ଏଣିକି ବିନା ଟିକା ସାର୍ଟିଫିକେଟରେ ଜଗା ଦର୍ଶନ କରିପାରିବେ ଭକ୍ତ

0 64

ପୁରୀ,୧୪/୨ : ପୁରୀରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ ନେଇ ରହିଥିବା କଟକଣାକୁ ପ୍ରଶାସନ ଆଉ ଟିକେ କୋହଳ କରିଛି । ଏହି କୋହଳ ବ୍ୟବସ୍ଥା ଫଳରେ ଭକ୍ତମାନେ ଏଣିକି ବିନା ଟିକା ପ୍ରମାଣପତ୍ରରେ ମନ୍ଦିର ଭିତରକୁ ଯାଇ ପ୍ରଭୁଙ୍କ ଦର୍ଶ କରିପାରିବେ । ପ୍ରଶାସନର ଏହି ନିଷ୍ପତ୍ତିକୁ ଭକ୍ତ ମହଲ ସ୍ୱାଗତ କରିଛନ୍ତି । ଛତିଶା ନିଯୋଗ ବୈଠକ ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଏନେଇ ସୂଚନା ଦେଇଛନ୍ତି । ଏବେ ଡବଲ ଡୋଜ୍‌ ଟିକା ସାର୍ଟିଫିକେଟ ଦେଖେଇ ପ୍ରବେଶ କରୁଥିଲେ ଶ୍ରଦ୍ଧାଳୁ । ଆଜି ନୀତି ସବ୍‌କମିଟି ଓ ଛତିଶା ନିଯୋଗ ବୈଠକ ବସିଥିଲା । ଏଥିରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ପୁରୀ ଗସ୍ତ ସମ୍ପର୍କରେ ଆଲୋଚନା ହୋଇଥିଲା । ୧୯ ତାରିଖରେ ଦୁଇଦିନିଆ ଗସ୍ତରେ ଆସିବେ ରାଷ୍ଟ୍ରପତି । ସେ ୫ଟାରୁ ୫ଟା ୪୫ ମିନିଟ୍‌ ଭିତରେ ଶ୍ରୀମନ୍ଦିରରେ କରିବେ ଦର୍ଶନ । ରାଷ୍ଟ୍ରପତିଙ୍କ ପାଇଁ ଅପରାହ୍ନ ୪ଟାରୁ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ । ସେପଟେ ୨୧ ତାରିଖରୁ ଲାଗୁହେବ ନୂଆ ଏସଓପି । ହଟିବ କିଓସ୍କ କାଉଣ୍ଟର । ଆଉ ଭକ୍ତଙ୍କୁ ଦେଖାଇବାକୁ ପଡିବ ନାହିଁ କୋଭିଡ୍‌ ପ୍ରମାଣପତ୍ର । ପୂର୍ବପରି ରବିବାର ଶ୍ରୀମନ୍ଦିର ଭକ୍ତଙ୍କ ପାଇଁ ବନ୍ଦ ରହିବ । ନୀତିକାନ୍ତିକୁ ନେଇ ୨୦ରୁ ୨୫ ତାରିଖ ମଧ୍ୟରେ ବସିବ ନୀତି ସବକମିଟି ବୈଠକ । ମଙ୍ଗଳ ଆଳତୀ ନୀତି ଶୃଙ୍ଖଳିତ କରିବା ପାଇଁ ହେବ ନୀତି ସବକମିଟି ବୈଠକ । ଦ୍ୱାର ଫିଟାରୁ ରାତ୍ର ପହୁଡ଼ ନେଇ ସମସ୍ତ ନୀତି କିଭଳି ଆହୁରି ଶୃଙ୍ଖଳିତ ହେବ, ସେନେଇ ଆଲୋଚନା କରାଯିବ ବୋଲି ନିଷ୍ପତ୍ତି ହୋଇଛି ।

hiranchal ad1
Leave A Reply

Your email address will not be published.

eight + nine =