ମହାନଦୀରେ ବନ୍ୟାର ପରିଦୃଶ୍ୟ : ହୀରାକୁଦ ଜଳଭଣ୍ଡାରରୁ ୨୦ଟି ଗେଟ୍ ଖୋଲି ୩.୨୧ ଲକ୍ଷ କ୍ୟୁସେକ ବନ୍ୟାଜଳ ନିଷ୍କାସିତ

0 129

ସମ୍ବଲପୁର : ବିଶ୍ୱ ପ୍ରସିଦ୍ଧ ହୀରାକୁଦ ଜଳଭଣ୍ଡାରରୁ ବର୍ତ୍ତମାନ ବ୍ୟାପକ ପରିମାଣରେ ନିଷ୍କାସନ ଯୋଗୁଁ ଏଠାକାର ମହାନଦୀରେ ବନ୍ୟା ପରି ଦୃଶ୍ୟ ଦେଖିବାକୁ ମିଳୁଛି । ଏହା ଉପଭୋଗ କରିବା ପାଇଁ ଏଠାକାର ମହାନଦୀ କୂଳରେ ସ୍ଥାନେ ସ୍ଥାନେ ଲୋକଙ୍କ ଭିଡ଼ ମଧ୍ୟ ଦେଖିବାକୁ ମିଳୁଛି । ସେପଟେ ହୀରାକୁଦ ଜଳଭଣ୍ଡାରର ୨୦ଟି ସ୍ଲୁଇସଗେଟ ଖୋଲା ଯିବାରୁ ସେଠାରେ ନିଆରା ଦୃଶ୍ୟ ଦେଖିବାକୁ ମିଳୁଛି ଓ ଏହାକୁ ଉପଭୋଗ କରିବା ପାଇଁ ସେଠାକାର ପାଖ ଅଞ୍ଚଳରେ ଦର୍ଶକଙ୍କ ଭିଡ଼ ଲାଗିରହିଛି । ଆଜି ସକାଳୁ ଏ ବିଷୟରେ ହୀରାକୁଦ ନିୟନ୍ତ୍ରଣ ପ୍ରକୋଷ୍ଠରୁ ପ୍ରାପ୍ତ ସୂଚନା ଅନୁସାରେ ପୂର୍ବାହ୍ନ ୯ଟା ସମୟରେ ଏହାର ଜଳସ୍ତର ୬୧୫. ୯୩ ଫୁଟ ରେକର୍ଡ କରାଯାଇଥିଲା । ଏହି ସମୟରେ ଜଳଭଣ୍ଡାରକୁ ୩ଲକ୍ଷ ୧୧ହଜାର ୬୨୫ କ୍ୟୁସେକ ଜଳରାଶି ପ୍ରବେଶ କରୁଥିଲା ଓ ଏହାର ବାମ ପାଶ୍ୱର୍ରେ ୧୩ ଓ ଡାହାଣ ପାଶ୍ୱର୍ରେ ୭ଟି ସହିତ ମୋଟ ୨୦ଟି ସ୍ଲୁଇସଗେଟ ଜରିଆରେ ୩ଲକ୍ଷ ୨୧ହଜାର ୧୬୦ କ୍ୟୁସେକ ଜଳରାଶି ନିଷ୍କାସନ ହେଉଥିଲା । ମାନସୁନ ଏବର୍ଷ ସକ୍ରିୟ ରହିବା ଆଶଙ୍କା କରି ଅଗଷ୍ଟ ମାସାରମ୍ଭରୁ ଏହି ଜଳଭଣ୍ଡାରରୁ ଅଧିକରୁ ଅଧିକ ଜଳରାଶି ଛଡ଼ା ଯିବାରୁ ଏହାର ଜଳସ୍ତର ୬୦୦ଫୁଟରୁ ତଳକୁ ଚାଲି ଯାଇଥିଲା । କିନ୍ତୁ ନିର୍ଦ୍ଧାରିତ ରୁଲକର୍ଭ ଅନୁସାରେ ଏହାର ଜଳସ୍ତର ଅଗଷ୍ଟ ୧୫ ଦିନ ୬୧୫ ଫୁଟ ରହିବା କଥା, ଯାହାକି ବହୁ ଚେଷ୍ଟା ପରେ ସେଦିନ ସନ୍ଧ୍ୟା ପର୍ଯ୍ୟନ୍ତ ହୋଇ ପାରିଥିଲା । ବର୍ତ୍ତମାନ ହୀରାକୁଦ ଜଳଭଣ୍ଡାରର ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ଛତିଶଗଡ଼ର ବିଭିନ୍ନ ଜଳଭଣ୍ଡାରରୁ ବିପୁଳ ପରିମାଣରେ ବନ୍ୟା ଜଳ ଛଡା ଯାଉଛି, ଏଣୁ ପ୍ରାୟ ତିନିଲକ୍ଷ କ୍ୟୁସେକରୁ ଊର୍ଦ୍ଧ୍ୱ ଜଳରାଶି ପ୍ରବେଶ କରୁଛି ଓ ଏଠାରେ ଜଳସ୍ତର ନିୟନ୍ତ୍ରଣରେ ରଖିବା ପାଇଁ ତଦାନୁସାରେ ନିଷ୍କାସନ ଜରୁରୀ ହୋଇପଡ଼ିଛି ।

hiranchal ad1
Leave A Reply

Your email address will not be published.

two + 19 =