ବୁରଘାଟ ଶୈବ ପୀଠରେ ପଇଡ ଜଳଶାୟୀ

0 170

ଆଠମଲ୍ଲିକ : ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ବ୍ଲକ ଅନ୍ତର୍ଗତ ବାସୁଦେବପୁର ପଞ୍ଚାୟତ ଅଧିନସ୍ଥ ବୁରଘାଟ ଗ୍ରାମରେ ଥିବା ସର୍ବ ପୁରାତନ ଶୈବପୀଠରେ ଆଜି ପଇଡ ଜଳଶାୟୀ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଆଜି ସକାଳେ ଏକ କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା । କଳସ ଶୋଭାଯାତ୍ରାଟି କିଆକଟା ଗ୍ରାମର ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରୁ ଆରମ୍ଭ ହୋଇ କାଦପଡା, ମୁଣ୍ଡାପଡା ଗ୍ରାମ ଦେଇ ବୁରଘାଟ ସ୍ଥିତ ଶୈବ ପୀଠରେ ପହଞ୍ଚିଥିଲା । ଏଥିରେ ବାସୁଦେବପୁର ଓ କିଆକଟା ପଞ୍ଚାୟତର ଶତାଧିକ ମହିଳା ଓ ପୁରୁଷ ଭକ୍ତ ଯୋଗଦେଇ ଶିବକୃପା ଲାଭ କରିଥିଲେ ।

hiring

ଆଜିର ଏହି ପଇଡ ଜଳଶାୟୀ ଉଭୟ ପଞ୍ଚାୟତର ସରପଞ୍ଚଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇଥିଲା । ଜଳଶାୟୀ ପୂଜାକାର୍ଯ୍ୟରେ କର୍ତ୍ତା ଭାବେ ଶିବଶଙ୍କର ପ୍ରଧାନ ଦାୟିତ୍ୱ ତୁଲାଇଥିଲେ । ଜଳଶାୟୀ ସଂପନ୍ନ ହେବା ପରେ ସଂଧ୍ୟାରେ ମନ୍ଦିର ପ୍ରାଙ୍ଗଣରେ ସାଂସ୍କୃତିକ କାର୍ଯ୍ୟକ୍ରମ ଦଣ୍ଡନୃତ୍ୟ ସ୍ଥାନୀୟ କଳାକାରଙ୍କ ଦ୍ୱାରା ପରିବେଷଣ ହୋଇଥିଲା । ଆଜିର ସମସ୍ତ କାର୍ଯ୍ୟକ୍ରମକୁ କିଆକଟା ପଞ୍ଚାୟତର ସରପଞ୍ଚ ଶ୍ରୀମତି ଗାୟତ୍ରୀ ବେହେରା, ବାସୁଦେବପୁର ସରପଞ୍ଚ କଳ୍ପନା ଡାଙ୍ଗ, କାର୍ଯ୍ୟକାରୀ ସଭାପତି ଗଣେଶ୍ୱର ବେରିହା, ସଂପାଦକ ରାଜେଶ ସାହୁ, ସର୍ବଶ୍ରୀ ଋଷଭ ପାଣ୍ଡେ, ଚମ୍ପେଶ୍ୱର ମେଶ୍ୱା, ଅନନ୍ତ ବେହେରା ମାଳି ଓ ବୁରଘାଟ ଗ୍ରାମବାସୀଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇଥିଲା ।

hiranchal ad1
Leave A Reply

Your email address will not be published.

20 − seven =