ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ

0 136

ଗଜପତି : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ସଫେଇ ଓ ପରିମଳ କାର୍ଯ୍ୟରେ ନିୟୋଜିତ ସ୍ୱଚ୍ଛ ସାଥି ଓ ସୁପରଭାଇଜର ମାନଙ୍କ ବର୍ଦ୍ଧିତ ଦରମା ଓ ଅନ୍ୟାନ୍ୟ ଦାବି ନେଇ ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି। ଓଡ଼ିଶା ସ୍ୱଚ୍ଛ ସାଥୀ ଓ ସୁପରଭାଇଜର ସଙ୍ଘ ଗଜପତି ଶାଖାର ସଭାପତି ମମତା ରାଣୀ ହୋତାଙ୍କ ନେତୃତ୍ୱରେ ଦଶ ଦଫା ଦାବି ସମ୍ବଳିତ ଏକ ସ୍ମାରକପତ୍ର ଜିଲ୍ଲା ପାଳଙ୍କ ଜରିଆରେ ମୁଖ୍ୟ ମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଛି। ଦାବୀ ଗୁଡିକ ହେଲା ସମାନ କାମକୁ ସମାନ ଦରମା ଦାବି, ଶ୍ରମ ଆଇନ ଅନୁସାରେ ସର୍ବନିମ୍ନ ମଜୁରୀ ଦେବା, ବିନା ସର୍ତ୍ତରେ ସମସ୍ତ ସ୍ୱଚ୍ଛସାଥି ଓ ସୁପରଭାଇଜର ମାନଙ୍କ ବର୍ଦ୍ଧିତ ଦରମା ପ୍ରଦାନ କରିବା ଏହିଭଳି ଦଶ ଦଫା ଦାବି ରହିଛି I ଏହି ଦାବିପତ୍ର ପ୍ରଦାନ ବେଳେ ସମ୍ପାଦକ ଜ୍ୟୋତି ରଶ୍ମି ଦାଶ, କୋଷାଧ୍ୟକ୍ଷ ରତ୍ନ ମଞ୍ଜୁରୀ ରାଉତ, ଅନ୍ନପୂର୍ଣ୍ଣା ମିଶ୍ର, ପ୍ରଭାସିନୀ ପାଣିଗ୍ରାହୀ, ସୁନିତା ବେହେରା ପ୍ରମୁଖଙ୍କ ସମେତ ବହୁ ସ୍ୱଚ୍ଛ ସାଥୀ ଓ ସୁପରଭାଇଜର ଉପସ୍ଥିତ ଥିଲେ I

hiranchal ad1
Leave A Reply

Your email address will not be published.

ten + seventeen =