ଭିମସାରରେ କରୋନା ସ୍ଥିତି ପୁଣି ସଙ୍କଟାପନ୍ନ: ୭ଦିନ ପାଇଁ ମେଡିସିନ ଓପିଡି ବନ୍ଦ ଘୋଷଣା ସହିତ ୭୦ଜଣ କ୍ୱାରେନଣ୍ଟାଇନକୁ ଗଲେ

0 97

ସମ୍ବଲପୁର : ସମଗ୍ର ପଶ୍ଚିମାଂଚଳର ବଡ଼ ହସ୍ପିଟାଲ ରୂପେ ପରିଚିତ ଭିମସାରର ସ୍ଥିତି ପୁଣି ସଙ୍କଟାପନ୍ନ ହୋଇପଡିଛି । ସ୍ଥିତି ଏତେ ଗମ୍ଭୀର ଯେ କାଲିଠାରୁ ମେଡିସିନ ଓପିଡିକୁ ସାତ ଦିନ ପାଇଁ ବନ୍ଦ ରଖାଯାଇଛି, ଅର୍ଥାତ୍ ଏହା ଆଗାମୀ ୧୩ ତାରିଖ ଗୁରୁବାର ଦିନ ଖୋଲାଯାଇ ପାରିବ । ଏହା ସହିତ କରୋନା ସଂକ୍ରମଣ ଆଶଙ୍କାରେ ୭୦ ଜଣ ଡାକ୍ତରଙ୍କୁ କ୍ୱାରେନଣ୍ଟାଇନକୁ ପଠାଯାଇଛି ଓ ଏହି ସୂଚୀରେ ଆଉ ଅଧିକ ଡାକ୍ତର ଯୋଡ଼ା ଯିବାର ଆଶଙ୍କା ରହିଛି । ଏମାନଙ୍କ ମଧ୍ୟରେ ବିଭାଗୀୟ ପ୍ରୋଫେସର, ସହଯୋଗୀ ପ୍ରୋଫେସର, ସହକାରୀ ପ୍ରୋଫେସର, ବରିଷ୍ଠ ଆବାସିକ ଡାକ୍ତର, ହାଉସ ସର୍ଜନ ଓ ସ୍ନାତକୋତ୍ତର ଡାକ୍ତର ସାମିଲ ରହିଛନ୍ତି । ଗତକାଲି ତିନି ଜଣ ଡାକ୍ତର କରୋନା ପଜିଟିଭ ହେବା ଜଣାପଡିଛି ଓ ସ୍ୱାବ ପରୀକ୍ଷାରେ ଆଉ କିଛି ଡାକ୍ତର ମଧ୍ୟ ପଜିଟିଭ ଚିହ୍ନଟ ହେବାର ଆଶଙ୍କା ରହିଛି । ଗତ ଜୁଲାଇ ୩୧ ରେ ସ୍ଥାନୀୟ ଅତାବିରା ଅଂଚଳର ଜଣେ ରୋଗୀକୁ ଭିମସାରର ହାଇ ଡିଫେନ୍ସିଭ ୟୁନିଟରେ କରୋନା ପଜିଟିଭ ଚିହ୍ନଟ କରାଯାଇଥିଲା, ଯିଏକି ସେଠାରେ ଚାରିଦିନ ଧରି ଚିକିତ୍ସା ରେ ରହିଥିଲେ । ତାଙ୍କ ସଂସ୍ପର୍ଶରେ ଆସିଥିବା ୩୯ ଜଣ ଡାକ୍ତର, ନର୍ସ ଓ ଅନ୍ୟାନ୍ୟ ସହଯୋଗୀ କର୍ମଚାରୀଙ୍କୁ ପ୍ରଥମ ପର୍ଯ୍ୟାୟରେ କ୍ୱାରେନଣ୍ଟାଇନରେ ରଖାଗଲା । ସେମାନଙ୍କ ମଧ୍ୟରୁ ଗତ ମଙ୍ଗଳବାର ଦିନ ମେଡିସିନ ବିଭାଗର ୯ଜଣ ପଜିଟିଭ ଚିହ୍ନଟ ହୋଇଥିଲେ ଓ ତାହାପରେ ସ୍ଥିତି ଧିରେ ଧିରେ ନିୟନ୍ତ୍ରଣରୁ ବାହାରି ଯିବାରେ ଲାଗିଛି ।

hiranchal ad1
Leave A Reply

Your email address will not be published.

four × 3 =