ବୌଦ୍ଧ – କିଛି ଦିନର ବ୍ୟବଧାନ ପରେ ଆଉ ଜଣେ ପ୍ରବାସୀଙ୍କ ଦେହରେ କରୋନା ପଜିଟିଭ ବାହାରିଥିବା ଜଣାପଡିଛି l ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା ବୌଦ୍ଧ ଜିଲ୍ଲାରେ କରୋନା ପଜିଟିଭ ସଂଖ୍ୟା 41 ରେ ପହଞ୍ଚିଲା l ସେଥି ମଧ୍ୟରୁ 38 ଜଣ ସୁସ୍ଥ ହୋଇ ଘରକୁ ଫେରି ଥିବା ବେଳେ ଆଜିର ପଜିଟିଭକୁ ମିଶାଇ 3 ଜଣ ସକ୍ରିୟ ଅଛନ୍ତି l 41 ନମ୍ବର କରୋନା ପଜିଟିଭ ବାହାର ରାଜ୍ୟରୁ ଆସି ମନମୁଣ୍ଡା କ୍ବାରେଣ୍ଟାଇନ୍ ସେଣ୍ଟର୍ ରେ ରହୁଥିଲେ l ତାଂକ ଠାରେ କରୋନା ପଜିଟିଭ ଥିବା ରିପୋର୍ଟ ରେ ଜଣା ପଡିବା ପରେ ତାଙ୍କୁ ବୌଦ୍ଧ କୋଭିଡ ହେଲଥ ସେଣ୍ଟରରେ ଭର୍ତ୍ତି କରାଯାଇଛି |