ପୁଣି ଜନନୀ ଯନ୍ତ୍ରଣା : ଗାଁରେ ପହଞ୍ଚି ପାରିଲାନି ଆମ୍ବୁଲାନ୍ସ,ଷ୍ଟ୍ରେଚରରେ ୨କି.ମି ବୁହାହେଲେ ଗର୍ଭବତୀ

0 154

ଦାରିଙ୍ଗବାଡି: ରାଜ୍ୟର ଉପାନ୍ତ ଓ ଦୁର୍ଗମ ଇଲାକାରେ ଗର୍ଭବତୀ ମହିଳାଙ୍କ ନିକଟରେ ଆମ୍ବୁଲାନ୍ସ ସେବା ସହଜରେ ପହଞ୍ଚି ପାରୁନାହିଁ । ଭଲ ରାସ୍ତା ନଥିବାରୁ ଗର୍ଭବତୀମାନେ ଡାକ୍ତରଖାନାରେ ପହଞ୍ଚିବାରେ ବହୁ ସମସ୍ୟାର ସମ୍ମୁଖିନ ହେଉଛନ୍ତି । ବାରମ୍ବାର ଏପରି ଘଟଣାର ପୁନରାବୃତ୍ତି ଘଟୁଛି । ଏଭଳି ଏକ ଦୃଶ୍ୟ ଆଜି ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଳକ ଭ୍ରମରବାଡ଼ି ପଞ୍ଚାୟତ ଲଦାଙ୍ଗୀ ଗ୍ରାମରେ । ରାସ୍ତା ଖରାପ ଥିବାରୁ ଲଦାଙ୍ଗି ଗ୍ରାମର ଜଣେ ଗର୍ଭବତୀଙ୍କ ନିକଟରେ ୧୦୮ ଗାଡି ପହଞ୍ଚି ପାରିନଥିବା ବେଳେ ତାଙ୍କୁ ଗ୍ରାମବାସୀମାନଙ୍କ ସହିତ ୧୦୮ ଗାଡିର ଜଣେ କର୍ମଚାରୀ ଷ୍ଟ୍ରେଚରରେ ୨କିଲୋମିଟର ବୋହି ଆମ୍ବୁଲାନ୍ସ ନିକଟକୁ ଆଣିବା ସମୟରେ ଅଧା ବାଟରେ ପ୍ରସବ କରିବା ଭଳି ଘଟଣା ସାମ୍ନାକୁ ଆସିଛି । ଆଉ ଗର୍ଭବତୀଙ୍କୁ ଷ୍ଟ୍ରେଚର଼ର ରେ ବୋହିବା ଏବଂ ଅଧବାଟରେ ପ୍ରସବ କରିବା ଘଟଣା ରାଜ୍ୟ ସରକାର ଙ୍କ ମାଁଙ୍କୁ ସମ୍ମାନ କଥା କହୁଥିବା ବେଳେ ରାଜ୍ୟ ସରକାରଙ୍କ ଯୋଜନା ଗୁଡିକୁ ଉପହାସ କରୁଥିବା ଭଳି ମନେ ହେଉଛି । କନ୍ଧମାଳ ଜିଲ୍ଲାର ଉପାନ୍ତ ଇଲାକା ଭାବେ ପରିଚିତ ଭ୍ରମରବାଡ଼ି ପଞ୍ଚ଼ାୟତ ଲଦାଙ୍ଗି ଗ୍ରାମର ମୃତୁଞ୍ଜୟ ପ୍ରଧାନଙ୍କ ପତ୍ନୀ ବନିତା ପ୍ରଧାନଙ୍କର ଗର୍ଭ ଯନ୍ତ୍ରଣା ହୋଇଥିଲା । ପରିବାର ଲୋକେ ଦାରିଙ୍ଗବାଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଉପରେ ନିର୍ଭର କରୁଥିବାରୁ ମୃତ୍ୟଞ୍ଜୟ ଦାରିଙ୍ଗବାଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ସହ ଯୋଗାଯୋଗ କରି ୧୦୮ଆମ୍ବୁଲାନ୍ସକୁ ଡାକିଥିଲେଏହାପରେ ୧୦୮ଆମ୍ବୁଲାନ୍ସ ବନିତାଙ୍କୁ ଆଣିବା ପାଇଁ ଲଦାଙ୍ଗି ଅଭିମୁଖେ ବାହାରିଥିଲା । କିନ୍ତୁ ଲଦାଙ୍ଗି ଗ୍ରାମଠାରୁ ୨କିମି ଦୂର ବଡ଼ାଙ୍ଗପିପିଲିଠାରୁ ୧୦୮ ଆମ୍ବୁଲାନ୍ସ ଗ୍ରାମକୁ ଯାଉଥିବା ରାସ୍ତା କାଦୁଅ ଏବଂ ଅତ୍ୟନ୍ତ କଦର୍ଯ୍ୟ ହୋଇଥିବାରୁ ଯାଇ ପାରିନଥିଲା । ଆମ୍ବୁଲାନ୍ସ କର୍ମଚାରୀ ଅନ୍ୟ ଉପାୟ ନପାଇ ଗାଡି ଆଉ ଆଗକୁ ଯାଇପାରିବ ନାହିଁ କହି ୧୦୮ ଆମ୍ବୁଲାନ୍ସ ଚାଳକ ଶିବରାମ ବଳିଆର ସିଂ ଗାଡିରୁ ଓହ୍ଲାଇ ଗ୍ରାମର କିଛି ଲୋକଙ୍କ ସହାୟତାରେ ଗର୍ଭବତୀ ବନିତାଙ୍କ ସ୍ୱାମୀ ମୃତ୍ୟଞ୍ଜୟଙ୍କ ସହିତ ୧୦୮ ଗାଡ଼ିରେ ଥିବା ଏକ ଷ୍ଟ୍ରେଚରରେ ଆମ୍ବୁଲାନ୍ସକୁ ବୋହି ଆଣିଥିଲେ । କିନ୍ତୁ ଷ୍ଟ୍ରେଚରରେ ବୋହିନେବା ବେଳେ ଯନ୍ତ୍ରଣାରେ ଛଟପଟ ହୋଇ ବନିତା ଅଧାବାଟରେ ଏକ ଶିଶୁ କନ୍ୟା ପ୍ରସବ କରିଥିଲେ । ୧୦୮ ଆମ୍ବୁଲାନ୍ସରେ ଗର୍ଭବତୀଙ୍କୁ ଆଣିବାକୁ ଯାଇଥିବା ଫାର୍ମାସିଷ୍ଟ ଅମିତ କୁମାର ଦେହୁରୀ ପ୍ରସବ କରାଇଥିଲେ ଏହାପରେ ଉଭୟ ମାଆ ଓ ଝିଅଙ୍କୁ ପୁଣି ଥରେ ଷ୍ଟ୍ରେଚରରେ ବୋହି ଆମ୍ବୁଲାନ୍ସ ନିକଟରେ ପହଞ୍ଚାଇ ଦାରିଙ୍ଗବାଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ତେବେ ଏଭଳି ଘଟଣା ଦାରିଙ୍ଗବାଡି ଅଞ୍ଚଳରେ ନୂଆ ନୁହେଁ ଗାଁକୁ ରାସ୍ତା ନଥିବାରୁ ଅନେକ ଗ୍ରାମକୁ ଆମ୍ବୁଲାନ୍ସ ଯାଇ ପାରୁନଥିବା ବେଳେ ଏଭଳି ସମସ୍ୟା ହେଉଛି । ତେବେ ଏ ସମସ୍ୟା ଆଜିର ନୁହେଁ ବାରମ୍ବାର ଏଭଳି ଘଟଣା ସାମ୍ନାକୁ ଆସୁଛି ଦାରିଙ୍ଗବାଡିରୁ କେଉଁଠି ଖଟିଆ ରେ ଆଉ କୋଉଠି ଅଟୋ ଭିତରେ ତ ଆଉ କେତେବେଳେ ଦୋଳାରେ ବୋହି ଆଣିବା ବେଳେ ଅଧା ବାଟରେପ୍ରସବ କରିବା ଭଳି ଘଟଣା ଘଟିଛି । ତଥାପି ରାଜ୍ୟ ସରକାରଙ୍କ ନିଦ୍ରା ଭଙ୍ଗ ହେଉନି କେବଳ ନିଜର ଭୋଟ ବ୍ୟାଙ୍କ ରାଜନୀତି କରି ମହିଳାଙ୍କୁ ସଶକ୍ତିକରଣ କରିବା କହି ମାଁକୁ ସମ୍ମାନ ଦେଉଥିବା କହୁଥିବା ବେଳେ କିନ୍ତୁ ସେହି ମାଁ ଆଜି ଖଟିଆ, ଷ୍ଟ୍ରେଚର ଆଉ ଦୋଳାରେ ବୁହା ହୋଇ ପ୍ରସବ କରୁଛନ୍ତି ଏଥିରୁ ସ୍ପଷ୍ଟ ଯେ ରାଜ୍ୟ ସରକାର ମହିଳାମାନଙ୍କୁ କେତେ ସମ୍ମାନ ଜଣାଉଛନ୍ତି ଆଉ ସେମାନଙ୍କ ଯୋଜନା କେତେ କାର୍ଯ୍ୟକାରୀ ହେଉଛି ତାହାର ଏହା ଏକ ଜ୍ୱଳନ୍ତ ଉଦାହରଣ ।

hiranchal ad1
Leave A Reply

Your email address will not be published.

seventeen − 2 =