ହୀରାକୁଦ ଜଳଭଣ୍ଡାରରୁ ୨୮ଟି ଗେଟ୍ ଦେଇ ଜଳ ନିଷ୍କାସନ

0 159

ସମ୍ବଲପୁର : ବର୍ତ୍ତମାନ ହୀରାକୁଦ ଜଳଭଣ୍ଡାରର ସ୍ଥିତି ଅତ୍ୟନ୍ତ ଉଦବେଗଜନକ ହୋଇପଡିଛି । ଛତିଶଗଡ ଓ ଏହାର ଆଖପାଖ ଅଂଚଳରେ ପ୍ରବଳ ବର୍ଷା ଯୋଗୁଁ ଆଜି ଉପର ମୁଣ୍ଡରୁ ହୀରାକୁଦ ଜଳଭଣ୍ଡାରକୁ ପ୍ରାୟ ୭ ଲକ୍ଷ କ୍ୟୁସେକ ବନ୍ୟାଜଳ ପ୍ରବେଶ କରୁଛି ଓ ସେଠାରୁ ୫ଲକ୍ଷ କ୍ୟୁସେକ ଜଳରାଶି ନିଷ୍କାସନ ପାଇଁ ଘୋଷଣା କରାଯାଇଛି । ଏବିଷୟରେ ହୀରାକୁଦ ନିୟନ୍ତ୍ରଣ ପ୍ରକୋଷ୍ଠରୁ ପ୍ରାପ୍ତ ସୂଚନା ଅନୁସାରେ ଆଜି ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ସେଠାକୁ ୬ ଲକ୍ଷ ୯୦ ହଜାର ୧୧୮ କ୍ୟୁସେକ ଜଳରାଶି ପ୍ରବେଶ କରୁଥିଲା ତଥା ବାମ ପକ୍ଷ ୧୬ ଓ ଦକ୍ଷିଣ ପକ୍ଷର ୧୨, ଏହିପରି ମୋଟ ୨୮ଟି ସ୍ଲୁଇସ ଗେଟ୍ ଜରିଆରେ ୪ ଲକ୍ଷ ୧୧ ହଜାର ୯୮୩ କ୍ୟୁସେକ ବନ୍ୟାଜଳ ଛଡ଼ା ଯାଉଛି । ଏହା ସହିତ ଆହୁରି ଅଧିକ ଗେଟ୍ ଖୋଲି ପ୍ରାୟ ୫ ଲକ୍ଷ କ୍ୟୁସେକ ପର୍ଯ୍ୟନ୍ତ ବନ୍ୟାଜଳ ନିଷ୍କାସନ ପାଇଁ ନିଷ୍ପତ୍ତି ନିଆଯାଇଛି ଓ ସେହି ଅନୁସାରେ ସମସ୍ତ ଜିଲ୍ଲା ପ୍ରଶାସନଙ୍କୁ ସାବଧାନ ରହିବାକୁ ନିର୍ଦ୍ଦେଶ ଜାରି କରାଯାଇଛି । ଏହାଦ୍ୱାରା ମହାନଦୀରେ ଅଭୂତପୂର୍ବ ବନ୍ୟା ସ୍ଥିତି ଦେଖାଯିବାର ଆଶଙ୍କା କରାଯାଉଛି । ଏଠାରେ ସମସ୍ତ ତଳି ଅଂଚଳର ସବୁ ଲୋକମାନଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରିବା ସହିତ ବନ୍ୟା ପରିସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତି କରାଯାଉଛି ।

hiranchal ad1
Leave A Reply

Your email address will not be published.

5 + 4 =