ପ୍ରବଳ ବର୍ଷିବ, ଏହି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

0 86

ଭୁବନେଶ୍ୱର ୧୩।୧୧ : ରାଜ୍ୟରେ ଲଘୁଚାପ ଜନିତ ବର୍ଷା ଲାଗି ରହିଛି । ଉତ୍ତର ତାମିଲନାଡୁରୁ ଓଡିଶା ଉତ୍ତର ଉପକୂଳ ଅଞ୍ଚଳ ଉପରେ ଟ୍ରଲ ଲାଇନ ରହିଛି । ଏହା ଆଜି ମଧ୍ୟ ସକ୍ରିୟ ରହିଛି । ଯାହା ପ୍ରଭାବରେ ପ୍ରବଳ ବର୍ଷା ହେଉଛି । ଆଜି ୯ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ଗଞ୍ଜାମ, ଗଜପତି, ରାୟଗଡା, କନ୍ଧମାଳ ସହିତ ପୁରୀ ଜିଲ୍ଲାର ଅନେକ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏହାଛଡା ୧୭ ତାରିଖରେ ଦକ୍ଷିଣ ଓଡିଶାରେ ବର୍ଷାର ମାତ୍ରା ପୁଣି ବୃଦ୍ଧି ପାଇବ । ଦକ୍ଷିଣ ଆଣ୍ଡାମାନ ସାଗର ଠାରେ ଆସନ୍ତା ୧୨ ଘଣ୍ଟା ମଧ୍ୟରେ ଲଘୁଚାପ ସୃଷ୍ଟି ହେବ । ଏହାପରେ ଏହି ଲଘୁଚାପ ପଶ୍ଚିମ-ଉତ୍ତର ପଶ୍ଚିମ ଦେଇ ଗତି କରିବ । ଆସନ୍ତା ୧୫ ତାରିଖ ସୁଦ୍ଧା ଏହା ଅବପାତର ରୂପ ନେବ । ଏହାର ପ୍ରଭାବରେ ପୁଣି ୧୭ ତାରିଖ ଠାରୁ ଦକ୍ଷିଣ ଓଡିଶାରେ ବର୍ଷା ହେବ । ଆସନ୍ତା ୫ରୁ ୭ ଦିନ ପର୍ଯ୍ୟନ୍ତ ବର୍ଷା ଓ କୋହଲା ପାଗ ରହିବ । ଏଥିପାଇଁ ଶୀତ କମିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି । ରାତି ତାପମାତ୍ରା ୩ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ବଢିବ । ସେପଟେ ଗତ ୨୪ ଘଣ୍ଟା ମଧ୍ୟରେ ଗଞ୍ଜାମର ପୁରୁଷୋତ୍ତମପୁର ଠାରେ ସର୍ବାଧିକ ୧୭୬ ମିଲିମିଟର ବର୍ଷା ରେକର୍ଡ ହୋଇଛି । ସେହିପରି ପୁରୀରେ ୧୨୪ ମିଲିମିଟର ବର୍ଷା ରେକର୍ଡ ହୋଇଛି । ଅନ୍ୟପଟେ ଭୁବନେଶ୍ୱରରେ ୩୩.୫ ମିଲିମିଟର ବର୍ଷା ରେକର୍ଡ ହୋଇଛି । 

hiranchal ad1
Leave A Reply

Your email address will not be published.

five + 16 =