ଜନ ଆଶୀର୍ବାଦ ଯାତ୍ରାରେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ

0 87

ରାୟଗଡା: ରାୟଗଡା ନୂତନ ରେଳ ଡିଭିଜନ,ଗୁଣପୁର-ଥେରୁବାଲି ରେଳ ସଂଯୋଗୀକରଣ, ଜିଲ୍ଳାରେ ମୋବାଇଲ ନେଟୱାର୍କିଂ, ୱାଇଫାଇ, ବ୍ରଡବ୍ରାଣ୍ଡ ତଥା ମୋବାଇଲ୍ ଟାୱାର ନିର୍ମାଣ ଆଦି ହୋଇଥିବା ଦାବି ଗୁଡିକ ଉପରେ ମୁଁ ଅନୁଧ୍ୟାନ କରି ଯଥାଶୀଘ୍ର ଏହାର ଅଗ୍ରଗତି କାର୍ଯ୍ୟକୁ ତ୍ୱରାନିତ ହେବ ବୋଲି କହିଛନ୍ତି କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ଭାରତୀୟ ଜନତା ପାର୍ଟିର ଜନ ଆଶୀର୍ବାଦ ଯାତ୍ରାକୁ ସଫଳ କରିବା ପାଇଁ ଆଜି କୋରାପୁଟ ସଂସଦୀୟ କ୍ଷେତ୍ରର ରାୟଗଡା ଜିଲ୍ଳାକୁ ଦିନିକିଆ ଗସ୍ତ କରିଥିଲେ କେନ୍ଦ୍ର ରେଳମନ୍ତ୍ରୀ । ହୀରାଖଣ୍ଡ ଏକ୍ସପ୍ରେସ୍ ଟ୍ରେନ ଯୋଗେ ରାୟଗଡାରେ ପଂହଚିବା ପରେ ସ୍ଥାନୀୟ ସାର୍କିଟ୍ ହାଉସ ଠାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ହିତାଧିକାରୀମାନଙ୍କ ସହ ସିଧାସଳଖ ଆଲୋଚନା କରିଥିଲେ । ଏହାପରେ ରାୟଗଡାର ଅଧିଷ୍ଠାତ୍ରୀ ଦେବୀ ମା ମଝିଘରିଆଣୀଙ୍କ ଦର୍ଶନ ନିମନ୍ତେ ଯାଇଥିଲେ । ମା ମଝିଘରିଆଣୀ ମନ୍ଦିରରେ ପଂହଚି ପୂଜାର୍ଚ୍ଚନା କରିବା ସହ ମନ୍ଦିର ବାହାରେ ଜିଲ୍ଳା ବିଜେପି ଯୁବ ମୋର୍ଚ୍ଚା ତରଫରୁ ଅନୁଷ୍ଠିତ ବୃକ୍ଷରୋପଣ କାର୍ଯ୍ୟକ୍ରମରେ ଯୋଗ ଦେଇ ବୃକ୍ଷରୋପଣ କରିଥିଲେ । ବିଜେପି କର୍ମୀଙ୍କ ବିଶାଳ ବାଇକ ରାଲିରେ ମନ୍ଦିରରେ ମନ୍ତ୍ରୀ ପ ଂହଚିବା ପରେ ଜିଲ୍ଳା ବିଜେପି ତରଫରୁ ତାଙ୍କୁ ନାଚଗୀତ ସହ ବାଜା ବଜେଇ ଭବ୍ୟ ସ୍ୱାଗତ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମ ଶେଷରେ କେନ୍ଦ୍ର ରେଳମନ୍ତ୍ରୀ ହୋଟେଲ ତେଜସ୍ୱୀ ଅଭିମୁଖେ ବାହାରିଥିବା ବେଳେ ସହର ମଧ୍ୟରେ ଥିବା ବିଭିନ୍ନ ବରପୁତ୍ରମାନଙ୍କ ପ୍ରତିମୂର୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ଏଥି ମଧ୍ୟରେ କେନ୍ଦ୍ର ମନ୍ତ୍ରୀ ଶ୍ରୀ ବୈଷ୍ଣବ ରାୟଗଡା ନୂତନ ରେଳ ଡିଭିଜନର ଡିଆରଏମ କାର୍ଯ୍ୟାଳୟ ନିମନ୍ତେ ଚିହ୍ନଟ ହୋଇଥିବା ସ୍ଥାନକୁ ପରିଦର୍ଶନ କରିଥିଲେ ଏବଂ ସାମ୍ବାଦିକ ସମ୍ମିଳନୀରେ ଡିିଆର ସ୍ତରରେ ଥିବା ରେଳ ଡିଭିଜନ କାର୍ଯ୍ୟ ସହ ଜିଲ୍ଳା ମଧ୍ୟରେ ଥିବା ରେଳ ପ୍ରକଳ୍ପର ସମୀକ୍ଷା କରି ଖୁବଶୀଘ୍ର ତ୍ୱରାନ୍ନିତ ହେବ ବୋଲି କହିଥିଲେ । ଏଥିସହ ଗୁଣୁର-ଥେରୁବାଲି ରେଳ ସଂଯୋଗୀକରଣ ପ୍ରକଳ୍ପ ପାଇଁ ମଧ୍ୟ ରାଜ୍ୟ ସରକାରଙ୍କ ସହ ଆଲୋଚନା କରିବି ବୋଲି କହିଥିଲେ ।

hiring

ହୋଟେଲ ତେଜସ୍ୱୀ ଠାରେ ଜିଲ୍ଲା ବିଜେି ତରଫରୁ ଆୟୋଜିତ ସ୍ୱାଗତ ସମ୍ବର୍ଦ୍ଧନା ସଭା କାର୍ଯ୍ୟକ୍ରମରେ ଜିଲ୍ଳାର ବିଭିନ୍ନ ୨୯ଗୋଟି ଅନୁଷ୍ଠାନ ପକ୍ଷରୁ କେନ୍ଦ୍ର ରେଳ ମନ୍ତ୍ରୀ ଶ୍ରୀ ବୈଷ୍ଣବଙ୍କୁ ସମ୍ବର୍ଦ୍ଧନା କରିବା ସହ ଦାବିପତ୍ର ପ୍ରଦାନ କରାଯାଇଥିଲା । ପୂର୍ବୋଦୟ ପରିକଳ୍ପନାରେ ଓଡିଶାର କିପରି ବିକାଶ ହୋଇପାରିବ ତାହା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପରିକଳ୍ପନା ରହିଛି ବୋଲି କେନ୍ଦ୍ର ରେଳମନ୍ତ୍ରୀ ଶ୍ରୀ ବୈଷ୍ଣବ କହିଥିଲେ । ଏହି ସମସ୍ତ କାର୍ଯ୍ୟକ୍ରମ ଜିଲ୍ଳା ବିଜେପି ସଭାପତି ଶିବ ପଟ୍ଟନାୟକଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ ରାଜ୍ୟ ସାଧାରଣ ସଂପାଦକ ଭୃଗୁ ବକ୍ସିପାତ୍ର, ଗୋଲକ ମହାପାତ୍ର, ଜିଲ୍ଳା ସାଧାରଣ ସଂପାଦକ କିଶୋର ଚନ୍ଦ୍ର ପଣ୍ଡା, ବିଧାୟକ ପ୍ରାର୍ଥୀ ବସନ୍ତ ଉଲାକା,ରାଷ୍ଟ୍ରିୟ ଜନଜାତି ମୋର୍ଚ୍ଚା ଉପାଧ୍ୟକ୍ଷ କାଳୀରାମ ମାଝି, ପୂର୍ବତନ ଜିଲ୍ଳା ସଭାପତି ଶିବଶଙ୍କର ଉଲାକା, ଜୟରାମ ପାଙ୍ଗୀ, ରାୟଗଡା ନଗର ସଭାପତି ଶ୍ୟାମ କୁମାର ଦାସ, ସ୍ଥାୟୀ ନିମନ୍ତ୍ରୀତ ସଦସ୍ୟ ବିଦ୍ୟାଭୂଷଣ ପଣ୍ଡା, ଜିଲ୍ଳା ଯୁବ ମୋର୍ଚ୍ଚା ସଭାପତି ଦେବାଶିଷ ପଣ୍ଡା, ଜିଲ୍ଳା ବିଜେପି ମହିଳା ମୋର୍ଚ୍ଚା ସଭାନେତ୍ରୀ ଶ୍ରୀମତି ରଂଜନା ଉପାଧ୍ୟୟ, ରାଜେଶ ପାଣିଗ୍ରାହୀଙ୍କ ସମେତ ଜିଲ୍ଳାର ବିଭିନ୍ନ ମଣ୍ଡଳର ସଭାପତି, ସଂପାଦକ, ଜିଲ୍ଳା କାର୍ଯ୍ୟକର୍ତ୍ତା, ଶତାଧିକ ସଂଖ୍ୟାରେ କର୍ମୀମାନେ ଯୋଗ ଦେଇଥିଲେ । ଶେଷରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ବୈଷ୍ଣବ ସଡକପଥରେ ଜନ ଆଶୀର୍ବାଦ ଯାତ୍ରା କାର୍ଯକ୍ରମରେ ବାହାରି ଗୁମ୍ମା, କୁମ୍ଭିକୋଟା ଓ ରାଫକଣାଠାରେ ଅନୁଷ୍ଠିତ ସମ୍ବର୍ଦ୍ଧନା ସଭାରେ ଯୋଗ ଦେଇ କୋରାପୁଟ ଜିଲ୍ଲା ଅଭିମୁଖେ ଯାଇଥିଲେ ।

hiranchal ad1
Leave A Reply

Your email address will not be published.

11 − seven =