ନାଟ୍ୟଗୁରୁ ହରିହର ମିଶ୍ରଙ୍କ ପରଲୋକ

0 61

ବରଗଡ: ନାଟ୍ୟଗୁରୁ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମି ପୁରସ୍କାରପ୍ରାପ୍ତ ହରିହର ମିଶ୍ରଙ୍କ ଶନିବାର ଭୋର୍‌ ୩ଟା ବେଳେ ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୭୫ବର୍ଷ ବୟସ ହୋଇଥିଲା । ବାର୍ଦ୍ଧକ୍ୟଜନିତ କାରଣରୁ ସେ କିଛି ଦିନ ହେଲା ଅସୁସ୍ଥ ଥିଲେ । ଭୋର୍‌ରେ ହଠାତ୍‌ ତାଙ୍କ ସ୍ୱାସ୍ଥ୍ୟ ବିଗିଡି ଯାଇଥିଲା । ସ୍ଥାନୀୟ କଲେଜ୍‌ ରୋଡ୍‌ କଂସ ଗଳିସ୍ଥିତ ବାସଭବନରେ ତାଙ୍କ ପରଲୋକ ଘଟିଥିଲା । ମୃତ୍ୟୁଶଯ୍ୟା ନିକଟରେ ସ୍ତ୍ରୀ କୁନ୍ତଳା, ପାଞ୍ଚ ଝିଅ ଓ ଜ୍ୱାଇଁଙ୍କ ସମେତ ଅନ୍ୟ ପରିବାରବର୍ଗ ଉପସ୍ଥିତ ଥିଲେ । ସ୍ୱର୍ଗତ ମିଶ୍ର ପେଶାରେ ଜଣେ ଆଇନଜୀବୀ ଥିଲେ । କିନ୍ତୁ ଜୀବନବ୍ୟାପୀ ନାଟକ ଥିଲା ତାଙ୍କର ନିଶା । ୧୯୪୬ ମସିହା ଏପ୍ରିଲ ୧ ତାରିଖରେ ବରଗଡରେ ଜନ୍ମିତ ହରିହର ମିଶ୍ର ୨ଶହରୁ ଅଧିକ ନାଟକରେ ନିର୍ଦ୍ଦେଶନା ଦେଇଛନ୍ତି । ସେ ଓଡିଶୀ,ଚମ୍ପୁ, ଛାନ୍ଦ,ଭଜନ ଗାୟନରେ ମଧ୍ୟ ସିଦ୍ଧହସ୍ତ ଥିଲେ । ୨୦୨୧ ମସିହାରେ ତାଙ୍କୁ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମି ପୁରସ୍କାର ମିଳିଥିଲା ।

hiranchal ad1
Leave A Reply

Your email address will not be published.

20 + 19 =