ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୬୨୮ଫୁଟ ହେଲା: ସ୍ଥିତି ଗମ୍ଭୀର ଅବ୍ୟାହତ

0 195

ସମ୍ବଲପୁର : ଆଜି ମଧ୍ୟ ହୀରାକୁଦ ଜଳଭଣ୍ଡାରର ସ୍ଥିତି ସଙ୍କଟାପନ୍ନ ରହିଛି । ଏହାର ଜଳସ୍ତର ସର୍ବୋଚ୍ଚ ସୀମା ୬୩୦ ଫୁଟରୁ ମାତ୍ର ଦୁଇ ଫୁଟ ତଳେ ୬୨୮ ଫୁଟ ପହଞ୍ଚି ସାରିଛି ଆଉ ଏହି ସମୟରେ ଉପରମୁଣ୍ଡରୁ ଜଳଭଣ୍ଡାର ମଧ୍ୟକୁ ପ୍ରତି ସେକେଣ୍ଡ ପ୍ରାୟ ୮ ଲକ୍ଷ କ୍ୟୁସେକ ବନ୍ୟାଜଳ ପ୍ରବେଶ କରୁଛି, ଯାହାକି ପରିଚାଳକଙ୍କ ନିଦ ହଜାଇ ଦେଉଛି । ଆଜି ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ହୀରାକୁଦ ନିୟନ୍ତ୍ରଣ କକ୍ଷରୁ ପ୍ରାପ୍ତ ସୂଚନା ଅନୁସାରେ ସେତେବେଳେ ଏହାର ଜଳସ୍ତର ୬୨୮ ଫୁଟ ରେକର୍ଡ କରାଯାଇଥିଲା ଓ ସେହି ସମୟରେ ଉପରମୁଣ୍ଡରୁ ଜଳଭଣ୍ଡାରକୁ ହାରାହାରି ସାତ ଲକ୍ଷ ୯୭ ହଜାର ୭୮ କ୍ୟୁସେକ ଜଳରାଶି ପ୍ରବେଶ ଓ ସାତ ଲକ୍ଷ ୬୫ ହଜାର ୩୧୧ କ୍ୟୁସେକ ବନ୍ୟାଜଳ ଛଡ଼ା ଯାଉଥିଲା ।

hiring

ଏହି ବନ୍ୟାଜଳ ନିଷ୍କାସନ ପାଇଁ ବାମପକ୍ଷର ୩୧ ଓ ଦାହାଣପକ୍ଷର ୧୫ ସହିତ ମୋଟ ୪୬ ଟି ସ୍ଲୁଇସ ଗେଟ୍ ଖୋଲା ଯାଇଛି । ଏହାଫଳରେ ଏଠାରେ ମହାନଦୀରେ ଅଦ୍ଭୂତପୂର୍ବ ବନ୍ୟା ପରିଦୃଶ୍ୟ ଦେଖିବାକୁ ମିଳୁଛି । ଏହାଦ୍ୱାରା ମହାନଦୀ ସହିତ ମିଶୁଥିବା ଛୋଟ ଛୋଟ ଉପନଦୀଗୁଡ଼ିକରେ ପଛୁଆପାଣି ପଶି ଆଖପାଖ ଅଂଚଳରେ ଘରଦ୍ୱାର ଭାସିଯାଇଛି । ଏଥିପାଇଁ କେବଳ ସମ୍ବଲପୁର ମହାନଗର ଅଂଚଳରେ ପ୍ରାୟ ୨ ହଜାର ୫୦୦ ଲୋକଙ୍କ ପାଇଁ ୧୪ ଟି ଅସ୍ଥାୟୀ ବନ୍ୟାଶ୍ରୟ ଶିବିର ଖୋଲାଯାଇ ସେମାନଙ୍କ ପାଇଁ ଉଚିତ ରିଲିଫ ବ୍ୟବସ୍ଥା କରାଯାଇଛି । ପୁଣି ତଳି ଅଂଚଳରୁ ବନ୍ୟାଜଳ ନିଷ୍କାସନ ପାଇଁ ପ୍ରଶାସନ ପକ୍ଷରୁ ଉଚ୍ଚ କ୍ଷମତା ସମ୍ପନ୍ନ ପମ୍ପମାନ ଲଗାଯାଇଛି

hiranchal ad1
Leave A Reply

Your email address will not be published.

7 + nineteen =