ଜମେନକିରା ଥାନାରେ ରକ୍ତଦାନ ଶିବିର: ୮୨ ୟୁନିଟ ରକ୍ତ ସଂଗ୍ରହ

0 46

ସମ୍ବଲପୁର: ସମ୍ବଲପୁର ସଦର ଡାକ୍ତରଖାନା ରକ୍ତ ଭଣ୍ଡାରରେ ରକ୍ତର ଅଭାବ ଦେଖିବାକୁ ମିଳିଛି । ତେଣୁ ଏହି ଅଭାବ ଦୂର କରିବା ପାଇଁ ବୁଧବାର ଦିନ ଜମନକିରା ଥାନାରେ ମୋ ସରକାର ୫-ଟି ସେଲ ସମ୍ବଲପୁର ଦ୍ୱାରା ଆରକ୍ଷୀ ଅଧିକ୍ଷକଙ୍କ ନିର୍ଦ୍ଦେଶକ୍ରମେ ଏକ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା । ଏହି ଶିବିରକୁ ଆନୁଷ୍ଠାନିକ ଭାବେ ଏସଡିପିଓ କୁଚିଣ୍ଡା ରାଜକିଶୋର ମିଶ୍ର ଉଦଘାଟନ କରିଥିଲେ । ଏହି ଶିବିରରେ ସର୍ବମୋଟ୍‌ ୮୨ ୟୁନିଟ ରକ୍ତ ସଂଗ୍ରହ କରା ଯାଇଛି । ଏହି ଶିବିରକୁ ସଦର ଡାକ୍ତରଖାନା ରକ୍ତଭଣ୍ଡାରର ଡା କଲ୍‌ପେଶ କକ୍କଡ୍‌ ଟେକନିସିଆନ ସନ୍ତୋଷ ଗୌଡ଼, କର୍ମଦେବ ପଟେଲ, ମନବୋଧ ନାୟକ ଏବଂ ଦୁଖନାସନ୍‌ ସେଠ୍‌ ପରିଚାଳନା କରିଥିଲେ । ହାବିଲଦାର ଏବଂ କନେଷ୍ଟବଳ ଶାଖା ସଂଘ ସଭାପତି ରାମଦାସ ପଣ୍ଡାଙ୍କ ସଂଯୋଜନାରେ ଏହି ଶିବିର ଆୟୋଜିତ ହୋଇଥିଲା ।

hiring

ଏହି ଶିବିରକୁ ଜମନକିରା ଅଟୋ ସଂଘ, ଜମନକିରା ସାମ୍ବାଦିକ ସଂଘ ଏବଂ ସ୍ଥାନୀୟ ଜନସାଧାରଣ ସହଯୋଗ କରିଥିଲେ । ଏସଡିପିଓ ଶ୍ରୀ ମିଶ୍ର ରକ୍ତଦାତା ମାନଙ୍କୁ ମାନପତ୍ର ଦେଇ ଉତ୍ସାହିତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଏସଆଇ ସୁଧାଂଶୁ ପାତ୍ର, ଏସଆଇ ସୁଧୀର ମହାକୁଡ, ଏଏସଆଇ ତ୍ରିବେଣୀ ପ୍ରଧାନ, ତୁଶାନ୍ତ ସାହୁ, ଗଜିନ୍ଦ୍ର ମାଝୀ ଏବଂ ଥାନାର ସମସ୍ତ କର୍ମଚାରୀ ଶିବିର ପରିଚାଳନାରେ ସହଯୋଗ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ବିବେକ ବହିଦାର, ଅଶୋକ ଦାନି, ସୌରବ ପଟ୍ଟନାୟକ,ଆକାଶ ପଟ୍ଟନାୟକ,କିଶୋର ନାଏକ, ଦେବାନନ୍ଦ ନାଏକ ଏବଂ ଏମଡି ଗୁଲକ୍ଷମ୍‌ କାଦିର ଏହି ଶିବିରରେ ସହଯୋଗ କରିଛନ୍ତି । ରକ୍ତ ଅଭାବରେ କାହାରି ଜୀବନ ନ ଯାଉ ଏହା ହିଁ ସମ୍ବଲପୁର ପୁଲିସର ଉଦେଶ୍ୟ । ପୁଲିସ ବିଭାଗ ପକ୍ଷରୁ ଆୟୋଜିତ ଏହି ଶିବିରକୁ ସ୍ଥାନୀୟ ଜନସାଧାରଣ ତଥା ବୁଦ୍ଧିଜୀବୀ ମହଲରେ ପ୍ରଶଂସା କରାଯାଇଛି । ଶେଷରେ ସମସ୍ତ ରକ୍ତଦାତା ଏବଂ ସହଯୋଗୀ ମାନଙ୍କୁ ଥାନା ପ୍ରଭାରୀ ଇନ୍ସପେକ୍ଟର ପ୍ରେମଜିତ୍‌ ଦାସ ଧନ୍ୟବାଦ୍‌ ଜଣାଇଛନ୍ତି ।

hiranchal ad1
Leave A Reply

Your email address will not be published.

two × 1 =