IAS ସ୍ତରରେ ବଡ଼ ଅଦଳବଦଳ

0 92

ଭୁବନେଶ୍ୱର : ଏକ ଗୁରୁତ୍ୱପୂର୍ଣ୍ଣ ପ୍ରଶାସନିକ ଅଦଳବଦଳକ୍ରମେ, ଓଡ଼ିଶା ସରକାର ସାରା ରାଜ୍ୟରେ ଆଇଏଏସ ସ୍ତରରେ ବଡ଼ ଧରଣର ବଦଳି ଏବଂ ପୋଷ୍ଟିଂ କରିଛନ୍ତି । ଚଞ୍ଚଲ ରାଣାଙ୍କୁ ଭୁବନେଶ୍ୱର ମ୍ୟୁନିସିପାଲ୍ କର୍ପୋରେସନ୍ (ବିଏମସି)ର କମିଶନର ଭାବରେ ନିଯୁକ୍ତ କରାଯାଇଛି । ସେହିପରି, ବରିଷ୍ଠ ଆଇଏଏସ ଅଧିକାରୀ ରୂପା ରୋଶନ ସାହୁଙ୍କୁ ଓଡ଼ିଶାର ମାନ୍ୟବର ରାଜ୍ୟପାଳଙ୍କ ସଚିବ ଭାବରେ ନିଯୁକ୍ତ କରାଯାଇଛି । ଏହି ସମୟରେ, ସଚିନ ରାମଚନ୍ଦ୍ର ଜାଧବ କ୍ରୀଡା ଏବଂ ଯୁବ ସେବା ବିଭାଗର ନୂତନ ସଚିବ ଭାବରେ ଦାୟିତ୍ୱ ଗ୍ରହଣ କରିଛନ୍ତି । ସେହିପରି ସଂଜୀବ କୁମାର ମିଶ୍ରଙ୍କୁ ଅର୍ଥ ବିଭାଗର ପ୍ରମୁଖ ସଚିବ କରାଯାଇଥିବା ବେଳେ ଏନ୍‌ବିଏସ୍ ରାଜପୁତ ସରକାରୀ ଉଦ୍ୟୋଗ ବିଭାଗର ପ୍ରମୁଖ ସଚିବ ଭାବେ ନିଯୁକ୍ତ ହୋଇଛନ୍ତି । ଭାସ୍କର ଜ୍ୟୋତି ଶର୍ମା ଅବକାରୀ ବିଭାଗର ପ୍ରମୁଖ ସଚିବ ଭାବେ ଅବସ୍ଥାପିତ ହୋଇଛନ୍ତି । ଭୂପେନ୍ଦ୍ର ସିଂ ପୁନିଆ ଦକ୍ଷତା କୌଶଳ ଏବଂ ବୈଷୟିକ ଶିକ୍ଷା ବିଭାଗର କମିଶନର ତଥା ସଚିବ ଭାବେ ନିଯୁକ୍ତ ହୋଇଥିବା ବେଳେ ବି ପରମେଶ୍ୱରନ୍‌ଙ୍କୁ ନିଜର ମୂଳ ଦାୟିତ୍ୱ ସହିତ ଆରଡିସି(ସିଡି) କଟକର ଅତିରିକ୍ତ ଦାୟିତ୍ୱ ଦିଆଯାଇଛି । ସେହିପରି ଡି ପ୍ରଶାନ୍ତ କୁମାର ରେଡ୍ଡି ଏମ୍‌ଏସ୍‌ଏମ୍‌ଇ ବିଭାଗର କମିଶନର ତଥା ସଚିବ ଭାବେ ନିଯୁକ୍ତ ହୋଇଛନ୍ତି । ଏହା ତାଙ୍କର ଅତିରିକ୍ତ ଦାୟିତ୍ୱ । ଶ୍ରମ କମିଶନର ଇଦ୍ରମଣି ତ୍ରିପାଠୀଙ୍କୁ ମୂଳ ଦାୟିତ୍ୱ ସହ ମତ୍ସ୍ୟ ସଂପଦ ଓ ବୟଲର୍ସର ନିରକ୍ଷକ ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି । ମନୀଷ ଅଗ୍ରୱାଲ ଅତିରିକ୍ତ ଏସ୍‌ଆର୍‌ସି ଭାବେ ଅବସ୍ଥାପିତ ହୋଇଛନ୍ତି । ସଂଗ୍ରାମ କେଶରୀ ମହାପାତ୍ର ବ୍ରହ୍ମପୁର ଆରଡିସି(ଏସଡି), ଦେବେନ୍ କୁମାର ପ୍ରଧାନ ଓଏସ୍‌ବିସିଏଲ୍‌ର ପରିଚାଳନା ନିର୍ଦ୍ଦେଶକ ଭାବେ ନିଯୁକ୍ତ ହୋଇଥିବା ବେଳେ ବିଜୟ କୁମାର ଦାସ ଜଙ୍ଗଲ, ପରିବେଶ ଓ ଜଳବାୟ ପରିବର୍ତ୍ତନ ବିଭାଗର ଅତିରିକ୍ତ ସଚିବ ଭାବେ ଅବସ୍ଥାପିତ ହୋଇଛନ୍ତି । ରଘୁରାମ ଆର୍‌ଆଇଆର୍‌ଙ୍କୁ କେନ୍ଦ୍ରାପଡାର ନୂତନ ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ୍ ଭାବେ ଅବସ୍ଥାପିତ କରାଯାଇଛି । ଅମ୍ରିତ ରୁତରାଜଙ୍କୁ ଖୋର୍ଦ୍ଧାର ଜିଲ୍ଲାପାଳ ଭାବେ ଅବସ୍ଥାପିତ କରାଯାଇଥିବା ବେଳେ ମଧୁମିତା ରଥଙ୍କୁ ସ୍କୁଲ ଓ ଗଣଶିକ୍ଷା ବିଭାଗର ଅତିରିକ୍ତ ସଚିବ ଭାବେ ନିଯୁକ୍ତ କରାଯ।।ଇଛି । ମହେଶ୍ୱର ସ୍ୱାଇଁ ନବରଙ୍ଗପୁରର ନୂଆ ଜିଲ୍ଲାପାଳ ଭାବେ ଅବସ୍ଥାପିତ ହୋଇଛନ୍ତି । ଦିବ୍ୟଜ୍ୟୋତି ପରିଡାଙ୍କୁ ପୁରୀର ନୂତନ ଜିଲ୍ଲାପାଳ ତଥା ଡିଏମ୍ ଭାବେ ନିଯୁକ୍ତ କରାଯାଇଥିବା ବେଳେ ସମେଶ କୁମାର ଉପାଧ୍ୟାୟଙ୍କୁ ମାଲକାନଗିରିର ଜିଲ୍ଲାପାଳ ଭାବେ ବଦଳି କରାଯାଇଛି । ଢେଙ୍କାନାଳର ନୂତନ ଜିଲ୍ଲାପାଳ ଭାବେ ଆଶିଷ ଈଶ୍ୱର ପାଟିଲ ନିଯୁକ୍ତ ହୋଇଥିବା ବେଳେ ଶୁଭଙ୍କର ମହାପାତ୍ର ସୁନ୍ଦରଗଡ ଜିଲ୍ଲାପାଳ ହୋଇଛନ୍ତି । ସେହିପରି ଗଞ୍ଜାମର ଜିଲ୍ଲାପାଳ ଭାବେ କେ ଭାସନ ଭିଙ୍କୁ ନିଯକ୍ତ କରାଯାଇଛି । ମନୋଜ ଏସ୍ ମହାଜନ କୋରାପୁଟ ଜିଲ୍ଲାପାଳ ହୋଇଛନ୍ତି । କନ୍ଧମାଳର ନୂତନ ଜିଲ୍ଲାପାଳ ତଥା ଡିଏମ୍ ଭାବେ ବେଦଭୂଷଣଙ୍କୁ ନିଯୁକ୍ତି ମିଳିଛି । ବର୍ତ୍ତମାନର ମୟୂରଭଞ୍ଜର ଏଡିଏମ୍ ଭାବେ କାର୍ଯ୍ୟରତ ବିଭୂତ ଭୂଷଣ ନାୟକଙ୍କୁ ବୌଦ୍ଧର ନୂତନ ଜିଲ୍ଲାପାଳ ତଥା ଡିଏମ୍ ଭାବେ ନିଯୁକ୍ତ କରାଯାଇଛି ।
ଏହି ପ୍ରମୁଖ ଅମଲାତାନ୍ତ୍ରିକ ପୁନର୍ଗଠନର ଲକ୍ଷ୍ୟ ପ୍ରଶାସନିକ ଦକ୍ଷତାକୁ ସୁଗମ କରିବା ଏବଂ ରାଜ୍ୟର ପ୍ରମୁଖ ପଦବୀଗୁଡ଼ିକରେ ଗତିଶୀଳ ନେତୃତ୍ୱ ଆଣିବା ।

hiring
hiranchal ad1
Leave A Reply

Your email address will not be published.

7 + eighteen =