ବୌଦ୍ଧରେ ଆଉ ଏକ କରୋନା ପଜିଟିଭ, ଲୋକେ ଛାନିଆଁ

0 1,830

ବୌଦ୍ଧ: ବୌଦ୍ଧରେ ୨୮ ଜଣ କରୋନା ରୋଗୀଙ୍କୁ ସୁସ୍ଥହେବାପରେ ସେମାନଙ୍କର ଘରକୁ ଶନିବାର ଦିନ ବିଦାୟ ଦେଇଥିବାବେଳେ ରବିବାର ଦିନ ଆଉଜଣେ ପ୍ରବାସୀ ଶ୍ରମିକ ଠାରୁ କରୋନା ପଜିଟିଭ ବାହାରିବା ପ୍ରଶାସନ ପାଇଁ ମୁଣ୍ଡବ୍ୟଥାର କାରଣ ହୋଇଛି । ଏଭଳି ପରିସ୍ଥିତିରେ ବିନା ପରୀକ୍ଷାରେ ଶହଶହ ପ୍ରବାସୀଙ୍କୁ କ୍ୱାରେଣ୍ଟାଇନ କେନ୍ଦ୍ର ମାନଙ୍କରୁ ଛାଡିଦିଆଯାଉଥିବାରୁ ଲୋକେ ଛାନିଆଁ ହୋଇପଡିଛନ୍ତି । ସଙ୍ଗରୋଧ କେନ୍ଦ୍ରରେ ୭ଦିନ ରହିବାପରେ କରୋନାର କୌଣସି ଲକ୍ଷଣ ନଥିବା ଅନ୍ତେବାସୀଙ୍କୁ ଘରକୁ ଛାଡି ଦେଉଥିବାରୁ ଜନସାଧାରଣରେ ସଂକ୍ରମଣର ଆଶଙ୍କାକରି କୋକୁଆ ଭୟ ସୃଷ୍ଟି ହୋଇଛି । ଅନେକ ପ୍ରବାସୀ ଶ୍ରମିକ ଘରେ ସଙ୍ଗରୋଧରେ ରହିବାପାଇଁ ସେମାନଙ୍କର ବ୍ୟବସ୍ଥା ନଥିବାରୁ ସେମାନେ ଘରକୁ ଯିବାପରେ ପରିବାର ଲୋକ ମଧ୍ୟ ଅଡୁଆରେ ପଡିଛନ୍ତି । ସେହିପରି ଅନେକ ପ୍ରବାସୀଙ୍କ ଘରେ ପାଇଖାନା, ଗାଧୁଆଘର ଓ ପାଣିର ବ୍ୟବସ୍ଥା ନଥିବାରୁ ସେମାନେ ଗ୍ରାମବାସୀ ଶୌଚପାଇଁ ବ୍ୟବହାର କରୁଥିବା ପଡିଆ, ପୋଖରୀ ଓ ନଳକୂପ ବ୍ୟବହାର କରିବାକୁ ବାଧ୍ୟ ହେଉଛନ୍ତି । ଯଦ୍ୱାରା ଗ୍ରାମବାସୀ ଏଥିରେ ଅସନ୍ତୋଷ ପ୍ରକାଶ କରିବାସହ କରୋନା ସଂକ୍ରମଣର ଆଶଙ୍କା ଭିତରେ କାଳାତିପାତ କରୁଛନ୍ତି । ସରକାରଙ୍କ ଏଭଳି ନିଷ୍ପତ୍ତିକୁ ଜନସାଧାରଣରେ ନାପସନ୍ଦ କରାଯିବାସହ ସମସ୍ତଙ୍କର ସ୍ୱାବ ପରୀକ୍ଷା ବାଧ୍ୟତାମୂଳକ କରାଯିବାକୁ ଦାବି ହେଉଛି । ପରୀକ୍ଷା ପରେ ଯେଉଁ ପ୍ରବାସୀଙ୍କ ରିପୋର୍ଟ ନେଗେଟିଭ ଆସୁଛି ତାକୁହିଁ ଘରକୁ ପଠାଇବାକୁ ଦାବି ହେଉଛି ।

hiranchal ad1
Leave A Reply

Your email address will not be published.

four × 3 =