ଝରାଣୀ ସରପଞ୍ଚ ଓ ତାଙ୍କ ସ୍ୱାମୀ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବୀ : ସାମ୍ବାଦିକ ସୁରକ୍ଷା ପାଇଁ ଦାବୀପତ୍ର

0 151

କଣ୍ଟାବାଞ୍ଜି : ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ଓଟିଭି ପ୍ରତିନିଧି ଅନ୍ତିମ କୁମାର ପାଣିଗ୍ରାହୀଙ୍କୁ ଝରାଣୀ ପଂଚାୟତ ସରପଞ୍ଚ, ତାଙ୍କ ସ୍ୱାମୀ ଓ ସହଯୋଗୀଙ୍କ ଦ୍ୱାରା ଆକ୍ରମଣ ଓ ପାଲଟା କେଶ ଙ୍କୁ ସାମ୍ବାଦିକ ସଙ୍ଘ ନିନ୍ଦା କରିଛି । ଏହା ବିରୁଦ୍ଧରେ ତୀବ୍ର କାର୍ଯ୍ୟାନୁଷ୍ଠାନ ସହ ସାମ୍ବାଦିକ ସୁରକ୍ଷା ବିଷୟ ରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ଉଦେଶ୍ୟ ରେ ତହସିଲଦାର ଶ୍ରୀ ଅଶୋକ କୁମାର ମାଂଝୀଙ୍କୁ ଦାବୀ ପତ୍ର ପ୍ରଦାନ କରିଛନ୍ତି ।
ତୁରୀକେଲା ବ୍ଲକ ଝରାଣୀ ପଂଚାୟତରେ ଗ୍ରାମବାସୀଙ୍କ ଅଭିଯୋଗ କ୍ରମେ ପ୍ରବାସୀ ଶ୍ରମିକଙ୍କୁ ଦୁଇ ହଜାର ଟଙ୍କା ନ ମିଳିଥିବା ଓ ସରପଞ୍ଚ ଙ୍କ ସ୍ୱାମୀ ଦ୍ୱାରା ଦୁଇ ଶହ -ତିନି ଶହ ଟଙ୍କା ଆଦାୟ କରିବା ଅଭିଯୋଗରେ ଶ୍ରୀ ପାଣିଗ୍ରାହୀ ଉକ୍ତ ପଂଚାୟତକୁ ଯାଇଥିଲେ । ଖବର ସଂଗ୍ରହ କରିବା ସମୟରେ ସରପଞ୍ଚ ପ୍ରେମଲତା ମେହେର, ତାଙ୍କ ସ୍ୱାମୀ ନରେନ୍ଦ୍ର ମେହେର ଅନ୍ୟ ସହଯୋଗୀ ସହ ପ୍ରତିନିଧିକୁ ଗାଳି ଦେଇ ଆକ୍ରମଣ କରିଥିଲେ । କ୍ୟାମେରା ଓ ବୁମ ମଧ୍ୟ ଭାଙ୍ଗି ଦେଇଥିଲେ । ସ୍ଥିତିକୁ ଦେଖି ପ୍ରାଣ ରକ୍ଷା ପାଇଁ ଅନ୍ୟ ଘରକୁ ଲୁଚି ଫୋନ ମାଧ୍ୟମରେ ସ୍ଥାନୀୟ ଥାନାରେ ଜଣାଇଲେ । ପୋଲିସ ନିଜ ଟିମ ସହ ପ୍ରତିନିଧିକୁ ଉଦ୍ଧାର କରିଥିଲେ, ତୁରୀକେଲା ଥାନା ରେ କେସ ନ. ୦୧୧୩/୧୬.୯.୨୦ ଦଫା ୩୪୧, ୨୯୪, ୩୧୩, ୫୦୬/୩୪ ଆଇ. ପି. ସି ରୁଜୁ ହେଇଛି । ସଙ୍ଘ ଦ୍ୱାରା ସରପଞ୍ଚ, ତାଙ୍କ ସ୍ୱାମୀ ସହଯୋଗୀ କୁ ଗିରଫ ସହ ସାମ୍ବାଦିକ ସୁରକ୍ଷା ବିଷୟ ପାଇଁ ଦାବୀ ପତ୍ର ପ୍ରଦାନ କରିଛନ୍ତି । ଏଥିରେ ସଙ୍ଘ ସଭାପତି ଜୀବନ ମହାନ୍ତି, ସମ୍ପାଦକ ଗୁରୁଦୟାଲ ହଂସ, ସହ ସମ୍ପାଦକ ଶିବ ଶଙ୍କର ବାଘ, ଅଶୋକ ନାରାୟଣ ଭୋଇ, ହୁଳେଶ୍ୱରର ହଂସ, ଶେଖ ସମୀମ, ମୋହନ ସୋନି, ଅନ୍ତିମ ପାଣିଗ୍ରାହୀ, ପ୍ରମୋଦ ବେହେରା, ବିନୋଦ ସିଂ ସହ ଅନ୍ୟ ଉପସ୍ଥିତ ଥିଲେ ।

hiranchal ad1
Leave A Reply

Your email address will not be published.

two × one =