରରେ ୪୫ଟି ଥିମ ଭିତରୁ ରାଜେନ୍ଦ୍ର ନାରାୟଣ ହାଇସ୍କୁଲ ଧଳପୁର, ସେଣ୍ଟ ଜାଭିୟର ବୌଦ୍ଧ, ସରକାରୀ ନୋଡାଲ ହାଇସ୍କୁଲ ଦହ୍ୟା, ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ବୌଦ୍ଧ ଓ ଉଚ୍ଚ଼ ମାଧ୍ୟମିକ ବିଦ୍ୟାଳୟ ବିରନରସିଂପୁର ଆଦି ୫ଟି ସ୍କୁଲର ୫ଜଣ ଛାତ୍ରଛାତ୍ରୀଙ୍କ ୫ଗୋଟି ସଟଥିମକୁ ଆସନ୍ତା ଡିସେମ୍ବର ମାସ ୨୦ରୁ ୨୨ତାରିଖ ପର୍ଯ୍ୟନ୍ତ ମୟୁରଭଞ୍ଜ ଠାରେ ହେବାକୁ ଥିବା ରାଜ୍ୟସ୍ତରୀୟ ବାଲ ବୈଜ୍ଞାନିକ ପ୍ରଦର୍ଶନୀକୁ ମନୋନୀତ କରାଯାଇଛି ।

hiranchal ad1
Leave A Reply

Your email address will not be published.

4 × five =