ମିଶନ ପ୍ଲାଣ୍ଟେସନ ସହିତ ଫିଟନେସ ଗ୍ରୁପ୍‌ ଦ୍ୱାରା ଗୁରୁଦିବସ ପାଳିତ

0 78

ବେଲପାହାଡ,୫/୯- ଝାରସୁଗୁଡା ଜିଲ୍ଲା ବେଲପାହାଡ଼ର ମିଶନ ପ୍ଲାଣ୍ଟେସନ୍‌ ସହିତ ଫିଟନେସ ଗ୍ରୁପ ଓ ବେଲପାହାଡ଼ ପୌରାଞ୍ଚଳର ସହଯୋଗରେ ପୌରାଞ୍ଚଳର ବର୍ଜ୍ୟବସ୍ତୁ ପରିଚାଳନା କେନ୍ଦ୍ର ପରିସରରେ ଆଜି ଗୁରୁଦିବସ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବରେ ବେଲପାହାଡ଼ ପୌରାଞ୍ଚଳର କାର୍ଯ୍ୟନିର୍ବାହୀ ଅଧିକାରୀ ଲୋକନାଥ କୁମାର ତିୱାରି ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମର ଆରମ୍ଭରେ ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା । ଗତମାସରେ ଇହଧାମ ତ୍ୟାଗ କରିଥିବା ଜି.ଏଲ.ବିଦ୍ୟାଳୟର ପ୍ରଧାନଶିକ୍ଷକ ସ୍ୱର୍ଗତ ପ୍ରଭାତ ପାଣିଗ୍ରାହୀଙ୍କ ଆତ୍ମାର ସଦଗତି ପାଇଁ ନିରବ ପ୍ରାର୍ଥନା କରାଯାଇଥିଲା । ଏହି ଅବସରରେ ଅବସରପ୍ରାପ୍ତ ଶିକ୍ଷକ ଗୋପବନ୍ଧୁ ସରାଫ, ଶିକ୍ଷୟତ୍ରୀ ଶୋଭଙ୍ଗିନି ପରିଜା, ମିନତୀ ମହାପାତ୍ର,, ଯାଜ୍ଞସିନି ଭୋଇ , ସଞ୍ଜୁଲତା ପ୍ରଧାନ ଓ କାର୍ଯ୍ୟରତ ଶିକ୍ଷକ ବିଜୟସାହୁ, ରଘୁନାଥ ଦାସ ଏବଂ ସାଇପ୍ରକାଶ ମହାନ୍ତିଙ୍କୁ ସମ୍ମାନିତ କରାଗଲା । ଭୂତଳ ଜଳସ୍ତର ସଂରକ୍ଷଣ, ବୃକ୍ଷରୋପଣର ଆବଶ୍ୟକତା, ଗୁରୁ ଶିଷ୍ୟଙ୍କ ନିବିଡ଼ ସମ୍ପର୍କ, ଗୁରୁଙ୍କ ଅତୁଳନୀୟ ଅବଦାନ, ଗୁରୁଙ୍କ ସମ୍ମାନ ବିଷୟରେ ବକ୍ତାମାନେ ନିଜନିଜର ମତ ରଖିଥିଲେ । କାର୍ଯ୍ୟକ୍ରମକୁ ମିଶନ ପ୍ଲାଣ୍ଟେସନ୍‌ ସହିତ ଫିଟନେଶ୍‌ ଗ୍ରୁପର ମୁଖ୍ୟ ହମିଦ କୁମାର ମହାପାତ୍ର ପରିଚାଳନା କରିଥିଲେ । ବେଲପାହାଡ଼ କଲେଜର ଅଧ୍ୟକ୍ଷ ତଥା ଗୁପ୍‌ର ବରିଷ୍ଠ ସଦସ୍ୟ ଆଶିଷ କୁମାର ଦାସ ଅଧକ୍ଷତା କରିଥିଲେ । ସଭାପରେ ବିଶେଷ ଅତିଥି ଭାବରେ ତପିରାମ ମାଝି ପି.ଡି ଡି.ଆର.ଡିଏ,ଝାରସୁଗୁଡ଼ା ଚାରାରୋପଣ କରିଥିଲ । ପରିସରରେ ଅତିଥି ଓ ପ୍ରକୃତି ପ୍ରେମୀ ମାନଙ୍କଦ୍ୱାରା ନିମ୍ବ ଓ କରଞ୍ଜର ୩୦ଟି ଚାରା ରୋପଣ କରାଯାଇଥିଲା ।

hiring

ଅନ୍ୟମାନଙ୍କ ମଧ୍ୟରେ ମିଶନ ପ୍ଲାଣ୍ଟେସନ ସହିତ ଫିଟନେଶର ସୁମନ୍ତ ପଣ୍ଡା, ପଞ୍ଚାନନ ପାଣିଗ୍ରାହୀ, ମନୋଜ ବିନ୍ଧାଣୀ, ରେଖା ରାୟ, ବିଜୟ ଗୌଡ଼, ଅଶୋକ ରାଉତରାଏ ,ମହମ୍ମଦ ସାହିଦ, ବାପୁଜୀ ପାତ୍ର, ସରୋଜ ପ୍ରଧାନ, ରାମ ସେନ୍ଦ୍ରିୟା, ସରୋଜ ମିର୍ଦ୍ଧା, ମନୋଜ ମେହେର, ସୌଭାଗ୍ୟରଞ୍ଜନ ସାହୁ, ପରମ ମରାଇ, ତାପସ ମହନ୍ତ , କବିତା ପଟେଲ, ବନମାଳୀ ପଣ୍ଡା,ଓମ୍‌ ଏସ୍‌ .ଏଚ.ଜି ଗ୍ରୁପର ବବିତା ପଟ୍ଟନାୟକ , ଶିଲାମତି ପ୍ରଧାନ ଓ ତାଙ୍କ ଗୁପ୍‌, ବେଲପାହାଡ଼ ପୌରପାଳିକାର ଗୁରୁଦେବ ପ୍ରଧାନ, ଦୟାନିଧି ଖମାରି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ସୁଗନ୍ଧା, ଶୁଭ୍ରାଶୁଂ, ଆଦିତ୍ୟ ,ରିଷଭ,ଆୟୁଶ, ଆକାଶ,ସୌମ୍ୟାଦିତ୍ୟ ,ତସ୍‌ପିନ୍‌, ଅଶ୍ୱିନି ,ଅନ୍‌ବେଶା, ଶ୍ରୁତି , ଗାୟତ୍ରୀ ଓ ଭାଗ୍ୟଶ୍ରୀ ଚାରା ରୋପଣ କାର୍ଯ୍ୟକ୍ରମରେ ଭାଗନେଇଥିଲେ । ସମସ୍ତ ଚାରାଯୋଗାଣ ଓ ସହଯୋଗ କରିଥିଲା ଟି.ଆର.ଏଲ.କ୍ରୋଶାକି କମ୍ପାନୀ ।

hiranchal ad1
Leave A Reply

Your email address will not be published.

15 − seven =