ଯାତ୍ରା ଆରମ୍ଭ କରିବେ ଆନ୍ତର୍ଜାତୀୟ ପର୍ବତାରୋହୀ

0 50

ପୁରୀ : ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରୁ ମହାପ୍ରଭୁଙ୍କ ଆଶୀର୍ବାଦ ନେଇ ଆସନ୍ତା କାଲି ଯାତ୍ରା ଆରମ୍ଭ କରିବେ ଆନ୍ତର୍ଜାତୀୟ ପର୍ବତାରୋହୀ ବିଭାରାଣୀ ପାତ୍ର। ତାଙ୍କୁ ଆଜି ଶ୍ରୀମନ୍ଦିର ସମ୍ମୁଖରେ ପାଟରା ସମାଜ ପକ୍ଷରୁ ସମ୍ବର୍ଦ୍ଧନା ଦିଆଯାଇଛି। ନିଖିଳ ଉତ୍କଳ ପାଟରା ସମିତି ତରଫରୁ ଆଜି ଆନ୍ତର୍ଜାତୀୟ ପର୍ବତାରୋହୀ ସୁଶ୍ରୀ ବିଭାରାଣୀ ପାତ୍ରଙ୍କୁ ଶ୍ରୀ ଜଗନ୍ନାଥ ମନ୍ଦିର ସମ୍ମୁଖରେ ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯିବ ସହ କିଛି ପ୍ରୋତ୍ସାହନ ରାଶି ପ୍ରଦାନ କରାଯାଇଛି। ଯେ ଋଷିଆ ଓ ୟୁରୋପ ମଧ୍ୟରେ ଅବସ୍ଥିତ ଏଲବ୍ରସ ପର୍ବତ ଚଢ଼ିବା ପାଇଁ ଚଳିତ ଅଗଷ୍ଟ ମାସ ୬ ତାରିଖ ଦିନ ଅର୍ଥାତ ଆସନ୍ତା କାଲି ଭୁବନେଶ୍ୱର ବିମାନ ବନ୍ଦରରୁ ବିଭାରାଣୀ ଯାତ୍ରା କରିବେ। ତାଙ୍କର ଏହି ଦୁଃସାହାସିକ ପଦକ୍ଷେପ ପାଇଁ ମହାପ୍ରଭୁଙ୍କ ନିକଟରେ ପର୍ବତାରୋହୀ ବିଭାରାଣୀଙ୍କ ସଫଳତା ଓ ଶୁଭକାମନା ନିମନ୍ତେ ପ୍ରାର୍ଥନା କରାଯାଇଛି। ବିଭାରାଣୀ ପୂର୍ବରୁ ଜାତୀୟ କିକ ବକ୍ସିଂ ପ୍ରତିଯୋଗିତାରେ ୨୦୧୦ ମସିହାରେ ଜାମ୍ମୁ କାଶ୍ମୀରରେ ରୌପ୍ୟ ପଦକ, ୨୦୧୧ ମସିହାରେ ଡେରାଡୁନ ଠାରେ ସେହି ପ୍ରତିଯୋଗିତାରେ ସ୍ଵର୍ଣ୍ଣ ପଦକ ହାସଲ କରିଥିଲେ। ସେହିପରି ୨୦୧୨ ମସିହାରେ ହାଇଦ୍ରାବାଦ ଠାରେ ଅନୁରୂପ ପ୍ରତିଯୋଗିତାରେ ମଧ୍ୟ ରୌପ୍ୟ ପଦକ ପାଇଥିଲେ। ଆହୁରି ମଧ୍ୟ ୨୦୧୯ ରେ ଆବୁଧାବି ଠାରେ ଅନୁଷ୍ଠିତ ସ୍ୱତନ୍ତ୍ର ଅଲିମ୍ପିକ ଶିଖର ସମ୍ମିଳନୀରେ ଆନ୍ତର୍ଜାତୀୟ ଯୁବ ପୁରସ୍କାର ଓ ୨୦୨୦ ମସିହାରେ ବାଂଲାଦେଶ ଠାରେ ଅନୁରୂପ ସମ୍ମିଳନୀରେ ମଧ୍ୟ ଆନ୍ତର୍ଜାତୀୟ ଯୁବ ପୁରସ୍କାର ପାଇଥିଲେ। ସେହିପରି ୨୦୨୨ ମସିହାରେ ନୂଆଦିଲ୍ଲୀ ଠାରେ ଅନୁଷ୍ଠିତ ସ୍ୱତନ୍ତ୍ର ଅଲିମ୍ପିକ ଶିଖର ସମ୍ମିଳନୀ ରେ ବିଭାରାଣୀ ଜାତୀୟ ଯୁବ ନେତୃତ୍ୱ ପୁରସ୍କାର ହାସଲ କରିଥିଲେ। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବିଭାରାଣୀଙ୍କୁ ଖଣ୍ଡୁଆ ପ୍ରଦାନ କରାଯାଇଥିଲା I

hiranchal ad1
Leave A Reply

Your email address will not be published.

sixteen + 11 =