ପାରଳାଖେମୁଣ୍ଡି : “ସଖୀ” ୱାନ୍ ଷ୍ଟପ୍ ସେଣ୍ଟର ଓ ଚାଇଲଡଲାଇନ୍ କୋଲାବଙ୍କ ମିଳିତ ଆନୁକୂଲ୍ୟରେ ଗଜପତି ଜିଲ୍ଲାର ରାୟଗଡ ବ୍ଲକ ଏଙ୍ଗାରସିଙ୍ଗ୍ ଗ୍ରାମପଞ୍ଚାୟତର ସାନସଡା ଏବଂ ବେହେରା ସାହି ଠାରେ ଆନ୍ତର୍ଜାତୀୟ କନ୍ୟା ସନ୍ତାନ ଦିବସ ପାଳନ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ “ସଖୀ”ୱାନ୍ ଷ୍ଟପ୍ କେନ୍ଦ୍ରର ପ୍ରଶାସିକା ଶ୍ରୀମତି ଭାଗ୍ୟଲକ୍ଷ୍ମୀ ନାୟକଙ୍କ ସଭା କାର୍ଯ୍ୟ ପରିଚାଳନା କରିଥିଲେ। କନ୍ୟା ଶିଶୁ ମାନଙ୍କ ସୁରକ୍ଷା ସମ୍ପର୍କରେ ବିଶେଷ ଆଲୋଚନା କରିଥିଲେ। ଏହି କାର୍ଯ୍ୟକ୍ରମରେ ଚାଇଲଡଲାଇନ୍ କୋଲାବର ଗଙ୍ଗା ବଡରାଜ ଶବର, ଟି. ସୁରେଶ, ଅଙ୍ଗନବାଡି ୱର୍କର କୁରି, ସ୍ୱୟଂ ସହାୟକ କର୍ମକର୍ତ୍ତା ଗଣ, “ସଖୀ” ୱାନ୍ ଷ୍ଟପ୍ ସେଣ୍ଟରର ମୋହିନୀ ପ୍ରଧାନ ଉପସ୍ଥିତ ରହି ସଭା ପରିଚାଳନା କରିଥିଲେ। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରହିଥିବା “ସଖୀ” ୱାନ୍ ଷ୍ଟପ୍ ସେଣ୍ଟରର ମୁଖ୍ୟ ଉଦ୍ଦେଶ୍ୟ ସମ୍ପର୍କରେ ଲୋକଙ୍କୁ ସଚେତନ କରାଇଥିଲେ ଏବଂ ମହିଳା ମାନଙ୍କର ସୁରକ୍ଷା ପାଇଁ ଏହି କେନ୍ଦ୍ର ରହିଅଛି। ଏହାର ସଦୁପଯୋଗ କରାଇବା ପାଇଁ ସୂଚନା ଦିଆଯାଇଥିଲା । ସଭାଶେଷରେ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଦେଇ ସଭାଶେଷ କରାଯାଇଥିଲା ଏବଂ ପରେ ଗ୍ରାମରେ ଲୋକଙ୍କୁ ସଚେତନ କରିବା ପାଇଁ ଏକ ଶୋଭାଯାତ୍ରା କରାଯାଇଥିଲା।