ଇଣ୍ଡିଆ ବୁକ ଅଫ ରେକର୍ଡରେ ସ୍ଥାନ ପାଇଲେ ଆର୍ଯ୍ୟାଜିତା ନାଏକ

0 104

ନୂଆପଡ଼ା : ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ସିଙ୍ଗଝର ନିବାସୀ ଡା. ଜିତେନ୍ଦ୍ର କୁମାର ନାଏକ ଓ ଡା. ଅରୁଣା ଗାଈନଙ୍କ ଶିଶୁ କନ୍ୟା ଆର୍ଯ୍ୟାଜିତା ନାଏକ ଇଣ୍ଡିଆ ବୁକ ଅଫ ରେକର୍ଡରେ ସ୍ଥାନ ପାଇଛନ୍ତି । ଆର୍ଯ୍ୟାଜିତା ୨୦୨୦ ମସିହା ଅକ୍ଟୋବର ୭ ତାରିଖ ଦିନ ଜନ୍ମ ଗ୍ରହଣ କରିଥିଲେ । ବର୍ତ୍ତମାନ ତାଙ୍କୁ ତିନିବର୍ଷ ପୂରଣ ହୋଇଥିବା ବେଳେ ତାଙ୍କ ବିଚକ୍ଷଣ ବୁଦ୍ଧି ଓ ସ୍ମରଣ ଶକ୍ତି ପାଇଁ ଏଭଳି ସଫଳତା ପାଇଥିବା ଜଣାପଡିଛି । ସେ ଦଶ ଗୋଟି ବିପରୀତ ଶବ୍ଦ, ଏଗାର ଗୋଟି ଜାତୀୟ ସଂକେତ, ଚଉଦ ଗୋଟି ରଙ୍ଗ, ଚଉଦ ପ୍ରକାର ଆକାର, ୩୨ ପ୍ରକାର ଫଳ, ୨୮ ପ୍ରକାର ପନିପରିବା, ୨୭ ପ୍ରକାରର ପକ୍ଷୀ, ୭୫ ପ୍ରକାର ପ୍ରାଣୀ, ୨୦ ଗୋଟି ଅଙ୍ଗପ୍ରତ୍ୟଙ୍ଗର ନାମ, ୧ ରୁ ୨୦ ପର୍ଯ୍ୟନ୍ତ ଗଣନ ସଂଖ୍ୟା, ସପ୍ତାହକର ସାତ ବାର, ବର୍ଷକର ୧୨ ମାସ,ଆଠ ଗ୍ରହର ନାମ,ଦଶ ଗୋଟି ସାଧାରଣ ଜ୍ଞାନ ପ୍ରଶ୍ନର ଉତ୍ତର, ନଅ ଗୋଟି ଶ୍ଳୋକ,୧୫ ଗୋଟି ଶିଶୁ ଗୀତ, ଇଂରାଜୀ, ହିନ୍ଦି ଓ ଓଡ଼ିଆର ସମସ୍ତ ଅକ୍ଷର ପ୍ରଭୃତି ସହଜରେ ଜାଣିପାରିବା ସହିତ ପ୍ରକାଶ କରି ପାରୁଛନ୍ତି । ତାଙ୍କ ଏଭଳି ଅସାଧ୍ୟ ବିଚକ୍ଷଣ ଯୋଗୁଁ ବିଭିନ୍ନ ମହଲରୁ ତାଙ୍କୁ ଶୁଭେଚ୍ଛାର ସୁଅ ଛୁଟିଛି । ତାଙ୍କ ମାଆ,ବାପା ବର୍ତ୍ତମାନ ନବରଙ୍ଗପୁର ଜିଲ୍ଲା ଝରିଗାଁ ସିଏଚସିରେ କାର୍ଯ୍ୟରତ ଥିବା ଜଣାପଡିଛି ।

hiranchal ad1
Leave A Reply

Your email address will not be published.

two × three =