ଅପରାଧୀମାନଙ୍କର ତାଲିକା ପ୍ରସ୍ତୁତି ପାଇଁ ଆରକ୍ଷୀ ଅଧୀକ୍ଷକମାନଙ୍କୁ ନିର୍ଦ୍ଦେଶ ଦେଲେ ଉତ୍ତରାଞ୍ଚଳ ଆଇଜି

0 58

ଝାରସୁଗୁଡ଼ା: ଝାରସୁଗୁଡ଼ାରେ ଅପରାଧୀଙ୍କ ଘର ଭାଙ୍ଗିବା ପରେ ଆକ୍ସନ ମୋଡରେ ପୁଲିସ। ପ୍ରାଥମିକ ପର୍ଯ୍ୟାୟରେ ଅପରାଧୀମାନଙ୍କର ତାଲିକା ପ୍ରସ୍ତୁତି ପାଇଁ ଏସପିମାନଙ୍କୁ ନିର୍ଦ୍ଦେଶ ଦେଇଥିବା ଉତ୍ତରାଞ୍ଚଳ ଆଇଜି ହିମାଂଶୁ ଲାଲ ସୂଚନା ଦେଇଛନ୍ତି । ଯେକେହି ବି ସରକାରୀ ଜାଗା ଜବରଦଖଲ କରି ସଂଗଠିତ ଅପରାଧ କଲେ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଆଇଜି କହିଛନ୍ତି । ଆଗକୁ ସବୁ ଜିଲ୍ଲାରେ ଏହି ପ୍ରକ୍ରିୟା ଜାରି ରହିବ। ସୂଚନା ଅନୁସାରେର ବନ୍ଧବାହାଲରେ ଗତକାଳି ଜଣେ ଅପରାଧୀଙ୍କ ଘର ଭଙ୍ଗାଯିବାବେଳେ ଆଇଜି ହିମାଂଶୁ ଲାଲ ଉପସ୍ଥିତ ଥିଲେ।

hiranchal ad1
Leave A Reply

Your email address will not be published.

14 − 13 =