ଜିଲ୍ଲାସ୍ତରୀୟ ଅକ୍ଷୟ ତୃତୀୟା ତଥା କୃଷକ ଦିବସ ସମାରୋହ

0 187

ଜଗତସିଂହପୁର,୩/୫- ଆଜି ପବିତ୍ର ଅକ୍ଷୟ ତୃତୀୟା ଅବସରରେ ଜଗତସିଂହପୁର ଜିଲ୍ଲାର ବିଭିନ୍ନ ସ୍ଥାନରେ ଅଖିମୁଠି ଅନୁକୂଳ ଅନୁଷ୍ଠିତ ହୋଇଯାଇଛି । ସକାଳୁ କୃଷକମାନେ ସୁସଜ୍ଜିତ ଗଉଣୀରେ ଚନ୍ଦନ ହଳଦୀ ବୋଳା ବିହନ ଆଣି କ୍ଷେତକୁ ଆସିବାସହ ପ୍ରଥମେ ଭୂମିପୂଜନ କରି ମା ଲକ୍ଷ୍ମୀଙ୍କୁ ସୁମରଣା କରିବାପରେ ଜମି ହଳକରି ବିହନ ଅନୁକୂଳ କରିଛନ୍ତି । ଏହି ଅବସରରେ ଜିଲ୍ଲା କୃଷି ବିଭାଗ ପକ୍ଷରୁ ଜିଲ୍ଲାସ୍ତରୀୟ ଅକ୍ଷୟ ତୃତୀୟା ତଥା କୃଷକ ଦିବସ ସମାରୋହ ବାଲିକୁଦା ବ୍ଲକ ଅରିଲୋ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଜଳସଂପଦ ସୂଚନା ଓ ଲୋକସଂପର୍କ ବିଭାଗ ମନ୍ତ୍ରୀ ରଘୁନନ୍ଦନ ଦାସ, ସାଂସଦ ଡକ୍ଟର ରାଜଶ୍ରୀ ମଲ୍ଲିକ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ମନୋଜ ଭୋଇ, ବାଲିକୁଦା ବ୍ଲକ ଅଧ୍ୟକ୍ଷ ପ୍ରକାଶ ପ୍ରଧାନ, ବ୍ଲକ ଉପାଧ୍ୟକ୍ଷା ପ୍ରିୟମ୍ବଦା ପଳାଉରୀ, ଜ଼ିଲ୍ଲା ପରିଷଦ ସଭ୍ୟା ଡଲି ପଣ୍ଡା, ପ୍ରତିମା ସ୍ୱାଇଁ, ରୁନିଲତା ବେହେରା, ସାଂସଦ ପ୍ରତିନିଧି ମାନସ ରଞ୍ଜନ ପଟ୍ଟନାୟକ, ଜ଼ିଲ୍ଲାପରିଷଦ ସଭ୍ୟ ଜଟାଧାରୀ ଦାସ, ସରପଞ୍ଚ ପ୍ରଶାନ୍ତ ବାରିକ ଓ କୃଷି ଅଧିକାରୀ ପ୍ରମୁଖ ଯୋଗଦେଇ ଅଖିମୁଠି ଅନୁକୂଳ କରିଥିଲେ । ଆଜି ଦିନରେ ବିହନ ଅନୁକୂଳ କଲେ ଭଲ ଫସଲ ହୋଇଥାଏ ବୋଲି କୃଷକ ମାନଙ୍କର ବିଶ୍ୱାସ ରହିଛି । ଆଜି ଏହି ପବିତ୍ର ଦିବସ ହୋଇଥିବାରୁ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ରଥକାଠ ଅନୁକୂଳ ହୋଇଥିବାବେଳେ ବିଭିନ୍ନ ଶୁଭକାର୍ଯ୍ୟର ଅନୁକୂଳ ମଧ୍ୟ ହୋଇଥାଏ ବୋଲି ମନ୍ତ୍ରୀ ରଘୁନନ୍ଦ ଦାସ କହିଛନ୍ତି ।

hiranchal ad1
Leave A Reply

Your email address will not be published.

8 + fourteen =