ଭୁବନେଶ୍ୱର: ନିଅଣ୍ଟିଆ ବର୍ଷାରେ ଦହଗଞ୍ଜ ହେଉଥିବା ଚାଷୀଙ୍କ ପାଇଁ ଭଲ ଖବର । ଆସନ୍ତା ୬ ତାରିଖ ବେଳକୁ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ଏନେଇ ସୂଚନା ଦେଇଛନ୍ତି ଆଇଏମଡି ଡିଜି ମୃତୁ୍ୟଞ୍ଜୟ ମହାପାତ୍ର । ଲଘୁଚାପ ପ୍ରଭାବରେ ଓଡ଼ିଶାରେ ଆସନ୍ତା ୬ ଓ ୭ ତାରିଖ ଭଲ ବର୍ଷା ହେବ ବୋଲି ଆକଳନ କରାଯାଇଛି । ଅଗଷ୍ଟ ତୁଳନାରେ ସେପ୍ଟେମ୍ବରରେ ଭଲ ବର୍ଷା ହେବ ବୋଲି ଆଇଏମଡି ଡିଜି ମୃତୁ୍ୟଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି । ପ୍ରକାଶ ଯେ, ଯେଉଁ ସମୟରେ ବର୍ଷା ଯୋଗୁଁ ବିଲରେ ପାଣି ଜମିବା କଥା, ସେହି ସମୟରେ ଜମି ଫାଟି ଆଁ କରିଛି । ନିଅଣ୍ଟିଆ ବର୍ଷା ସତ୍ତ୍ୱେ ଯେଉଁ ଜମିରେ ରୁଆ ବେଉଷଣ ହୋଇଥିଲା ଉକ୍ତ ଜମି ଏବେ ବର୍ଷା ଅଭାବରୁ ତଳି ଶୁଖିଗଲାଣି । ଏହି ସମୟରେ ଲଘୁଚାପ ବର୍ଷା ଚାଷୀଙ୍କ ପାଇଁ ବରଦାନ ସଦୃଶ ହୋଇପାରେ ବୋଲି କୁହାଯାଉଛି ।