ବେଦାନ୍ତ ପକ୍ଷରୁ ପୁନରୁଦ୍ଧାର କରାଯାଇଥିବା ପୋଖରୀ ଓ ବୋରୱେଲ ଗୁଡିକ ଝାରସୁଗୁଡାର ଅଧିବାସୀମାନଙ୍କ ପାଇଁ ଉତ୍ସର୍ଗିକୃତ

0 93

ଝାରସୁଗୁଡା,୨୬/୮: ବେଦାନ୍ତ ଆଲୁମିନିୟମ ଭାରତର ବୃହତ ଆଲୁମିନିୟମ ଓ ମୂଲ୍ୟଯୁକ୍ତ ଉତ୍ପାଦ ନିର୍ମାତା ବେଦାନ୍ତ ଆଲୁମିନିୟମ ଝାରସୁଗୁଡାର କତିକେଲା, ଦଲକି, ପରମାଣପୁର ଓ ବଡମାଲ ଗ୍ରାମ ପଂଚାୟତରେ ୧୬ଟି ଗୋଷ୍ଠୀ ପୋଖରୀ ଓ ୧୪ ଟି ବୋରୱେଲକୁ ପୁନରୁଦ୍ଧାର କରିଛି । ଏହା ଦ୍ୱାରା ବର୍ଷା ଋତୁ ପରେ ଘରୋଇ, ଗୃହପାଳିତ ପଶୁ, ଚାଷବାସ ଆଦି କାର୍ଯ୍ୟ ପାଇଁ ଜଳ ଅଭାବ ଦେଖାଦେବ ନାହିଁ । କଂପାନି ଗୋଷ୍ଠୀ ମଧ୍ୟରେ ଥିବା ପୋଖରୀକୁ ପରିସ୍କାର କରିବା, ଭୂତଳ ଜଳ ରିଚାର୍ଜ କରିବା ଓ ବର୍ଷାଜଳ ଅମଳ ପାଇଁ ହ୍ୟାଣ୍ଡ ପଂପଗୁଡିକର କାର୍ଯ୍ୟକାରୀତା ପାଇଁ କାର୍ଯ୍ୟ କରିଥିଲା । ଏହି ଗୁରୁତ୍ୱପୂର୍ଣ୍ଣ ଇକୋ ସିଷ୍ଟମ ପୁନରୁଦ୍ଧାର ପ୍ରକ୍ରିୟା ଦ୍ୱାରା ୩୦୦୦ ଲୋକଙ୍କ ପାଇଁ ଜଳ ଉପଲବ୍ଧତାକୁ ସୁନିଶ୍ଚିତ କରାଯାଇପାରିବ । ବେଦାନ୍ତ ସମସ୍ତ ପୋଖରୀ ନିକଟରେ ସ୍ନାନ ପାଇଁ ସୁବିଧା ବ୍ୟବସ୍ଥା ନିର୍ମାଣ କରିଛି ଓ ଲୋକମାନଙ୍କୁ ସ୍ୱାସ୍ଥ୍ୟ ସଚେତନତା ଓ ବ୍ୟକ୍ତିଗତ ସ୍ୱଛତା ବିଷୟରେ ସୂଚନା ପ୍ରଦାନ କରୁଛି । ଗୋଷ୍ଠୀକୁ ପୋଖରୀ ସମର୍ପିତ କରି ଶ୍ରୀ ଦୀପକ ପ୍ରସାଦ, ଡେପୁଟି ସିଇଓ- ବେଦାନ୍ତ ଲିମିଟେଡ, ଝାରସୁଗୁଡା କହିଥିଲେ ଯେ- ଜଳ ହେଉଛି ଏକ ପ୍ରାକୃତିକ ସମ୍ବଳ । ଆମେ ଜଳ ସଂରକ୍ଷଣ କରିବାକୁ ଚେଷ୍ଟା କରିବା । ଆମର ଉଦ୍ଦେଶ୍ୟ ହେଉଛି ଶୂନ୍ୟ କ୍ଷତି, ଶୂନ୍ୟ ବର୍ଜ୍ୟ ଓ ଶୂନ୍ୟ ନିଷ୍କାସନ । ଆମେ ସ୍ଥାନୀୟ ଅଂଚଳରେ ଜଳ ଉପଲବ୍ଧତାକୁ ସୁନିଶ୍ଚିତ କରିବାକୁ ଚାହୁଁଛୁ । ଆମ ପରିବେଶକୁ ବଜାୟ ରଖିବାକୁ ହେଲେ ଜଳର ଗୁରୁତ୍ୱକୁ ବୁଝିବାକୁ ହେବ । ସୁପ୍ରିୟା ପାଣ୍ଡେ, ୱାର୍ଡମେମ୍ବର ପୁରୁଣା ଗ୍ରାମ, ଦାଲକି ଜିପି, କହିଥିଲେ ଯେ ଆମ ଗ୍ରାମ ପୋଖରୀକୁ ପରିଷ୍କାର କରିପାରିଥିବାରୁ ଆମେ ବେଦାନ୍ତକୁ ଧନ୍ୟବାଦ ଜଣାଉଛୁ । ଏହା ଦ୍ୱାରା ଆମ ଗ୍ରାମର ୫୦୦-୬୦୦ ଲୋକ ଉପକୃତ ହୋଇ ପାରିବେ । ସ୍ନାନ କାର୍ଯ୍ୟ ସମାପନ ପାଇଁ ଉପଯୁକ୍ତ ବ୍ୟବସ୍ଥା ଉଭୟ ପୁରୁଷ ଓ ମହିଳାଙ୍କ ପାଇଁ ବିଶେଷ ସହାୟକ ହେବ । ବେଦାନ୍ତ ଝାରସୁଗୁଡା ଏହାର ମୂଲ୍ୟ ଶୃଙ୍ଖଳରେ ଜଳ ବ୍ୟବହାରକୁ ସଦୁପଯୋଗ କରିବା ପାଇଁ ବହୁ ପ୍ରକାର ପଦକ୍ଷେପ ଗ୍ରହଣ କରିଛି ।

hiring

-ଶୂନ୍ୟ ନିଷ୍କାସନକୁ ସୁନିଶ୍ଚିତ କରିବା ପାଇଁ କଠୋର ପଦକ୍ଷେପ ଗ୍ରହଣ ସହ ବିକାଶ ପାଇଁ ଜଳ ଯାଂଚ ପ୍ରକ୍ରିୟାକୁ ମୂଲ୍ୟାଙ୍କନ କରିବା
-ସବୁ ପ୍ରକଳ୍ପ ପାଇଁ ଜଳ ପରିଚାଳନାକୁ ସମନ୍ୱିତ କରିବା
-ଜଳ ପାରାପିଟଗୁଡିକର ନିରନ୍ତର ଓ ଅନଲାଇନ ମନିଟରିଂ ସହ ନିର୍ଦ୍ଦିଷ୍ଟ ଜଳ ବ୍ୟବହାର
-ନିୟମିତ ଜଳ ବ୍ୟବହାର ଅଡିଟ ଓ ଉନ୍ନତ କାର୍ଯ୍ୟ ଦକ୍ଷତାକୁ ସୁନିଶ୍ଚିତ କରାଇବା
-ସୁୁପରଭାଇଜର କଂଟ୍ରୋଲ ଓ ଡାଟା ଅଧିଗ୍ରହଣ ସିଷ୍ଟମ ମାଧ୍ୟମରେ ୱାଟର ପାଇପର ମନିଟରିଂ ଓ ନିୟନ୍ତ୍ରଣ
-ଅତ୍ୟାଧୁନିକ ଇଟିପି ପ୍ଲାଂଟ ପ୍ରତିଷ୍ଠା କରି ଅତ୍ୟାଧୁନିକ ପ୍ରଣାଳୀରେ ସର୍ବାଧିକ ଜଳ ପୁନଃଚକ୍ରଣ ଓ ଜଳ ପରିମାଣକୁ ବୃଦ୍ଧି କରିବା
-ଅନସାଇଟ ଜଳ ସଂରକ୍ଷଣ ବ୍ୟବସ୍ଥା ଦ୍ୱାରା ଜରୁରୀ ସମୟରେ କାର୍ଯ୍ୟକାରୀ କରିବା
-ଜଳବାୟୁ ପରିସ୍ଥିତି ଅନୁଯାୟୀ ଯୋଜନା ପ୍ରସ୍ତୁତି

  • ଖରାଦିନରେ ଗ୍ରାମଗୁଡିକୁ ଜଳ ଯୋଗାଣ କରିବାରେ ପ୍ରଶାସନକୁ ସହାୟତା କରିବା
  • ଗୋଷ୍ଠୀର କୃଷକମାନଙ୍କୁ ସେମାନଙ୍କ ଫସଲ ପାଇଁ ଜଳସେଚନ ବ୍ୟବସ୍ଥା, ମୌସୁମୀ ଉପରେ ନିର୍ଭରଶୀଳତା ହ୍ରାସ ପାଇଁ ବୁନ୍ଦା ଜଳସେଚନ ଉପରେ ଗୁରୁତ୍ୱ, ବର୍ଷା ଜଳ ଅମଳ ସଂରଚନା ଇତ୍ୟାଦି ଗ୍ରହଣ କରିବାକୁ ସାହାଯ୍ୟ କରିବା ।
  • ଜଳ ଓ ଜଳସେଚନ ଉଦ୍ଦେଶ୍ୟରେ ଗୋଷ୍ଠୀର ଆବାଶ୍ୟକତାନୁସାରେ ଟ୍ୟୁବୱେଲ, କୂଅ, ବୋରୱେଲ, ପୋଖରୀ ଇତ୍ୟାଦି ପାଇଁ ସହାୟତା କରିବା ।
    ବେଦାନ୍ତ ହେଉଛି ସବୁଜ ଧାତୁ, ଆଲୁମିନିୟମ ଉତ୍ପାଦନ କରିବାରେ ଭାରତର ବୃହତମ ଉତ୍ପାଦକ । ଏହା ବିଶ୍ୱଶ୍ରେଣୀର ୧.୬ ଏମଟିପିଏ ଆଲୁମିନିୟମ ସ୍‌ମେଲଟର ପ୍ଲାଂଟ ଓ ଝାରସୁଗୁଡାରେ ୩୬୧୫ ମେୱାର ତାପଜ ବିଜୁଳି ଉତ୍ପାଦନ କରୁଛି । ଏକମାତ୍ର ଭାରତୀୟ ସ୍‌ମେଲଟର ଭାବରେ ବିଶ୍ୱକୁ ୧ ନିୟୂତ ଟନ ଉତ୍ପାଦନ ଓ ଏକସପୋର୍ଟ କ୍ଲବ । ବେଦାନ୍ତର ଝାରସୁଗୁଡା ହେଉଛି ଏକ ମୂଲ୍ୟଯୁକ୍ତ ଆଲୁମିନିୟମ ଉତ୍ପାଦକ । ଏକ ସବୁଜ ଭବିଷ୍ୟତ ପାଇଁ ମେଟାଲ ଅଫ୍‌ ଦି ଫ୍ୟୁଚର ଭାବରେ ଆଲୁମିନିୟମର ପ୍ରୟୋଗକୁ ପ୍ରସାରିତ କରିବା ପାଇଁ କମ୍ପାନୀ ତାର ଲକ୍ଷ୍ୟ ପୂରଣ କରୁଛି ।
hiranchal ad1
Leave A Reply

Your email address will not be published.

5 × 2 =