ଖପ୍ରାଖୋଲରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ମିଳିତ ଜନ ଶୁଣାଣି

0 162

ଖପ୍ରାଖୋଲ : ସ୍ଥାନୀୟ ବ୍ଲକ୍‌ ସଭା ଗୃହଠାରେ ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧିକ୍ଷକଙ୍କ ବ୍ଲକସ୍ତରୀୟ ମିଳିତ ଜନ ଶୁଣାଣି ସୋମବାର ଅନୁଷ୍ଠିତ ହୋଇଯାଇଛି । ଶିବିରରେ ଜିଲ୍ଲାପାଳ ଚଞ୍ଚଲ ରାଣା ଓ ଆରକ୍ଷୀ ଅଧିକ୍ଷକ ନିତିନ କୁସଲକର ଯୋଗଦେଇ ଲୋକଙ୍କ ଆପତ୍ତି ଅଭିଯୋଗର ଶୁଣାଣି କରିଥିଲେ । ଏହି ଅବସରରେ ମୋଟ ୧୩୭ଟି ଅଭିଯୋଗ ପଞ୍ଜୀକୃତ ହୋଇଥିବା ବେଳେ ୧୨୦ ଟି ବ୍ୟକ୍ତିଗତ ଓ ୧୭ ଟି ଗୋଷ୍ଠିଗତ ଅଭିଯୋଗ ହୋଇଥିବା ବେଳେ ୧୬ ଟି ଅଭିଯୋଗର ତତ୍କାଳ ସମାଧାନ ହୋଇଥିବା ବେଳେ ଜଣକୁ ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡରୁ ସହାୟତା ମଞ୍ଜୁର କରିଥିଲେ । ଏହି ଅବସରରେ ଜିଲ୍ଲା ପରିଷଦ ମୁଖ୍ୟ ନିର୍ବାହୀ ଅଧିକାରୀ ସୁଶାନ୍ତ କୁମାର ସିଂ, ଭାରପ୍ରାପ୍ତ ପାଟଣାଗଡ ଉପଜିଲ୍ଲାପାଳ ମନୋଜ ମହାଜନ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ନବକୃଷ୍ଣ ସାହୁ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଅଲେଖ ବିଶ୍ୱାଳ, ଜିଲା ଅତିରିକ୍ତ ମୁଖ୍ୟ ଯୋଗାଣ ଅଧିକାରୀ ଉପେନ୍ଦ୍ର ଭୋଇ, ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ସଞ୍ଜୟ କୁମାର ପାଣି, ପାଟଣାଗଡ କେନ୍ଦୁ ପାତ୍ର ବିଭାଗ ଡି ଏଫ୍‌ ଓ ସୁରେଶ ଚନ୍ଦ୍ର ସେଠି, ପାଟଣାଗଡ ଉପଖଣ୍ଡ ଯୋଗାଣ ଅଧିକାରୀ ମାୟାଧର ସାହୁ, ଉପଖଣ୍ଡ ପଞ୍ଚାୟତରାଜ ଅଧିକାରୀ ସରୋଜ ମେହେର , ଖପ୍ରାଖୋଲ ବିଡିଓ ରଶ୍ମିରଞ୍ଜନ ରାଉତ, ଏସ ଡି ପି ଓ ଜ୍ୟୋତିର୍ମୟ ଭୁକ୍ତା, ଖପ୍ରାଖୋଲ ଥାନା ଅଧିକାରୀ ରମାକାନ୍ତ ସାହୁ, ସହକାରୀ ଯନ୍ତ୍ରୀ ମହେଶଲାଲ ଅଗ୍ରୱାଲ, କନିଷ୍ଠ ଯନ୍ତ୍ରୀ ରାଜ କିଶୋର ନାଏକ, ଦୀନବନ୍ଧୁ କୁମ୍ଭାର , ଦିଲିପ ରାଉତ, ଦୀପକ ବେହେରା ପ୍ରମୁଖ ଜିଲ୍ଲାସ୍ତରୀୟ, ଉପଖଣ୍ଡ ସ୍ତରୀୟ, ବ୍ଲକସ୍ତରୀୟ ଅଧିକାରୀ ଉପସ୍ଥିତ ଥିଲେ ।

hiranchal ad1
Leave A Reply

Your email address will not be published.

3 + seventeen =