କିଆକଟା ଅଞ୍ଚଳରେ ପ୍ରବଳ ବର୍ଷା ସାଙ୍ଗକୁ କୁଆପଥର ମାଡ, ଚିନ୍ତାରେ ଚାଷୀ

0 238

କିଆକଟା : ଚାଷୀକୁ ଚିନ୍ତା ଅଦିନିଆ ବର୍ଷା ସାଙ୍ଗକୁ କୁଆପଥର ମାଡ । ଖଳା ଓ ଚାଷ ଜମିରେ ପଡି ରହିଥିବା ଧାନ ପ୍ରତି ଅଧିକ ବିପଦ ସୃଷ୍ଟି କରିଛି ଅଦିନିଆ ବର୍ଷା ଓ କୁଆପଥର ମାଡ । ଗତକାଲି ସଂଧ୍ୟା ୯ଟା ବେଳେ ବର୍ଷା ସାଙ୍ଗକୁ କୁଆପଥର ମାଡ ହୋଇଥିଲା । ପ୍ରାୟ ଅଧଘଂଟା ଧରି ବର୍ଷା ଫଳରେ ଚାଷୀଙ୍କ ବ୍ୟାପକ କ୍ଷୟକ୍ଷତି ହୋଇଛି । ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ବ୍ଲକ କିଆକଟା ଅଞ୍ଚଳରେ ବର୍ଷା ଓ କୁଆପଥର ମାଡ ଫଳରେ ପନିପରିବା ଫସଲ ସାଙ୍ଗକୁ ଖଳାରେ ଗଦା ହୋଇଥିବା ଧାନ ମଧ୍ୟ ନଷ୍ଟ ହୋଇଛି । ସେହିପରି କୁଆପଥର ଓ ବର୍ଷା ମାଡରେ ଅମଳ ହେବାକୁ ଥିବା ମୁଗ, ବିରି, ଚଣା ଆଦି ଡାଲି ଜାତୀୟ ଫସଲ ବ୍ୟାପକ ନଷ୍ଟ ହୋଇଥିବା ଜଣାପଡିଛି । ତେଣୁ ତୁରନ୍ତ ଏ ଦିଗରେ ରାଜସ୍ୱ ବିଭାଗ କ୍ଷୟକ୍ଷତି ଆକଳନ କରି ଚାଷୀଙ୍କ ଉଚିତ କ୍ଷତିପୂରଣ ଦେବାକୁ ଚାଷୀମାନେ ଦାବି କରିଛନ୍ତି ।

hiranchal ad1
Leave A Reply

Your email address will not be published.

20 − 19 =